ଦେଶ ବିଦେଶ

ହାତରେ ରାଖି ବାନ୍ଧିଲେ ୭ହଜାର ଛାତ୍ରୀ, ବିଶ୍ବ ରେକର୍ଡ କରିଥିବା କହିଲେ ଖାନ୍ ସାର – Utkal Mail


ପାଟନା: ହାତରେ ରାଖି ବାନ୍ଧିଲେ ୭ହଜାର ଛାତ୍ରୀ। ବିଶ୍ବ ରେକର୍ଡ କରିଥିବା କହିଲେ ବହୁ ଚର୍ଚ୍ଚତ ଟିଉସନ ଶିକ୍ଷକ ଖାନ୍ ସାର। ରକ୍ଷାବନ୍ଧନ ଅବସରରେ ପାଟନାର ଲୋକପ୍ରିୟ ଅନଲାଇନ୍ ଟିଉସନ ଶିକ୍ଷକ ଖାନ ସାରଙ୍କ ହାତରେ ତାଙ୍କର ୭,୦୦୦ ଛାତ୍ରୀ ରାଖି ବାନ୍ଧିଥିବା ଜଣାଯାଇଛି। ଲୋକପ୍ରିୟ ଶିକ୍ଷାବିତ୍ ତାଙ୍କ କୋଚିଂ ସେଣ୍ଟରରେ ଏକ ରକ୍ଷାବନ୍ଧନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ, ଯେଉଁଥିରେ ବିଭିନ୍ନ ବ୍ୟାଚରେ ୧୦ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ତେବେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ସମୟରେ ପ୍ରାୟ ୭,୦୦୦ ଛାତ୍ରୀ ତାଙ୍କ ହାତରେ ରାଖି ବାନ୍ଧିଥିବାରୁ ସେ ଦାବି କରିଛନ୍ତି ଯେ ଏହା ଏକ ବିଶ୍ୱ ରେକର୍ଡ। କାରଣ ଏହା ପୂର୍ବରୁ କେବେ ଏହା ହୋଇ ନଥିଲା।

ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରୀ ଯୋଗ ଦେଇଥିବା ବେଳେ ପ୍ରବଳ ଭିଡ଼ ହେତୁ ସମସ୍ତେ ରାଖି ବାନ୍ଧିବାରେ ସକ୍ଷମ ହୋଇନଥିଲେ। ଏହା ପରେ ଖାନ ସାର୍ ବ୍ୟକ୍ତିଗତ ଭାବରେ ପ୍ରତ୍ୟେକ ଛାତ୍ରୀଙ୍କ ପାଖକୁ ଯାଇ ରାଖି ବାନ୍ଧିଥିଲେ। ଏହି କାର୍ଯ୍ୟକ୍ରମ ପ୍ରାୟ ଅଢ଼େଇ ଘଣ୍ଟା ଧରି ଚାଲିଥିଲା ବୋଲି ଜଣାଯାଇଛି।

indiatoday

ଜାତୀୟ ଗଣମାଧ୍ୟମ ଆଜ୍ ତକକୁ ସାକ୍ଷାତକାର ଦେଇ ଖାନ ସାର୍ ପ୍ରକାଶ କରିଛନ୍ତି ଯେ ତାଙ୍କର ନିଜର ଭଉଣୀ ନାହାଁନ୍ତି। ତେଣୁ ସେ ସମସ୍ତ ଛାତ୍ରୀମାନଙ୍କୁ ତାଙ୍କ ଭଉଣୀ ଭାବରେ ବିବେଚନା କରିବାକୁ ସ୍ଥିର କଲେ। ସେ ଦାବି କରିଛନ୍ତି ଯେ ପ୍ରତିବର୍ଷ ତାଙ୍କ ଛାତ୍ରୀମାନଙ୍କ ହାତରୁ ରାଖି ବାନ୍ଧନ୍ତି। ଏବର୍ଷ ୭ହଜାର ଛାତ୍ରୀ ରାଖି ବାନ୍ଧିଛନ୍ତି। ପୂର୍ବରୁ କେହି ଏତେ ଅଧିକ ରାକ୍ଷୀ ବାନ୍ଧିନଥିବେ ବୋଲି କହିଛନ୍ତି ଖାନ୍ ସାର୍।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button