ନୀତି

ଏହି ଖାସ୍‌ ବ୍ୟକ୍ତିଙ୍କ ସହ ‘ବିଗ୍‌ବସ୍‌-୧୭’ରେ ନଜର ଆସିବେ ପାକିସ୍ତାନୀ ଭାବି ସୀମା ହାଇଦର! – Utkal Mail


ମୁମ୍ବାଇ: ‘ବିଗ୍‌ବସ୍‌ ଓଟିଟି-୨’ ପରେ ବର୍ତ୍ତମାନ ଟିଭିରେ ପ୍ରସାରିତ ହେବାକୁ ଥିବା ‘ବିଗ୍‌ବସ୍‌’ରେ ନଜର ଆସିବେ ସଲ୍‌ମାନ୍‌ ଖାନ୍‌। ‘ବିଗ୍‌ବସ୍‌-୧୭’ ପାଇଁ ଏବେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଧୀରେ ଧୀରେ ସୋ’କୁ ନେଇ ବିଭିନ୍ନ ତଥ୍ୟ ପଦାକୁ ଆସିବାକୁ ଲାଗୁଛି।

ଅନେକ ଗଣମାଧ୍ୟମ ସଂସ୍ଥା ‘ବିଗ୍‌ବସ୍‌’ ପ୍ରତିଯୋଗୀ ଭାବେ ସୀମା ହାଇଦରଙ୍କ ନାମ ନେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏବେ ଚାରିଆଡ଼େ ଏହି ଗୋଟାଏ ହିଁ ଆଲୋଚନା ହେଉଛି ଯେ ପାକିସ୍ତାନରୁ ନିଜ ପ୍ରେମିକ ସଚିନଙ୍କ ପାଖକୁ ଧାଇଁ ଆସିଥିବା ସୀମା ହାଇଦରଙ୍କୁ ଏଥର ‘ବିଗ୍‌ବସ୍‌’ରେ ଦେଖିବାକୁ ମିଳିବ। ତେବେ ତାଙ୍କ ସହି ତ ଯିଏ ନଜର ଆସିବେ ତାହା ଆପଣଙ୍କୁ ଅଧିକ ଆଶ୍ଚର୍ଯ୍ୟ କରିବ। ସୂଚନାରୁ ପ୍ରକାଶ‌ ଯେ, ‘ବିଗ୍‌ବସ୍‌’ ହାଉସ୍‌କୁ ସୀମା ଏକା ନୁହେଁ; ତାଙ୍କ ପ୍ରେମିକ ସଚିନଙ୍କ ସହ ଯିବେ।

ନିର୍ମାତାମାନେ ଏବେ ‘ବିଗ୍‌ବସ୍‌’ ସିଜନ୍ ୧୭ ପାଇଁ ପ୍ରତିଯୋଗୀଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି। ଏହି ସୋ’ର ଫର୍ମାଟ୍ ଅନୁଯାୟୀ ବିବାଦର ସମ୍ମୁଖୀନ ହୋଇଥିବା ପ୍ରତିଯୋଗୀମାନେ ଏଥିରେ ନଜର ଆସନ୍ତି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଏଥର ସୀମା ହାଇଦର ସୋ’କୁ ଆସିବାକୁ ଯାଉଛନ୍ତି ଏବଂ ସେ ଏକୁଟିଆ ଆସିବେ ନାହିଁ ବରଂ ଯେଉଁ ବ୍ୟକ୍ତିଙ୍କ ପାଇଁ ସେ ପାକିସ୍ତାନ ଛାଡିଛନ୍ତି, ତାଙ୍କ ସହ ହିଁ ନଜର ଆସିବେ।

ଅର୍ଥାତ୍ ସୀମାଙ୍କ ସହ ତାଙ୍କ ସ୍ୱାମୀ ସଚିନ୍ ମୀନା ମଧ୍ୟ ଏହି ସୋ’ର ଏକ ଅଂଶ ହେବେ। ତେବେ ଏ ସମ୍ପର୍କରେ କୌଣସି ଆନୁ‌ଷ୍ଠାନିକ ଘୋଷଣା କରାଯାଇ ନାହିଁ। ସୀମା ଓ ସଚିନ ଏନେଇ ସେମାନଙ୍କର ପ୍ରତିକ୍ରିୟା ଦେଇନାହାନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button