ମୋଦୀଙ୍କ ଗଳାରେ ଚଢ଼ିବାକୁ ଯାଉଛୁ; ମୁମ୍ବାଇ ଯିବା ପୂର୍ବରୁ ଏଭଳି କହିଲେ ଲାଲୁ – Utkal Mail
ପାଟନା: ମୋଦୀଙ୍କ ଗଳାରେ ଚଢ଼ିବାକୁ ଯାଉଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏଭଳି ବିବାଦୀୟ ବୟାନ ଦେଲେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ। ମୁମ୍ବାଇ ଯାଉଥିବା ବେଳେ ପାଟନା ବିମାନବନ୍ଦରରେ ସେ ଏଭଳି କହିଥିବାର ଭିଡିଓ ସାମ୍ନାକୁ ଆସିଛି।
ଭାଇରାଲ ଭିଡିଓରେ ସେ କହିଛନ୍ତି ଯେ, “ଆମେ ଆଜି ମୁମ୍ବାଇର ନରେନ୍ଦ୍ର ମୋଦୀଙ୍କ ଗଳା ଉପରେ ଚଢ଼ିବାକୁ ଯାଉଛୁ।” ଲାଲୁ I.N.D.I.A.ର ମିଳିତ ବୈଠକ ପାଇଁ ମୁମ୍ବାଇ ଯିବା ପୂର୍ବରୁ ପାଟନା ବିମାନବନ୍ଦରରେ ଏହି କଥା କହିଥିଲେ। ଏହି ସମୟରେ ତାଙ୍କ ସହ ବିହାରର ଉପମୁଖ୍ୟମନ୍ତ୍ରୀ ତଥା ତାଙ୍କ ସାନପୁଅ ତେଜସ୍ୱୀ ଯାଦବ ଉପସ୍ଥିତ ଥିଲେ।
#WATCH | Patna | “Mumbai mein Narendra Modi ke nareti (throat) pe chadhne jaa rahe hain humlog. Narendra Modi ka nareti pakde huye hain hum, hatana hai,” RJD chief Lalu Prasad Yadav says, ahead of the Mumbai meeting of the INDIA alliance pic.twitter.com/ekm7O5w8bR
— ANI (@ANI) August 29, 2023
ଏହା ପୂର୍ବରୁ ବିଜେପିକୁ ଟାର୍ଗେଟ କରି ଲାଲୁ ପ୍ରସାଦ ଯାଦବ କହିଥିଲେ, ‘I.N.D.I.A.’ ନାମ ରଖିବା ପରେ ବିଜେପି ଦଳର ଜୀବନ କଷ୍ଟସାଧ୍ୟ ହୋଇପଡିଛି। ଆମେ ସମଗ୍ର ଦେଶରେ ବିଜେପି ବିରୋଧରେ ଜୋରଦାର ଲଢ଼େଇ ଲଢ଼ିବୁ। ଏଥର ୨୦୨୪ ଲୋକସଭା ନିର୍ବାଚନରେ ପ୍ରତ୍ୟେକ ଆସନକୁ ନେଇ ସିଧାସଳଖ ପ୍ରତିଯୋଗିତା ହେବ। ଗୋଟିଏ ପଟେ ବିଜେପି ଦଳର ପ୍ରାର୍ଥୀ, ଅନ୍ୟ ପଟେ I. N. D. I.ର ପ୍ରାର୍ଥୀ ରହିବେ। ‘I.N.D.I.A.’ ନାମର ଚାରିଆଡେ ପ୍ରଶଂସା କରାଯାଉଛି। ବର୍ତ୍ତମାନ ୨୦୨୪ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାଚ୍ୟୁତ କରିଦିଆଯିବ।



