ଓଡିଶା

ଜାରି ହେଲା ନକଲି ବିଶ୍ବିଦ୍ୟାଳୟର ତାଲିକା : ୟୁଜିସି ତରଫରୁ ଜାରି ହୋଇଛି ଏହି ତାଲିକା, ନିଶ୍ଚୟ ଦେଖନ୍ତୁ, ଓଡିଶାର ମଧ୍ୟ ଅଛି ଦୁଇଟି

University Grants Commission ବା UGC(ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ) ତରଫରୁ ଜାରି ହୋଇଛି ଭାରତରେ ଥିବା ନକଲି ବିଶ୍ବବିଦ୍ୟାଳୟର ତାଲିକା । ଏହି ବର୍ଷର ଏହି ତାଲିକା ରେ ରହିଛି ଓଡିଶା ର ନାଁ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରି ବାପା ମା ପିଲାଙ୍କୁ  ପାଠ ପଢାଇବାକୁ ଚହୁଁଛନ୍ତି, କିନ୍ତୁ ବ୍ୟବସାୟି ମାନେ ଏହାକୁ ନିଜର ଫାଇଦା ପାଇଁ ଲୋକଙ୍କୁ ଠକି ଚାଲିଛନ୍ତି । ତେବେ ଏହି ତାଲିକାରେ ଅନ୍ୟ ଜିଲ୍ଲାରୁ ଯାହା ବିଶ୍ଵବିଦ୍ୟାଳୟ ଅଛି ତ ଜାଣି ଆପଣ ମୁଣ୍ଡରେ ହାତ ଦେବେ କିନ୍ତୁ ସବୁଠୁ ଝଟକା ଲାଗିବ ଏହା ଜାଣି କି ଓଡିଶାରେ ମଧ୍ୟ ଏଭଳି ୨ଟି ନକଲି ବିଶ୍ବିଦ୍ୟାଳୟ ଅଛି ।

ଏହି ତାଲିକାରେ ଉତ୍ତରପ୍ରଦେଶର ୮ଟି ବିଶ୍ବବିଦ୍ୟାଳୟ, ୭ଟି ଦିଲ୍ଲୀର, ୨ଟି ବିଶ୍ବବିଦ୍ୟାଳୟ ଓଡ଼ିଶାର ମଧ୍ୟ ସାମିଲ ରହିଛି । ଏହା ବ୍ଯତୀତ ଅନ୍ୟାନ୍ୟ ମଧ୍ୟ ୫ଟି ଅଛନ୍ତି ଅଲଗା ଜିଲ୍ଲାର । ତେବେ ଆସନ୍ତୁ ଜାଣିବା ସେହି ସବୁ ବିଶ୍ୱବିଦ୍ୟାଳୟ ବିଷୟରେ-

ଉତ୍ତର ପ୍ରଦେଶ :

୧. ନ୍ୟାସନାଲ ୟୁନିଭର୍ସିଟି ଅଫ ଇଲେକ୍ଟ୍ରୋ କମ୍ପଲେକ୍ସ ହୋମିଓପାଥି,କାନପୁର

୨. ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୟୁନିଭର୍ସିଟି (ଓପନ ୟୁନିଭର୍ସିଟି)

୩.ଅଲିଗଡ଼ ଉତ୍ତରପ୍ରଦେଶ ବିଶ୍ବବିଦ୍ୟାଳୟ,କୋସି କଲାନ, ମଥୁରା

୪.ମହାରାଣା ପ୍ରତାପ ଶିକ୍ଷା ନିକେତନ ବିଶ୍ବବିଦ୍ୟାଳୟ, ପ୍ରତାପଗଡ଼

୫. ବରାଣସ୍ୟ ସଂସ୍କୃତ ବିଶ୍ବବିଦ୍ୟାଳୟ

୬. ବାରାଣାସୀ ମହିଳା ଗ୍ରାମ ବିଦ୍ୟାପୀଠ, ଇଲାହାବାଦ

୭.ଗାନ୍ଧୀ ହିନ୍ଦୀ ବିଦ୍ୟାପୀଠ,ପ୍ରୟାଗ, ଇଲାହାବାଦ

୮. ଇନ୍ଦ୍ରପ୍ରସ୍ଥ ଶିକ୍ଷା ପରିଷଦ, ଇଣ୍ଡଷ୍ଟ୍ରିଆଲ ଏରିୟା, କୋଡ

ଦିଲ୍ଲୀ

୧.ଏଡିଆର-ସେଣ୍ଟ୍ରିକ୍ ଜ୍ୟୁରିଡିକାଲ ୟୁନିଭର୍ସିଟି

୨. ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଙ୍ଗ

୩. ବିଶ୍ବକର୍ମା ଓପନ ୟୁନିଭର୍ସିଟି ଫର ସେଲ୍ଫ ଏମ୍ପ୍ଲଏମେଣ୍ଟ

୪. କମର୍ସିଆଲ ୟୁନିଭର୍ସିଟି ଲିମିଟେଡ,ଦରିୟାଗଞ୍ଜ

୫. ୟୁନିଭର୍ସିଟି ନେସନ ୟୁନିଭର୍ସିଟି

୬. ଭୋକେସନାଲ ୟୁନିଭର୍ସିଟି

୭. ଆଧ୍ୟାତ୍ମିକ ବିଶ୍ବବିଦ୍ୟାଳୟ

ଓଡ଼ିଶା :

୧. ନବଭାରତ ଶିକ୍ଷା ପରିଷଦ,ଅନ୍ନପୂର୍ଣ୍ଣା ଭବନ,ରାଉରକେଲା

୨. ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ ଆଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି

ପଶ୍ଚିମବଙ୍ଗ :

୧. ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଅଲଟରନେଟିଭ ମେଡିସିନ ,କୋଲକାତା

୨. ଇନଷ୍ଟିଚ୍ୟୁଟ ଅଫ ଅଲଟରନେଟିଭ ମେଡିସିନ ଆଣ୍ଡ ରିସର୍ଚ୍ଚ, କୋଲକାତା

କର୍ଣ୍ଣାଟକ

୧. ବଡ଼ଗାନ୍ବୀ ସରକାର ଓ୍ବାଲ୍ଡ଼ ଓପନ ୟୁନିଭର୍ସିଟି ଏଜୁକେସନ ସୋସାଇଟି

୨. ବେଲଗାମ ସେଣ୍ଟ ଜନ୍ସ ୟୁନିଭର୍ସିଟି,କିଶନଟ୍ଟମ

ମହାରାଷ୍ଟ୍ର :

୧. ରାଜା ଅରେବିକ୍ ୟୁନିଭର୍ସିଟି ,ନାଗପୁର

ପୁଡୁଚେରୀ :

୧. ଶ୍ରୀ ବୋଧି ଏକାଡେମୀ ଅଫ୍ ହାୟର ଏଜୁକେସନ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button