ବ୍ୟବସାୟ

ରକ୍ଷା ବନ୍ଧନରେ କେନ୍ଦ୍ର ସରକାରଙ୍କ ବଡ଼ ଉପହାର, ୨୦୦ ଟଙ୍କା ଶସ୍ତା ହେଲା ଗ୍ୟାସ୍‌ ସିଲିଣ୍ଡର – Utkal Mail


କେନ୍ଦ୍ର ସରକାର ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସରକାର ଘରୋଇ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟରେ ୨୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ସରକାର ଗ୍ୟାସ୍‌ ସିଲିଣ୍ଡର ପିଛା ୨୦୦ ଟଙ୍କାର ସବ୍‌ସିଡି ଘୋଷଣା କରିଛନ୍ତି।

କେନ୍ଦ୍ର ସରକାର ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସରକାର ଘରୋଇ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟରେ ୨୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ସରକାର ଗ୍ୟାସ୍‌ ସିଲିଣ୍ଡର ପିଛା ୨୦୦ ଟଙ୍କାର ସବ୍‌ସିଡି ଘୋଷଣା କରିଛନ୍ତି। ଏହି ସବ୍‌ସିଡି ଉଜ୍ଜ୍ୱଳ ଯୋଜନା ଅଧୀନରେ ଆସୁଥିବା ଲାଭାର୍ଥୀମାନଙ୍କୁ ମିଳିବ। ଅଗଷ୍ଟ ମାସର ପହିଲାରେ ପେଟ୍ରୋଲିୟମ୍‌ କମ୍ପାନୀଗୁଡ଼ିକ କମର୍ସିଆଲ୍‌ ଏଲ୍‌ପିଜି ସିଲିଣ୍ଡର୍‌ ମୂଲ୍ୟରେ ୧୦୦ ଟଙ୍କା ହ୍ରାସ କରିଥିଲେ।

ଅଗଷ୍ଟ ୧ ତାରିଖରେ ରାଜଧାନୀ ଦିଲ୍ଲୀରେ ଘରୋଇ ରୋଷେଇ ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ୧୧୦୩ ଟଙ୍କା ଥିଲା। ଏହିପରି ମୁମ୍ବାଇରେ ୧୧୦୨.୫୦ ଟଙ୍କା, କୋଲକାତାରେ ୧୧୨୯ ଟଙ୍କା ଏବଂ ଚେନ୍ନାଇରେ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୧୧୧୮.୫୦ ଟଙ୍କା ଥିଲା। ପେଟ୍ରୋଲିୟମ୍‌ କମ୍ପାନୀଗୁଡ଼ିକ ପ୍ରତି ମାସର ପ୍ରଥମ ତାରିଖରେ ଏଲ୍‌ପିଜି ମୂଲ୍ୟରେ ପରିବର୍ତ୍ତନ କରିଥାଆନ୍ତି।

ବର୍ତ୍ତମାନ ସରକାରଙ୍କ ଅନୁସାରେ, ଉଜ୍ଜ୍ୱଳା ଯୋଜନା ଅଧୀନରେ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟ ୨୦୦ ଟଙ୍କା ଶସ୍ତା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ହୋଇଥିବା କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କହି ରଖୁଛୁ, କେନ୍ଦ୍ର ସରକାର ଗତବର୍ଷ ସ୍ପଷ୍ଟ କରିଥିଲେ ଯେ ରୋଷେଇ ଗ୍ୟାସ୍‌ ଉପରେ ସବ୍‌ସିଡିର ଲାଭ କେବଳ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀଙ୍କୁ ମିଳିବ। ବାକି ଅନ୍ୟ କାହାରିକୁ ଗ୍ୟାସ୍‌ ସିଲିଣ୍ଡର ଉପରେ ସବ୍‌ସିଡି ଦିଆଯିବ ନାହିଁ।

ଉଜ୍ଜ୍ୱଳା ଯୋଜନା ଅଧୀନରେ ସରକାର ପୂର୍ବରୁ ହିଁ ୨୦୦ ଟଙ୍କାର ସବ୍‌ସିଡି ଦେଉଥିଲେ। ବର୍ତ୍ତମାନ ଏଥିରେ ୨୦୦ ଟଙ୍କାର ଅତିରିକ୍ତ ସବ୍‌ସିଡି ମିଳିବ।


Related Articles

Leave a Reply

Your email address will not be published. Required fields are marked *

Back to top button