ସ୍ୱାସ୍ଥ୍ୟ

ପାଟି ଦୁର୍ଗନ୍ଧ (Bad Breath) କେମିତି କରିବେ ଦୂର ?

ପାଟି ଦୁର୍ଗନ୍ଧ ହେବାକୁ ନେଇ ଅନେକ ଲୋକ ଚିନ୍ତାରେ ରୁହନ୍ତି । ଅଧିକ ସମୟ ଯାଏଁ ଭୋକରେ ରହିବା ଦ୍ଵାରା ପାଟି ଶୁଖିଲା ହୋଇ ଯାଇଥାଏ ଓ ଠିକ ଭାବେ ବ୍ରସ ନକଲେ ପାଟିରେ ବ୍ୟାକ୍ଟେରିଆ ଜମା ହୋଇ ଦୁର୍ଗନ୍ଧ ବାହାରିଥାଏ । ଏହା ଯୋଗୁଁ ଅନେକ ଲୋକ କାହା ସାମ୍ନାରେ କଥା କହିବା ବେଳେ ସଙ୍କୋଚ କରିଥାନ୍ତି ଏବଂ ସମସ୍ତଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିଥାନ୍ତି । ତେବେ ପାତିରୁ ଦୁର୍ଗନ୍ଧ କିପରି ଦୂର କରିବେ ଆସନ୍ତୁ ଏନେଇ ଜାଣିବା ଦନ୍ତ ଚିକିତ୍ସକ ଡାକ୍ତର ସୌମ୍ୟା ଚକ୍ରବର୍ତ୍ତୀଙ୍କ ଠାରୁ ।

ପାଟି ଦୁର୍ଗନ୍ଧ ହେବାର ଅନେକ ଗୁଡିଏ କାରଣ ରହିଛି । ଆମ ପାଟି ଭିତରେ ଅନେକ ପ୍ରକାରର ବାକ୍ଟେରିଆ ରହିଛନ୍ତି । ସେଥିମଧ୍ୟରୁ କିଛି ବ୍ୟାକ୍ଟେରିଆ ଅଛନ୍ତି ଯେଉଁମାନେ ଦୁର୍ଗନ୍ଧ କରେଇଥାନ୍ତି ବା ଆମ ପଟି ଦୁର୍ଗନ୍ଧର କାରଣ ହୋଇଥାନ୍ତି । ସେହି ବ୍ୟାକ୍ଟେରିଆ ମାନେ ଆମ ପାଟି ଭିତରେ ସଲଫର କମ୍ପାଉଣ୍ଡ ରିଲିଜ କରିବା ହେତୁ ଆମ ପାଟି ଦୁର୍ଗନ୍ଧ କରିଥାଏ । କିଛି କଞ୍ଚା ପନିପରିବା ଯଥା:- ପିଆଜ, ରସୁଣ ଓ ଗାଜର ଆଦି ଯୋଗୁଁ ପାଟି ଦୁର୍ଗନ୍ଧ ହୋଇଥାଏ ।

ସେହିପରି ମଦ୍ୟପାନ କରିବା, ପାନ ଗୁଟଖା ଆଦି ଚୋବାଇବା ଦ୍ଵାରା ମଧ୍ୟ ପାଟି ଦୁର୍ଗନ୍ଧ ହୋଇଥାଏ । ରାତି ସମୟରେ ଆମିଷ ଖାଦ୍ଯ ଖାଇବା ଦ୍ଵାରା ବଦହଜମ ଭଳି ସମସ୍ଯା କରାଇଥାଏ । ଏହା ଯୋଗୁଁ ମଧ୍ୟ ଆମ ପାଟି ଦୁର୍ଗନ୍ଧ ହୋଇଥାଏ । ପାଟି ଗନ୍ଧ ହେବାର ଆଉ ଏକ କାରଣ ହେଉଛି ଡାଏ ମାଉଥ ବା ପାଟିରେ ସଲାଇଭା ଅର୍ଥାତ ଲାଳ କମ୍ ହେବା ହେତୁ ପାଟି ଶୁଖିଲା ହୋଇଯାଇ ଦୁର୍ଗନ୍ଧ ହୋଇଥାଏ ।

କିଛି ମେଡ଼ିସିନ ରହିଛି ଯାହା ଲମ୍ବା ସମୟ ଧରି ସେବନ କରିବା ଦ୍ଵାରା ମଧ୍ୟ ଆମ ପାଟି ଦୁର୍ଗନ୍ଧର କାରଣ ହୋଇଥାଏ । କାରଣ ଆଣ୍ଟି- ହାଇପରଟେନସିଭ ମେଡିସନ ଓ ଆଣ୍ଟି- ଡିପ୍ରେସାଣ୍ଟ ଆଦି ମେଡ଼ିସିନ ଆମ ପାଟିକୁ ଶୁଖିଲା କରିଥାଏ ।ସେହିଭଳି ସାଇନରସାଇଟିସ, ଡାଇବେଟିସ, କିଡନୀ ଓ ଲିଭର ରୋଗ ଆଦି ଆମ ପାଟି ଶୁଖିଲା ହେବାର କାରଣ ହେବା ସହ ପାଟି ଦୁର୍ଗନ୍ଧର କାରଣ ହୋଇଥାଏ ।

ସେଥିପାଇଁ ଡାକ୍ତର ପ୍ରଥେମ ଆପଣଙ୍କ ପାଟି ଶୁଖିଲା ହେବାର କାରଣ ଯାଞ୍ଚ ବା ଟେଷ୍ଟ କରିଥାନ୍ତି ।ଯେମିତିକି ଟେଷ୍ଟରେ ଯଦି ଆପଣଙ୍କ ପିଏଚ ଲେବୁଲ କମ୍ ରହୁଛି ତେବେ ଏସିଡିଟି ପାଇଁ ପାଟି ଦୁର୍ଗନ୍ଧ ହେଉଛି ବୋଲି ଜଣା ପଡିଥାଏ ।

ଏଥିପାଇଁ ଆବଶ୍ୟକ ଅନୁସାରେ ଏକ ମାସ କିମ୍ବା ଦୁଇ ମାସ ପର୍ଯ୍ୟନ୍ତ ଗ୍ୟାଷ୍ଟ୍ରିକ ମେଡ଼ିସିନ ଖାଇବା ପାଇଁ ଡାକ୍ତର ଲେଖିଥାନ୍ତି । ଏହାସହ ପାଟି ଦୁର୍ଗନ୍ଧ ହେଉଥିଲେ କଞ୍ଚା ପନିପରିବା ନଖାଇ ସେଗୁଡିକୁ ସିଝାଇ କିମ୍ବା ତରକାରୀରେ ଖାଇବା ଉଚିତ ।ଯେଉଁ କାରଣ ପାଇଁ ପାଟି ଦୁର୍ଗନ୍ଧ ହେଉଥାଏ ପ୍ରଥମେ ସେହି ରୋଗର ଚିକିତ୍ସା କରିବା ଦ୍ଵାରା ପାଟି ଦୁର୍ଗନ୍ଧ ହେବା ସମସ୍ଯା ଧୀରେ ଧୀରେ ଦୂର ହୋଇଥାଏ । ଏହାସହ ପାଟିକୁ ସଫା ରଖିବା ମଧ୍ୟ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button