କ୍ରୀଡା

କଳିଙ୍ଗ ଷ୍ଟାଡିୟମରେ ମହିଳା ବିଶ୍ୱକପର ହୋଷ୍ଟ ସିଟି ଲୋଗୋ ଉନ୍ମୋଚିତ

ଭୁବନେଶ୍ବର: ଚଳିତ ଅଣ୍ଡର ସେଭେନଟିନ ମହିଳା ବିଶ୍ୱକପକୁ ହୋଷ୍ଟ କରୁଛି ଭାରତ। ଏହି ପରିପ୍ରେକ୍ଷୀରେ କଳିଙ୍ଗ ଷ୍ଟାଡିୟମରେ ମହିଳା ବିଶ୍ୱକପର ସପ୍ତମ ସଂସ୍କରଣର କିଛି ମ୍ୟାଚ୍ ଖେଳାଯିବ। ଓଡ଼ିଶା କ୍ରୀଡାହବ୍ ଭାବେ ପରିଚିତି ହୋଇସାରିଛି। ଏହି ଅବସରରେ କଳିଙ୍ଗ ଷ୍ଟାଡିୟମରେ ମହିଳା ବିଶ୍ୱକପର ହୋଷ୍ଟ ସିଟି ଲୋଗୋକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହ ଖେଳାଳୀଙ୍କ ସହ ଫଟୋ ବି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ। ୧୬ଟି ଦେଶ ଏହି ବିଶ୍ୱକପରେ ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି। ଆୟୋଜକ ଭୂମିକାରେ ଓଡ଼ିଶାର ପ୍ରମୁଖ ଭୂମିକା ରହିଛି। ଅକ୍ଟୋବର ୧୧ରୁ ଆରମ୍ଭ ହେଉଛି ବିଶ୍ୱକପ୍। ଭୁବନେଶ୍ୱରରେ ୩ଟି ମ୍ୟାଚ୍ ଖେଳାଯିବ।

ଏହି ଅବସରରେ ସ୍କୁଲ ଫୁଟବଲ କାର୍ଣ୍ଣିଭାଲର ବି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। କିକ୍ ଅଫ ଦି ଡ୍ରିମ୍ ବ୍ୟାନରରେ ସ୍କୁଲ ପିଲାଙ୍କ ଭିତରେ ଫୁଟବଲ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ଏହାର ମୂଳ ଲକ୍ଷ୍ୟ। ଗୁରୁବାର ମୁଖ୍ୟ ଶାସନ ସଚିବ ଲୋକସେବା ଭବନରେ ସମୀକ୍ଷା କରି ଚଳିତ ମାସ ସୁଦ୍ଧା ସମସ୍ତ କାମ ସାରିବାକୁ ନିର୍ଦେଶ ଦେଇଛନ୍ତି। ଭାରତର ୩ଟି ପୁଲ୍ ମ୍ୟାଚ ଅକ୍ଟୋବର ୧୧, ୧୪ ଓ ୧୭ରେ କଳିଙ୍ଗ ଷ୍ଟାଡିୟମରେ ହେବ। ଫୁଟବଲ କାର୍ଣ୍ଣିଭାଲରେ ୩୮ ଦିନିଆ ସ୍କୁଲ ପ୍ରୋଗ୍ରାମ ହେବ। ପ୍ରାୟ ୬୦ ହଜାର ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ କରାଯାଇଛି।

କ୍ରୀଡ଼ାରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଯାଉଛି। ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଆୟୋଜନ କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଲୋଗୋ ଉନ୍ମୋଚନ, ଫୁଟବଲ କାର୍ଣ୍ଣିଭାଲର ଶୁଭାରମ୍ଭ କରିସାରିଛନ୍ତି ମୁଖ୍ୟମନ୍ତ୍ରୀ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button