ବିଚାର
ଜଗନ୍ନାଥଙ୍କୁ ଦୌଡିରେ ବାନ୍ଧି ଗାଡିରେ ବୋହିଲେ ଲୋକ
ବାଲେଶ୍ବର: ହିନ୍ଦୁ ଧର୍ମ ପ୍ରତି କୋଠାର ଘାତ। ଜଗତର ନ୍ନାଥ ଜଗନ୍ନାଥଙ୍କୁ ଅବମାନନା। ଜଗନ୍ନାଥଙ୍କୁ ଦୌଡିରେ ବାନ୍ଧି ବୁହା ଚାଲିଛି। ଭିଡିଓ ଭାଇରାଲ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ୬୦ନଂ ଜାତୀୟ ରାଜପଥ ରେ ଓଡିଶାରୁ ପଶ୍ଚିମବଙ୍ଗ ଅଭିମୁଖେ ଏକ ପିକଅପ ଭେନ ପଛ ପଟେ ଜଗନ୍ନାଥଙ୍କୁ ବନ୍ଧା ହୋଇବହି ନିଆ ଯାଉଛି। ଜଳେଶ୍ୱର ଥାନା ଗୋବରଘଟା ପଂଚାୟତର ଥିବା ଶିବଶକ୍ତିଡେକୋରେଟର ବାଲେଶ୍ୱର ଠାରେ ଗଣେଶ ପୂଜା ପେଂଡେଲ ଖୋଲି ସାମଗ୍ରୀ ବୋହି ଆଣୁଥିଲା ବେଳେ ଜଗନ୍ନାଥଙ୍କୁ ପିକ ଅପଭେନର ପଛପଟେ ବାନ୍ଧି ନେଇ ଆସୁଥିଲା ଭିଡିଓ ଭାଇରାଲ ହେବାରେ ଲାଗିଛି।