ନୀତି

ପ୍ରେମିକାକୁ ୧୦ ମିନିଟ୍‌ ଧରି ଚୁମ୍ବନ ଦେବାରୁ ଫାଟିଗଲା ପ୍ରେମିକଙ୍କ କାନ-ପରଦା – Utkal Mail


ନୂଆଦିଲ୍ଲୀ: ‌ପ୍ରେମିକାକୁ ୧୦ ମିନିଟ୍‌କାଳ ଚୁମ୍ବନ ଦେଇ ଚୀନ୍‌ର ଜଣେ ବ୍ୟକ୍ତି ଶ୍ରବଣଶକ୍ତି ହରାଇଥିବା କଥା ‘ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ୍‌’ ରିପୋର୍ଟ କରିଛି।

ରିପୋର୍ଟରେ ଉଲ୍ଲେଖ ଅଛି, ଅଗଷ୍ଟ ୨୨ ତାରିଖ ଦିନ ସେମାନେ ଚୀନ୍‌ର ପୂର୍ବାଞ୍ଚଳ ପ୍ରଦେଶ ଜେଜିଆଙ୍ଗ୍‌ ପ୍ରଦେଶର ‘ପଶ୍ଚିମ ହ୍ରଦ’କୁ ‘ଡେଟିଙ୍ଗ୍‌’ରେ ଯାଇଥିଲେ।  ପ୍ରେମିକାର ଓଠରେ ୧୦ ମିନିଟ୍‌ ଧରି ନିଜ ଓଠ ଜଡ଼ାଇ ରଖିବା ପରେ ପ୍ରେମିକ ନିଜ କାନରେ ତୀବ୍ର ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ପରୀକ୍ଷା କରି ଡାକ୍ତରମାନେ ଦେଖିଲେ ଯେ ତାଙ୍କ କାନ-ପରଦାରେ ଛିଦ୍ର (ଫାଟି କଣା ହୋଇଯିବା) ହୋଇଯାଇଛି। ଛିଦ୍ର ପୂରଣ ହେବାକୁ ୨ ମାସ ଲାଗିବ କହି ଡାକ୍ତରମାନେ ତାଙ୍କୁ ‘ଆଣ୍ଟିବାୟୋଟିକ୍‌’ ଲେଖିଦେଇଛନ୍ତି।

Image Courtesy of South China Morning Post

ଡାକ୍ତରମାନେ କହିଛନ୍ତି, ଏଭଳି ଆତୁର ହୋଇ ଚୁମ୍ବନ ଦେଲେ କାନ ଭିତରେ ବାୟୁଚାପ ପଡ଼େ। ଏଥିସହିତ ‘ପାର୍ଟନର୍‌’ଙ୍କ (ପ୍ରେମିକ ବା ପ୍ରେମିକା) ଖର ବା ଦ୍ରୁତ ନିଶ୍ବାସପ୍ରଶ୍ବାସ ମଧ୍ୟ ବାୟୁଚାପରେ ଅସନ୍ତୁଳ ଅବସ୍ଥା ସୃଷ୍ଟି କରେ। ଫଳରେ କାନ-ପରଦା ଫାଟିଯାଏ।

‘ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ୍‌’ ରିପୋର୍ଟ ଆହୁରି ମଧ୍ୟ ଲେଖିଛି, ଉପରୋକ୍ତ ଘଟଣା ଏ ପ୍ରକାରର ପ୍ରଥମ ଘଟଣା ନୁହେଁ। ପ୍ରେମିକର ତୀବ୍ର ଚୁମ୍ବନ ଯୋଗୁଁ ୨୦୦୮ରେ ମଧ୍ୟ ଦକ୍ଷିଣ ଚୀନ୍‌ରେ ଜଣେ ତରୁଣୀ ଆଂଶିକ ଶ୍ରବଣଶକ୍ତି ହରାଇଥିବା କଥା ‘ରଏଟର୍ସ’ ରିପୋର୍ଟ କରିଥିଲା। ଦକ୍ଷିଣ ଗୁଆଙ୍ଗ୍‌ଡୋଙ୍ଗ୍‌ ପ୍ରଦେଶର ଜୁହାଇ ଅଞ୍ଚଳର ୨୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କା ସେ ଯୁବତୀଙ୍କ ବାମ କାନକୁ ଆଦୌ କିଛି ଶୁଭିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button