ଜୀବନଶୈଳୀ

ମନ ଦୁଃଖରେ ବସିଥିଲା ବିଧବା ଝିଅ, ମଥାରେ ସିନ୍ଦୁର ପିନ୍ଧାଇ ବୋହୂ କରି ଘରକୁ ଆଣିଲେ ବାପା… ଦେଖନ୍ତୁ Video

ଦର୍ଶକ ବନ୍ଧୁ ଘରକୁ ବାପା ନେଇ ଆସିଲେ ପୁଅ ପାଇଁ ବିଧବା ବୋହୁ ମଥାରେ ସିନ୍ଦୁର ପିନ୍ଧାଇ ପାଟ ଶାଢୀ ରେ ବଧୂ ବେସ ସଜାଇ ପୁଅ ବାହା ହେଲା ବିଧବା କନ୍ୟା । ବିଧବାକୁ ସଧବା ରୂପ ଦେଲେ ଜଣେ ବାପା । ଯୌବନ ଅବସ୍ଥାରେ ବିଧବ ହୋଇଯିବା କେତେ ଯେ କଷ୍ଟ ତାକୁ ଜଣେ ବାପା ଅନୁଭବ କରିଛନ୍ତି । ସେଥିପାଇଁ ନିଜକୁ ସେହି ବିଧବା କନ୍ୟା ହାତରେ ଟେକି ଦେଇଛନ୍ତି । ଆଉ ଦୁହେଁ ଏବେ ସାତ ଜନ୍ମର ସାଥି ସ୍ଵାମୀ-ସ୍ତ୍ରୀ । ଏମିତି ଏକ ସୁନ୍ଦର ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲା ସାଲେପୁର ଚନ୍ଦ୍ରାଦେଇପୁର ରେ ।

ନା ଯୌତୁକ ନା ଜାତକ ଏହି ବାହାଘର ରେ କିଛି ବି ଦରକାର ହୋଇ ନାହି । ଖାଲି ଦରକାର ହୋଇଛି ପୂଜକଙ୍କ ମନ୍ତ୍ର ଓ ସାଥି ପରିଜନଙ୍କର । ଚନ୍ଦ୍ରାଦେଇପୁର ର ବିମ୍ବାଧର କର ଙ୍କର ପୁଅ ଅମୂଲ୍ୟ କୁମାର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳ ଗୁହାଳ ଗାଁର ଅକ୍ଷୟ ପରିଡାଙ୍କ ବିଧବା ଝିଅ ଅନୁସୟା ପରିଡାଙ୍କୁ ବୈଦିକ ରୀତିନୀତିରେ ମନ୍ଦିରରେ ବିବାହ କରିଛନ୍ତି । ଅନୁଶୟା ୨୦୧୬ରେ ସାଲେପୁରରେ ବାହା ହୋଇଥିଲେ ଇନ୍ତୁ କୋରୋନା ରେ ତାଙ୍କ ସ୍ଵାମୀଙ୍କ ମୃତ୍ୟୁ ହୋଇ ଯାଇଥିଲା ।

ଯାହା ପରେ ସେ ତାଙ୍କ ବାପା ଘରକୁ ଚାଲି ଆସିଥିଲେ । ଏଭଳି ଖବର ପାଇବା ପରେ ଅମୂଲ୍ୟ ଆସି ଅନୁଶୟାଙ୍କୁ ବାହା ହେବା ପାଇଁ କହିଥିଲେ ଓ ଉଭୟ ପରିବାରକୁ ରାଜି ମଧ୍ୟ କାରାଇଥିଲେ । ଅମୂଲ୍ୟ ଏ ସମାଜରେ ବେସାହାର ହୋଇ ପଡିଥିବା ବିଧବା ଙ୍କୁ କିପରି ସାହାରା ଦେଇ ହେବ ସେଥିପାଇଁ ଚେଷ୍ଟା ଜାରି ରଖିଛନ୍ତି । ଯାହା ପାଇଁ ନିଜେ ବ୍ରାମହାଣ ଘରର ପୁଅ ହୋଇ ଏକ ଖଣ୍ଡାୟତ ଘରର ବିଧବା କନ୍ୟାଙ୍କୁ ବିବାହ କରିଛନ୍ତି । ଅନୁଶୟା ଙ୍କୁ ବାହା ହୋଇ ଅମୂଲ୍ୟ ଏବେ ବହୁତ ଖୁସି ଅଛନ୍ତି ।

ଅମୂଲ୍ୟ ଏବେ ଅନୁଶୟା ଙ୍କର ହାତ ଧରି ସାତ ଜନ୍ମର ସାଥି ହୋଇ ବାଟ ଚାଲିବେ । ତେବେ ବିଧବା ମାନଙ୍କୁ ଆଜିର ଦୁନିଆ ଅଶୁଭ ମାନୁ ଥିବା ବେଳେ ଅମୂଲ୍ୟ ଜଣେ ବୁଧବା ଙ୍କୁ ବାହା ହୋଇ ଏକ ଉଦାହରଣ ସୃଷ୍ଟି କରି ପାରିଛନ୍ତି ଅମୂଲ୍ୟ । ତେବେ ଏ ନେଇ ଅମୂଲ୍ୟ କହିଛନ୍ତି ଯେ ଆମ ଦୁହିଙ୍କର ବିବାହ ଉଭୟ ପରିବାରର ସହମତି ରେ ହୋଇଛି । ଦୁଇ ପରିବାରର ଆପୋଷ ଆଲୋଚନା ପରେ ସଂପୂର୍ଣ୍ଣ ବୈଦିକ ରୀତିରେ ବାହାଘର ହୋଇଛି । ଏହି ବାହାଘରକୁ ନେଇ ମୁଁ ବହୁତ ଖୁସି ଅଛି ।

ତେବେ ଅମୂଲ୍ୟ ଓ ଅନୁଶୟା ଙ୍କ ପରିବାର ମଧ୍ୟ ଏହି ବାହାଘରରେ ସହମତି ଦେଇ ଯୋଗ ଦେବା ସହ ସେମାନଙ୍କୁ ଆଶୀର୍ବାଦ ମଧ୍ୟ କରିଛନ୍ତି । ସମାଜ କଣ କହିବ କଣ ନାହି ସେ କଥାକୁ ଖାତିର ନ କରି ଅମୂଲ୍ୟ ଆଜି ଏକ ଉଦାରହଣ ସାଜିଛନ୍ତି ବିଧବା ଅନୁଶୟା ଙ୍କୁ ବାହା ହୋଇ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button