ଧର୍ମ

ପ୍ରତିଦିନ ହନୁମାନ ଚାଳିସା ପାଠ କରନ୍ତୁ, ପାପରୁ ମୁକ୍ତି ମିଳିବା ସହିତ ସବୁ କଷ୍ଟ ଦୂର ହେବ ।

ହିନ୍ଦୁ ଧର୍ମରେ ଦେବୀ ଦେବତା ମାନଙ୍କର ପୂଜାକୁ ବହୁତ ଗୁରୁତ୍ୱ ଦିଆଯାଏ। ଆଜି ମଙ୍ଗଳବାର ଦିନ। ଏମିତିରେ ବି ଏହି ଦିନକୁ ଜ୍ଞାନ ଏବଂ ଶକ୍ତିର ଗୁରୁ ପ୍ରଭୁ ହନୁମାନଙ୍କର ବୋଲି ବିବେଚନା କରାଯାଏ। କୁହାଯାଏ ଯେ ପ୍ରଭୁ ହନୁମାନ ଏପରି ଜଣେ ଗୁରୁ ଯିଏ ଶୀଘ୍ର ତାଙ୍କ ଭକ୍ତଙ୍କ ଭକ୍ତିରେ ପ୍ରସନ୍ନ ହୋଇଯାନ୍ତି। ବିଶ୍ୱାସ କରାଯାଏ ଯେ ହନୁମାନ ଚାଳିସାକୁ ପ୍ରତିଦିନ କିମ୍ବା ବିଶେଷ କରି ମଙ୍ଗଳବାର ଏବଂ ଶନିବାର ଦିନ ପାଠ କରିବା ଦ୍ୱାରା ଜୀବନର ସମସ୍ତ ଅସୁବିଧା ଦୂର ହୋଇଥାଏ। ସୁଖ ଏବଂ ସକରାତ୍ମକ ଶକ୍ତି ଆଣିଥାଏ । ସକରାତ୍ମକ ଶକ୍ତି ବ୍ୟକ୍ତି ଭିତରେ ସଂଚାରିତ ହୁଏ। ଏହା ବ୍ୟତୀତ ଆହୁରି ଅନେକ ସୁବିଧା ଉପଲବ୍ଧ ହୋଇଥାଏ। ତେବେ ଆସନ୍ତୁ ଆଜି ଆପଣଙ୍କୁ ଜଣାଇବା ଯିଏ ସମସ୍ତଙ୍କ ଦୁଃଖକୁ ଦୂର କରିଥାଆନ୍ତି ମହାବୀର ପ୍ରଭୁ ହନୁମାନଙ୍କ ହନୁମାନ ଚାଳିସା ପାଠ କଲେ କଣ କଣ ଲାଭ ହୋଇଥାଏ।

Google

ମନରୁ ଭୟ ଦୂର ହୋଇଥାଏ:-

ଯେଉଁ ଲୋକମାନେ ରାତିରେ ଭୟଭୀତ ହୁଅନ୍ତି। ସେମାନେ ଶୋଇବା ପୂର୍ବରୁ ପ୍ରତିଦିନ ହନୁମାନ ଚାଳିସା ପାଠ କରିବା ଉଚିତ୍ । ଭୟାନକ ସ୍ୱପ୍ନ ଏବଂ ଚିନ୍ତାଧାରାରୁ ମୁକ୍ତି ପାଇବା ସହିତ ଏହା ମାନସିକ ଶାନ୍ତି ପ୍ରଦାନ କରିଥାଏ।

ନକାରାତ୍ମକତା ଦୂର ହେବ:-

ସାଙ୍କଟମୋଚନ ପ୍ରଭୁ ହନୁମାନଙ୍କର ଚାଳିସା ପାଠ କରିବା ଦ୍ୱାରା ଘରେ ଥିବା ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଏହା ସହିତ ଯେଉଁ କାମ ଅଟକି ରହିଥାଏ ତାହା ଆରମ୍ଭ ହୋଇଥାଏ।

ସାଢ଼େ ସାତୀର ପ୍ରଭାବ କମ୍ ହେବ:-

ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଶନି ଦେବଙ୍କ ସାଢ଼େ ସାତୀ ଚାଲୁଛି ତେବେ ସେ ପ୍ରତିଦିନ ହନୁମାନ ଚାଳିସା ପାଠ କରିବା ଉଚିତ୍ । ଏହା ସାଢ଼େ ସାତୀର ପ୍ରଭାବକୁ ହ୍ରାସ କରିଥାଏ । ଧାର୍ମିକ ଗ୍ରନ୍ଥ ରାମାୟଣ ଅନୁଯାୟୀ ଯେତେବେଳେ ପବନ ପୁତ୍ର ପ୍ରଭୁ ହନୁମାନ ଶନି ଦେବଙ୍କୁ ରାବଣର ବନ୍ଦୀତ୍ୱରୁ ମୁକ୍ତ କରିଥିଲେ। ଶନିଦେବ ଖୁସି ହୋଇ କହିଥିଲେ ଯେ ଯିଏ ଶନିବାର ଦିନ ହନୁମାନ ଚାଳିସା ପାଠ କରିବେ ତାଙ୍କୁ କୌଣସି ପ୍ରକାରର ଦୁଃଖ ଭୋଗିବାକୁ ପଡିବ ନାହିଁ। ଏହିପରି ଭାବରେ ପ୍ରତ୍ୟକ ଶନିବାର ଦିନ ହନୁମାନ ଚାଳିସା ପାଠ କରିବା ଦ୍ୱାରା ପ୍ରଭୁ ହନୁମାନଙ୍କ ସହିତ ଭଗବାନ ଶନିଦେବଙ୍କ କୃପା ମଧ୍ୟ ମିଳିଥାଏ। ଏଭଳି ଏମିତିରେ ଶନିଗ୍ରହ ଏବଂ ସାଢ଼େ ସାତୀର ପ୍ରଭାବ ସ୍ୱଳ୍ପ ହୋଇ ଜୀବନରେ ସୁଖ ସମୃଦ୍ଧତା ଆଣିଥାଏ।

ପାପରୁ ମିଳିଥାଏ ମୁକ୍ତି:-

ଅନେକ ସମୟରେ ଆମେ ଆମ ଜୀବନରେ ଅଜାଣତରେ ଭୁଲ କରିଥାଉ। ଏମିତିରେ ବହୁତ ଭୁଲର ଆମେ ଅନୁଭବ ମଧ୍ୟ କରିନଥାଉ। ଏମିତିରେ ହନୁମାନ ଚାଲୁସା ପାଠ କରିବା ଦ୍ୱାରା ସେହି ସମସ୍ତ ପାପରୁ ମୁକ୍ତି ମିଳିଥାଏ। ବିଶ୍ୱାସ କରାଯାଏ ଯେ ରାତିରେ ଶୋଇବା ପୂର୍ବରୁ ହନୁମାନ ଚାଳିସାକୁ ପ୍ରାୟ ୧୦୦ ଥର ଶୁଦ୍ଧ ମନରେ ହୃଦୟରୁ ପାଠ କରିବା ଦ୍ୱାରା ପାପରୁ ମୁକ୍ତି ମିଳିଥାଏ । ତା ସହିତ ଜୀବନରେ ସୁଖର ଆଗମନ ହୋଇଥାଏ।

ଦୁଃଖ ହେବ ଦୂର:-

ଯଦି ଆପଣ ମଧ୍ୟ ନିଜ ଜୀବନରେ ନିରାଶ ଅଛନ୍ତି। ଯଦି ଆପଣ ଅନେକ ଅସୁବିଧା ଏବଂ କଷ୍ଟରେ ଘେରି ରହିଛନ୍ତି ତ ରାତିରେ ଶୋଇବା ପୂର୍ବରୁ ହନୁମାନ ଚାଳିସା ପାଠ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା କରିବା ଦ୍ୱାରା ପ୍ରଭୁ ସାଙ୍କଟମୋଚନ ହନୁମାନ ପ୍ରସନ୍ନ ହୋଇଥାଆନ୍ତି। ତା ସହିତ ନିଜ ଭକ୍ତଙ୍କର ସମସ୍ତ ଦୁଃଖ ଦୂର କରିଥାନ୍ତି।

Google

ବଳ ଏବଂ ବୁଦ୍ଧି ବୃଦ୍ଧି କରନ୍ତି:-

ପ୍ରତିଦିନ ହନୁମାନ ଚାଳିସା ପାଠ କରିବା ଦ୍ୱାରା ବୁଦ୍ଧି ତୀକ୍ଷ୍ଣ ହୋଇଥାଏ। ଏହା ବ୍ୟକ୍ତିଙ୍କୁ ଆଭ୍ୟନ୍ତରୀଣ ଗୁଣଗୁଡ଼ିକର ଅନୁଭବ ଦେଇଥାଏ। ଏମିତିରେ ଶକ୍ତି ଏବଂ ବୁଦ୍ଧି ବଢିଥାଏ। ବ୍ୟକ୍ତି ଭିତରେ ଥିବା ଗୁଣଗୁଡ଼ିକ ପ୍ରକାଶ ପାଇଥାଏ । ବ୍ୟକ୍ତି ବୁଦ୍ଧି ସହିତ ଶକ୍ତିଶାଳୀ ଅନୁଭବ କରିଥାଏ। ତା ସହିତ ଜୀବନରେ ମଧ୍ୟ ସଠିକ୍ ପଥରେ ଚାଲନ୍ତି।

ମାନସିକ ଶାନ୍ତି ପାଇବେ:-

ଯଦି କୌଣସି କଥାକୁ ନେଇ ମନ ବିଭ୍ରାନ୍ତ କିମ୍ବା ବିବ୍ରତ ହୁଏ ତେବେ ହନୁମାନ ଚାଳିସା ପାଠ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ଦ୍ୱାରା ମନର ଭୟ ଦୂର ହୁଏ ଏବଂ ମାନସିକ ଶାନ୍ତି ପ୍ରାପ୍ତ ହୁଏ। ତା ସହିତ ସଙ୍କଟ ସହିତ ଲଢ଼ିବା ଏବଂ ତାର ସମ୍ମୁଖୀନ କରିବାର ଶକ୍ତି ପ୍ରାପ୍ତି ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ହନୁମାନ ” ଅବଶ୍ୟ ଲେଖନ୍ତୁ। ପ୍ରଭୁ ହନୁମାନଙ୍କ କୃପା ହେଲେ ଆପଣଙ୍କ ଜୀବନରେ ଚାଲି ଥିବା ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button