ବ୍ୟବସାୟ

ମୋମୋ ବିକାଳିଙ୍କ ଇଂରାଜୀ ଶୁଣିବା ପାଇଁ ପ୍ରତିଦିନ ଠେଲା ସାମ୍ନାରେ ଲାଗୁଛି ପ୍ରବଳ ଭିଡ଼ – Utkal Mail


ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ନିକଟରେ ଏକ ଭିଡିଓ ଘୁରି ବୁଲୁଛି। ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କୁ ରାସ୍ତାପ‌ାର୍ଶ୍ବରେ ମୋମୋ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ଏହି ବ୍ୟକ୍ତି ଜଣକ ଇଂରାଜୀ କହିକହି ଗ୍ରାହକଙ୍କୁ ମୋ‌ମୋ ବିକ୍ରି କରୁଥିବା ଭିଡିଓରେ ଶୁଣିବାକୁ ମିଳୁଛି।

ମୋମୋ ବିକ୍ରି କରୁଥିବା ବିକାଳିଙ୍କ ନାମ କ’ଣ ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। କିନ୍ତୁ ଏହି ଭିଡିଓ ସୋସିଆଲ ମିଡିଆରେ ‌ପୋଷ୍ଟ ହେବାପରେ ଲୋକେ ପ୍ରତିକ୍ରିୟା ଦେଇ କହୁଛନ୍ତି, ‘ଏହି ମୋମୋ ବିକାଳୀ ଜଣକ କୌଣସି ଇଂରାଜୀ ପ୍ରଫେସର ନୁହନ୍ତି। ଏହା ସତ୍ତ୍ବେ ବି ସେ ସ୍ପଷ୍ଟ ଭାବେ ଇଂରାଜୀ କହି ଗ୍ରାହକଙ୍କୁ ମୋମୋ ବିକ୍ରି କରୁଛନ୍ତି। ଆଉ ମୋମୋ ବିକାଳୀଙ୍କ ଇଂରାଜୀ ଶୁଣିବା ପାଇଁ ପ୍ରତିଦିନ ତାଙ୍କ ଅସ୍ଥାୟୀ ଠେଲା ସାମ୍ନାରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଲାଗିଥାଏ।

ଶୁଣିବାକୁ ମିଳିଛି ଏହି ମୋମୋ ବିକାଳୀଙ୍କ ସହିତ ତାଙ୍କ ସ୍ତ୍ରୀ ବି ଥାଆନ୍ତି। ସ୍ବାମୀ-ସ୍ତ୍ରୀ ଦୁହେଁ ମିଶି ମୋମୋ ବିକ୍ରି କରନ୍ତି। ଦୁହେଁ ଏଥିପାଇଁ ପରିଶ୍ରମ କରୁଛନ୍ତି କାହିଁକି ନା ତାଙ୍କ ସନ୍ତାନକୁ ଭଲ ପାଠପଢ଼ାଇ ପାରି‌ବେ। ଭଲ ମଣିଷଟେ କରିପାରେ। ଆଗକୁ ଯାଇ ଯେମିତି ଟଙ୍କା ପାଇଁ ପିଲାର ପାଠପଢ଼ା ବନ୍ଦ ହୋଇ ନଯାଉ।’




Related Articles

Leave a Reply

Your email address will not be published. Required fields are marked *

Back to top button