କ୍ରୀଡା

ଏସିଆ କପ ଫାଇନାଲରୁ ବାଦ ପଡ଼ିବା ପରେ ଡ୍ରେସିଂ ରୁମରେ ହଙ୍ଗାମା କରିଥିଲେ ବାବର ଆଜମ – Utkal Mail


ନୂଆଦିଲ୍ଲୀ: ବାବର ଆଜମ ପାକିସ୍ତାନର ଜଣେ ମହାନ ଖେଳା​ଳିରୂପେ ପରିଗଣିତ ହେଉଛନ୍ତି । କିନ୍ତୁ ଏସିଆ କପରେ ପାକିସ୍ତାନ ଫାଇନାଲ ଦୌଡ଼ରୁ ବାଦ ପଡ଼ିବା ପରେ ତାଙ୍କୁ ଚାରିଆଡୁ ସମାଲୋଚନା କରାଯାଉଛି । ଏହାକୁ ନେଇ ସେ ଚାପରେ ଅଛନ୍ତି । ସୁପର-୪ରେ ଶ୍ରୀଲଙ୍କାଠାରୁ ହାରିବା ପରେ ଅଧିନାୟକ ବାବର ଆଜମଙ୍କୁ ଗଭୀର ଝଟକା ଲାଗିଥିଲା । ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ପରାଜୟ ପରେ ସେ ଦଳର ବରିଷ୍ଠ ଖେଳାଳିଙ୍କ ଉପରେ ନିଜର କ୍ରୋଧ ପ୍ରକାଶ କରିଥିଲେ ଏବଂ ଡ୍ରେସିଂ ରୁମ୍ ରେ ତୀବ୍ର ହଙ୍ଗାମା ହୋଇଥିଲା।

ପ୍ରଥମ ସୁପର-୪ରେ ଟିମ୍ ଇଣ୍ଡିଆ ବିପକ୍ଷରେ ପାକିସ୍ତାନକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାପରେ ଯେତେବେଳେ ଶ୍ରୀଲଙ୍କା ବିପକ୍ଷରେ କର ବା ମର ମ୍ୟାଚ ଆସିଲା, ସେତେବେଳେ ପାକିସ୍ତାନ ଶ୍ରୀଲଙ୍କାଠାରୁ ହାରିଯାଇଥିଲା । ପେସ୍ ଆଟାକ୍ ପାଇଁ ସାରା ବିଶ୍ୱରେ ପରିଚିତ ପାକିସ୍ତାନ ଶ୍ରୀଲଙ୍କାର ବ୍ୟାଟିଂଲାଇନ ଭାଙ୍ଗିବାରେ ସଫଳ ହୋଇପାରିନଥିଲା । ଏହି ପରାଜୟର ଶ୍ରେୟ ଡ୍ରେସିଂ ରୁମରେ ଥିବା ଦଳର ଖେଳାଳିଙ୍କୁ ଦେଇଛନ୍ତି ବାବର ଆଜମ। ପାକିସ୍ତାନର ବୋଲ ନ୍ୟୁଜ୍ ଅନୁଯାୟୀ ବାବର ଡ୍ରେସିଂ ରୁମରେ ଖେଳାଳିଙ୍କୁ ଗାଳିଗୁଲଜ କରିଥିଲେ। ଯାହା ପରେ ପାକିସ୍ତାନର ଷ୍ଟାର ବୋଲର ଶାହିନ ଆଫ୍ରିଦି ବାବରଙ୍କ ସମାଲୋଚନା ମଧ୍ୟରେ ହସ୍ତକ୍ଷେପ କରିଥିଲେ ଏବଂ ଉଭୟଙ୍କ ମଧ୍ୟରେ ଜୋରଦାର ବିତର୍କ ହୋଇଥିଲା । ଏହା ପରେ ଶାହିନ ଉକ୍ତ ରୁମ ଛାଡ଼ି ଚାଲିଯାଇଥିଲେ ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button