ଦେଶ ବିଦେଶ

ଗଣେଶ ବିସର୍ଜନ ବେଳେ ଅଘଟଣ: ୨୦ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରରେ ଗଣେଶ ମୂର୍ତ୍ତି ବିସର୍ଜନକାଳରେ ବିଭିନ୍ନ ସ୍ଥାନରେ ଘଟିଛି ଅଘଟଣ। ଏଥିରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କ ମୃତ୍ୟୁ ପାଣିରେ ବୁଡି ହୋଇଛି ବୋଲି ମହାରାଷ୍ଟ୍ର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

୧୦ ଦିବସୀୟ ଗଣେଶ ପୂଜା ଅନନ୍ତ ଚତୁର୍ଦ୍ଦଶୀ ଅବସରେ ଶେଷ ହୋଇଛି। ବେଶ ଜାକଜମକରେ ମୂର୍ତ୍ତି ବିସର୍ଜନ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଅଘଟଣ ଘଟି ୨୦ ଲୋକଙ୍କ ମୃତ୍ୟୁ ହୋଇଛି। ବର୍ଧା ଜିଲ୍ଲାର ସୱାଙ୍ଗୀରେ ତିନି ଜଣ, ଦେବଲିରେ ଜଣେ ବୁଡିଯିବାରୁ ମୃତ୍ୟୁବରଣ କରିଛନ୍ତି।

ସେହିପରି ଜବତମାଲ ଜିଲ୍ଲାରେ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ଦୁଇ ଜଣ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ସେ କହିଛନ୍ତି କି, ଅହମଦନଗର ଜିଲ୍ଲାର ସୁପା ଓ ବେଲୱଣ୍ଡିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଜଲଗାଁବରେ ମଧ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।

ପୁଲିସ ଅଧିକାରୀଙ୍କ ମୁତାବକ, ପୁଣେର ଗ୍ରାମାଞ୍ଚଳ, ଧୁଲେ, ସତାରା ଓ ସୋଲାପୁର ସହରରେ ଜଣେ ଲେଖା ମୃତ୍ୟୁବରଣ କରିଛନ୍ତି। ଏହା ବ୍ୟତୀତ ନାଗପୁର ସହରର ସକ୍କାରଦରା ଅଞ୍ଚଳରେ ଗଣେଶ ବିସର୍ଜନ ସମୟରେ ସଡକ ଦୁର୍ଘଟଣାରେ ଚାରି ଲୋକଙ୍କ ମୃତ୍ୟୁ ହୋଇଛି। ଠାଣେର କୋଲବାଦରେ ଭିଷଣ ବର୍ଷା ହେବାରୁ ଏକ ପେଣ୍ଡାଲରେ ଗଛ ପଡିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ୪ଜଣ ଆହତ ହୋଇଛନ୍ତି।

ଏହି ଅବସରରେ ରାୟଗଡ ଜିଲ୍ଲାର ପନୱେଲରେ ଗଣେଶ ଉତ୍ସବ ପ୍ରସେଶନ କାଳରେ କରେଣ୍ଟ ଲାଗିବାରୁ ୯ ବର୍ଷର ଶିଶୁ ସହ ୧୧ ଲୋକ ଆହତ ହୋଇଛନ୍ତି।

 

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button