ଡିଭାଇଡରରେ ପିଟିହେଲା ମହିଳାଙ୍କ Scooty, ପରେ ଯାହା ହେଲା ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ପ୍ରାୟତଃ ଆମ ଦେଶରେ ପ୍ରତି ଦିନ ସଡକ ଦୁର୍ଘଟଣା ଘଟୁଛି । ଯାହା ପାଇଁ ଅନେକ କ୍ଷୟ କ୍ଷତି ହେଉଛି ତ ଆଉ କାହାର ପ୍ରାଣ ମଧ୍ୟ ଚାଲି ଯାଉଛି । ତେବେ ଗତ କିଛି ସମୟ ହେବ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଗୋଟେ ମୋବାଇଲ ରୁ ଆଉ ଗୋଟେ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି । ଯାହାକୁ ଦେଖିଲେ ଆପଣଙ୍କ ହୋସ ଉଡିଯିବ ।
କାରଣ ଏହି ଭାଇରାଲ ଭିଡିଓ ରେ ଜଣେ ମହିଳା ସ୍କୁଟି ରେ କ୍ଷିପ୍ର ଗତିରେ ଯାଇ ଡିଭାଇଡ଼ର ରେ ପିଟି ହୋଇ ଯାଉଛନ୍ତି ଆଉ ଘାଟି ତଳକୁ ଖସି ପାଉଛନ୍ତି । ଆଉ ତା ପରେ ଯାହା ହେଲା ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ଆଉ ଡେରି ନ କରି । ମହିଳା ଙ୍କ ସ୍କୁଟି କେମିତି ଡିଭାଇଡ ରେ ଯାଇ ପିଟି ହୋଇ ଯାଉଛି ଦେଖନ୍ତୁ ଭିଡିଓ । ଡିଭାଇଡ ରେ ପିଟି ହେବା ପରେ ମହିଳା ଜଣକ ଛିଟିକି ଯାଇ ରାସ୍ତା ସେପଟେ ପଡ଼ୁଛନ୍ତି ।
ଏ ଦୃଶ୍ୟ ରାଇଛି ବହୁତ ଭୟଙ୍କର । କ୍ଷିପ୍ର ଗତିରେ ଯାଇ ସିଧା ରାସ୍ତା ଯେଉଁ ଠାରେ ସରି ଯାଇଛି ସେହି ଡିଭାଇଡ ରେ କେମିତି ସ୍କୁଟି ଟି ପିଟି ହୋଇ ଯାଉଛି ଆପଣ ବି ଥରେ ନଜର ପକାନ୍ତୁ । ଏହି ଦୃଶ୍ୟ ଟି ହେଉଛି ଗଞ୍ଜାମ ଜିଲ୍ଲା ଜିକିଟି ବାଲକୁମାରୀ ଘାଟି ର । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଗତ କିଛି ସମୟ ହେବ ଭାଇରାଲ ହେବାରେ ଲାଗିଛି । ଏହି ଦୃଶ୍ୟ ହେଉଛି ଦୁର୍ଘଟଣା ସମୟରେ ଲାଇଭ ଚିତ୍ର ।
ସବୁଠାରୁ ବଡ କଥା ହେଉଛି ଏଥିରେ ମହିଳା ଙ୍କର କିଛି ଅଧିକ କ୍ଷତି ହୋଇ ନାହି । କିଛି ଲୋକ ଏହି ଦୁର୍ଘଟଣା ଘଟିବା ସମୟରେ ନିଜ ଫୋନ ରେ ରେକର୍ଡ କରୁଥିଲେ । ଆଉ ସେହି ସମୟରେ ଲୋକଙ୍କ ଫୋନ ରେ ରେକର୍ଡ ହୋଇଥିବା ଏହି ଦୃଶ୍ୟ । ଆଜି ସକାଳୁ ପଚାରୁ ଜଣେ ମହିଳା ସ୍କୁଟି ଚଲାଇ ଆସୁଥିବା ବେଳେ କ୍ଷିପ୍ର ଗତିରେ ଆଣି ଘାଟି ପାଖରେ ଥିବା ଡିଭାଇଡ଼ ରେ ପିଟି ହୋଇ ଯାଇଥିଲେ ।
ଗାଡି ଟି ରାସ୍ତା ରେ ପଡି ଯାଇଥିବା ବେଳେ ମହିଳା ଜଣକ ରାସ୍ତା ସେପଟେ ଥିବା ଘାଟି କୁ ଗଳି ପଡିଥିଲେ । ଭାରସାମ୍ୟ ହରାଇ ଦୁର୍ଘଟଣା ର ଶିକାର ହୋଇଥିଲେ ମହିଳା ଜଣକ । ତେବେ ନୂଆ ନୂଆ ଗାଡି ସିଖୁ ଥିବାରୁ ଏମିତି ହୋଇଥିବା ସୂଚନା ରହିଛି । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଯାଇ ମହିଳା ଙ୍କୁ ଘାଟି ରୁ ଉଧାର କରିଥିଲେ ।