ଶିକ୍ଷା

ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ରେ ଟେଟ୍ରାହେଦ୍ରନ ଗ୍ରୁପ ଅଫ ଇନ୍‌ଷ୍ଟିଟ୍ୟୁସନ ସଫଳତା ହାସଲ କରିଛି

ଟାଙ୍ଗୀ-ଚୌଦ୍ୱାର,୯/୯: ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ରେ କଟକ ଜିଲ୍ଲା ଟାଙ୍ଗି ସ୍ଥିତ ଘରୋଇ ଶିକ୍ଷା ଅନୁଷ୍ଠାନ ଟେଟ୍ରାହେଦ୍ରନ ଗ୍ରୁପ ଅଫ ଇନ୍‌ଷ୍ଟିଟ୍ୟୁସନ ପୁଣି ଏକ ବଡ ସଫଳତା ହାସଲ କରିଛି ।ମୋଟ ୧୦୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪ ଜଣ ଛାତ୍ର ଛାତ୍ରୀ ୬୦୦ ରୁ ଉର୍ଧ୍ୱ ମାର୍କ ରଖିବା ସହିତ ୧୮ ଜଣ ଛାତ୍ର ଛାତ୍ରୀ ୫୯୫ ରୁ ଉର୍ଧ୍ୱ ମାର୍କ ରଖି କୃତ କାର୍ଯ୍ୟ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ଛାତ୍ର ସତ୍ୟଜିତ ନାୟକ ୬୬୫ ମାର୍କ ରଖି ଇନ୍‌ଷ୍ଟିଟ୍ୟୁସନ ର ଟପର ହୋଇଥିବା ବେଳେ ଦେବପ୍ରସାଦ ଜେନା ୬୪୬ ନମ୍ବର ରଖି ଦ୍ୱିତୀୟ ସ୍ଥାନ ଏବଂ ଶୁଭଶ୍ରୀ ମହନ୍ତ ୬୪୨ ନମ୍ବର ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ

ସଂଯୁକ୍ତା ସାହୁ ୬୩୧ , ଅରୂପ ପଣ୍ଡା ୬୨୮ , ପୀନାଲି ପ୍ରିୟମ୍ବଦା ରାଉତ ୬୨୩ , ଆଶୁତୋଷ ପ୍ରଧାନ ୬୨୦ , ଆଶୁତୋଷ ପରିଡା ୬୧୯ , ସତ୍ୟପ୍ରକାଶ ରାଉତ ୬୧୭ , ସୁଜନ ସଂଜୀବନୀ ସାହୁ ୬୧୬ , ସୁଧାଂଶୁ ଜେନା ୬୧୫ , ଜ୍ଞାନ ରଞ୍ଜନ ସାହୁ ୬୧୨ , ବାଦଲ ସ୍ୱାଇଁ ୬୧୧ , ଚନ୍ଦ୍ରକାନ୍ତ ବାରିକ ୬୦୫ , ଗଣେଶ୍ୱରୀ ମହନ୍ତ ୫୯୯ , ସତ୍ୟପ୍ରିୟ ଦତ୍ତ ୫୯୬ , ରାଜକୁମର ପରିଡା ୫୯୬ ଏବଂ ସତ୍ୟବ୍ରତ ମଲ୍ଲିକ ୫୯୫ ନମ୍ବର ରଖି ଅନୁଷ୍ଠାନ କୁ ଗୌର୍ୱାନ୍ୱିତ୍ୟ କରାଇଛନ୍ତି ।ଗୁରୁବାର ଦିନ କଲେଜ ପରିସରରେ ଆୟୋଜିତ ଏକ ସମ୍ବର୍ଧନା କାର୍ଯ୍ୟକ୍ରମ ରେ ଟେଟ୍ରାହେଦ୍ରନ ଗ୍ରୁପ ଅଫ ଇନ୍‌ଷ୍ଟିଟ୍ୟୁସନ ର ପ୍ରାଣପ୍ରତିଷ୍ଠାତା ଶ୍ରୀଯୁକ୍ତ ତ୍ରିଦେବ ବେହେରା କୃତିତ୍ୱ ହାସଲ କରିଥିବା ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

ଉକ୍ତ ସମ୍ବର୍ଧନା ଉତ୍ସବ ରେ ଡ଼ାଇରେକ୍ଟର ଆଡ଼ଭୋକେଟ ସୁରେନ୍ଦ୍ର କୁମାର ରାଉତ ଙ୍କ ସହିତ ପଦାର୍ଥ ବିଜ୍ଞାନ ର ବରିଷ୍ଠ ଅଧ୍ୟାପକ ମହେଶ୍ୱର ପରିଡା ,ଅଧ୍ୟାପକ ମିଲନ ସାମଲ ,ଅଧ୍ୟାପକ ଶୁଭ୍ରକାନ୍ତ ମହାପାତ୍ର ,ଅଧ୍ୟାପକ ସୌମ୍ୟ ରଞ୍ଜନ ଦାସ ,ଅଧ୍ୟାପକ କେଶବ ନାଥ ,ପ୍ରମୁଖ ଉପସ୍ଥିତ ରହିବା ସହିତ ପିଲା ମାନଙ୍କ ପାଇଁ କିଛି ଅଭିଭାଷଣ ରଖିଥିଲେ । କାର୍ଯ୍ୟକ୍ରମ ଟିକୁ ଅଧ୍ୟାପକ ଡାକ୍ତର ସୁବାସ ନାୟକ ପରିଚାଳନା କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button