ଓଡିଶା

ପ୍ରଧାନମନ୍ତ୍ରୀଙ୍କ କୋଣାର୍କ ଭେଟି

ପୁରୀ: ପ୍ରଧାନମନ୍ତ୍ରୀଙ୍କ କୋଣାର୍କ ଭେଟି। ଉଡାଣ ଯୋଜନାରେ ସାମିଲ ହେଲା ବିଶ୍ୱ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ କୋଣାର୍କ। ଉଡେ ଦେଶକା ଆମ ନାଗରିକ( udan) ଗରିବ, ମଧ୍ୟ୍ୟବିତ୍ତ ଲୋକଙ୍କୁ ବିମାନ ସେବା ଦେବାକୁ କେନ୍ଦ୍ର ସରକାର ଏକ ଯୋଜନା କରିଛନ୍ତି। ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକ ଯାହାର ଫାଇଦା ପାଇବେ। କୋଣାର୍କ ବୁଲି ଆସୁଥିବା ପର୍ଯ୍ୟଟକ ମାନେ ଭୂବନେଶ୍ୱର ଦେଇ ପୁରୀ, କୋଣାର୍କ ବୁଲିଆସୁଥିଲେ। ହେଲେ ଏବେ ସିଧାସଳଖ ଆସି କୋଣାର୍କରେ ପହଞ୍ଚିବେ। ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବା ସହ ଶେଷ କରିବା ପାଇଁ, ଭାରତ ସରକାରଙ୍କ ପକ୍ଷରୁ ସମସ୍ତ ଯୋଜନା ଶେଷ ହୋଇଛି I ଏହି ଖବର ଶୁଣିବା ପରେ କୋଣାର୍କ ଅଂଚଳବାସି ଖୁସି ବ୍ୟକ୍ତ କରିଛନ୍ତି । ବିମାନ ଉଡିବା ଫଳରେ କୋଣାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ । ଯାହା ଫଳରେ ବ୍ୟାପାର, ବାଣିଜ୍ୟରେ ମଧ୍ୟ କୋଣାର୍କ ବାସି ଉପକୃତ ହେବେI ଉଡାଣ ଯୋଜନାରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସମସ୍ତେ ଉପକୃତ ହେବ। ଏହା ସହିତ ଜୀବନ ଶୈଳୀରେ ମଧ୍ୟ ପରିବର୍ତନ ହେବI ଏଣୁ ପ୍ରଧାନମନ୍ତ୍ରୀଙ୍କ ଏ ପଦକ୍ଷପ ପାଇଁ ସବୁ ମହଲରୁ ସ୍ବାଗତ କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button