କ୍ରୀଡା
ଇତିହାସ ରଚିଲେ ନୀରଜ ଚୋପ୍ରା
ଇତିହାସ ରଚିଲେ ଷ୍ଟାର ଜାଭେଲିନ ଥ୍ରୋ ନୀରଜ ଚୋପ୍ରା। ପୁଣି ଦେଶ ପାଇଁ ଗର୍ବ ଗୌରବ ଆଣିଲେ ନିରୋଜ ଚୋପ୍ରା। ନୀରଜ ଚୋପ୍ରା ଗୁରୁବାର ଦିନ ଜ୍ୟୁରିଖରେ ଡାଇମଣ୍ଡ ଲିଗ ଫାଇନାଲରେ ନିଜର ପ୍ରଥମ ସ୍ଥାନ ଅଧିକାର କରି ଇତିହାସ ରଚିଛନ୍ତି। ଜାଭେଲିନ ଥ୍ରୋରେ ଭାଲା ୮୮.୪୪ ମିଟର ପର୍ଯ୍ୟନ୍ତ ଭାଲା ଫିଙ୍ଗି ନୂଆ ରେକର୍ଡ କରିଛନ୍ତି। ନୀରଜ ଚମତ୍କାର ପ୍ରଦର୍ଶନ କରି ଡାଇମଣ୍ଡ ଲିଗ୍ ଫାଇନାଲ ଜିତିଛନ୍ତି। ଏହି ଟାଇଟଲ ଜିତିବାରେ ନୀରଜ ହେଉଛନ୍ତି ପ୍ରଥମ ଭାରତୀୟ ଆଥଲେଟିକ୍।ନୀରଜ ଏହା ପୂର୍ବରୁ ୨୦୧୭ ଏବଂ ୨୦୧୮ରେ ମଧ୍ୟ ଫାଇନାଲକୁ ଯାଇଥିଲେ। ସେ ସପ୍ତମ ଏବଂ ଚର୍ଥୁତ ସ୍ଥାନରେ ରହିଥିଲେ। କିନ୍ତୁ ଏଥର ନୀରଜ ଡାଇମଣ୍ଡ ଟ୍ରଫି ଜିତି ଏକ ସଫଳତା ହାସଲ କରିଛନ୍ତି।