ଦେଶ ବିଦେଶ

ଚାର୍ଲ୍ସ ତୃତୀୟ ବ୍ରିଟେନର ରାଜା ଘୋଷିତ

ଲଣ୍ଡନ: ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ୯୬ ବର୍ଷ ବୟସରେ ନିଧନ ପରେ ତାଙ୍କ ପୁଅ ଚାର୍ଲ୍ସ ତୃତୀୟଙ୍କୁ ବ୍ରିଟେନର ରାଜା ଘୋଷିତ କରାଯାଇଛି। ଏଥିସହ ଚାର୍ଲ୍ସଙ୍କ ପତ୍ନୀ କେମିଲା ପାର୍କରଙ୍କୁ କ୍ବିନ କନ୍ସାର୍ଟ ଘୋଷଣା କରାଯାଇଛି। ଏହି ସମୟରେ ଲଣ୍ଡନର ସେଣ୍ଟ ପେଲେସରେ ପ୍ରିନ୍ସ ଅଫ ୱେଲ୍ସ ୱିଲିୟମ, ପିଏମ ଲିଜ ଟସ୍ ଓ ଅନ୍ୟ ବହୁ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ରହିଛନ୍ତି। ପୂର୍ବ ପରମ୍ପରାକୁ ଭାଙ୍ଗି ପ୍ରଥମଥର ପାଇଁ ପରିଗ୍ରହଣ ପରିଷଦର ଟିଭି ପ୍ରସାରଣ ହୋଇଛି।ରାଜା ଘୋଷିତ ହେବା ପରେ କିଙ୍ଗ ଚାର୍ଲ୍ସ-୩ କହିଛନ୍ତି, ମୋର ପ୍ରେମମୟୀ ମା, ଆମ ସମସ୍ତଙ୍କ ମହାରାଣୀଙ୍କ ନିଧନର ଘୋଷଣା କରିବା ମୋ ପାଇଁ ସବୁଠାରୁ ଦୁଃଖଦ କର୍ତ୍ତବ୍ୟ ହୋଇଛି। ମତେ ଜଣାଅଛି କି, ଆମର ଏହି ଅପୂରଣୀୟ କ୍ଷତିରେ ଆପଣମାନଙ୍କ ସହାନଭୂତି ରହିଛି। ମୁଁ ମୋ ମାଙ୍କ କର୍ତ୍ତବ୍ୟନିଷ୍ଠତାରେ ଅନୁପ୍ରାଣିତ ହୋଇଛି। ସାରା ଜୀବନ ବିଶ୍ବସ୍ଥତା, ପ୍ରେମ ଓ ସମ୍ମାନର ସହ ନିଜ କର୍ତ୍ତବ୍ୟ ସମ୍ପାଦନ କରିବି।ସେ ଆହୁରି କହିଛନ୍ତି କି, ଏହି ଦାୟିତ୍ବକୁ ନିର୍ବାହ କରିବାକୁ ମୁଁ ସେହି ପ୍ରେରକ ଉଦାହରଣର ପାଳନ କରିବାର ପ୍ରୟାସ କରିବି। ପ୍ରୋଟୋକଲ ଅନୁସାରେ ଚାର୍ଲ୍ସ ନିଜ ମାଙ୍କ ମୃତ୍ୟୁ ପରେ ରାଜା ହୋଇଥିଲେ, କିନ୍ତୁ ପରିଗ୍ରହଣ ପରିଷଦ ନୂଆ ସମ୍ରାଟଙ୍କ ନାମ ଅଧିକାରିକଭାବେ ଘୋଷଣା କରିବାର ଔପଚାରିକତା ପୂରା କରିଛି। ପୂର୍ବ ସମ୍ରାଟ ବା ସାମ୍ରାଜ୍ଞୀଙ୍କ ମୃତ୍ୟୁର ୨୪ ଘଣ୍ଟା ଭିତରେ ନୂଆ ସମ୍ରାଠଙ୍କ ଅଭିଷେକ ହୋଇଥାଏ। ହେଲେ ଚଳିତ ଥର ଏହି କାର୍ଯ୍ୟରେ ବିଳମ୍ବ ହୋଇଛି।ମହାରାଣୀ ଏଲିଜାବେଥ ଦ୍ବିତୀୟ ଗୁରୁବାର ସ୍କଟଲ୍ୟାଣ୍ଡର ବାଲ୍ମୋରଲ କୈସଲରେ ୯୬ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ନିଥନର ଦୁଇ ଦିନ ପରେ ନୂତନ ରାଜାଙ୍କ ଅଭିଷେକ ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button