ଓଡିଶା

ସ୍ତ୍ରୀଙ୍କ ନାମରେ ରାସନ ହଡ଼ପ କରୁଛନ୍ତି ବନ୍ତଳିଗ୍ରାମ ସରପଞ୍ଚ

ସ୍ତ୍ରୀଙ୍କ ନାମରେ ରାସନ ହଡ଼ପ କରୁଛନ୍ତି ବନ୍ତଳିଗ୍ରାମ ସରପଞ୍ଚ

ଗୋପ,୧୧/୦୯- ପୁରୀ ଜିଲ୍ଲା ଗୋପ ବ୍ଲକ ଅଧିନସ୍ଥ ବନ୍ତଳିଗ୍ରାମ ପଞ୍ଚାୟତରେ ଅନେକ ମୃତ୍ୱ୍ୟକ୍ତିଙ୍କ ନାମରେ ଓ ରାଜନେତାଙ୍କ ନାମରେ ଏବଂ ଅନ୍ୟତ୍ର ବିବାହ ପରେ ମଧ୍ୟ ରାସନ ସାମଗ୍ରୀ ଲୁଟ ହେଉଛି କ୍ଷ ଗୋପ ବ୍ଲକରୁ ଦୁର୍ନୀତି ଆରମ୍ଭ ହୋଇ ଗ୍ରାମାଞ୍ଚଳରେ ପହଁଚିଲାଣି କ୍ଷ ଏହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ବନ୍ତଳିଗ୍ରାମ ପଂଚାୟତର ପାଞ୍ଚ ନମ୍ବର ୱାର୍ଡର ମହେଶ୍ୱର ସ୍ୱାଇଁ ଓ ପରିବାର । ଯିଏ କି ଗୋପ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଭାବେ ୫ ବର୍ଷ ଦାୟିତ୍ୱ ତୁଲାଇଛନ୍ତି କ୍ଷ ବର୍ତ୍ତମାନ ସରପଞ୍ଚ ଭାବେ ମଧ୍‌ଯ ଦାୟିତ୍ୱରେ ଅଛନ୍ତି । ସେ ନିଜ ସ୍ତ୍ରୀଙ୍କ ନାମରେ ରାସନ ହଡ଼ପ କରୁଛନ୍ତି । ଏଥି ସହିତ ତାଙ୍କ ସ୍ତ୍ରୀ ପ୍ରଭାସିନୀ ସ୍ୱାଇଁ ଯିଏ କି ପୂର୍ବତନ କୋପରେଟିଭ ସୋସାଇଟିର ସଭାପତି ପଦବୀରେ ଥାଇ ମଧ୍ୟ ନିଜ ନାମରେ ରାସନ କାର୍ଡ ନମ୍ବର – ୨୬୦୪୦୭୧୧୯୮୨ ରେ କିଭଳି ଖାଉଟି ସାମଗ୍ରୀ ଉଠାଇଛନ୍ତି ତାହା ଲୋକ ଲୋଚନରେ ଆଲୋଚନାର ବିଷୟ ପାଲଟିଛି କ୍ଷ ଡିଲର ସୁରେନ୍ଦ୍ର ରାଉତରାୟ କୋଡ଼ ନମ୍ବର – ୨୬୦୪ଚ୧୧୪ ଙ୍କ ଠାରୁ ନିୟମିତ ଖାଉଟି ସାମଗ୍ରୀ ଉଠାଉଛନ୍ତି ବୋଲି ଅଭିଯୋଗ ହୋଇଛି କ୍ଷ ଏ ସବୁ କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ରୋକ ଲଗାଇବା ପାଇଁ ଗୋଟିଏ ଦେଶ ଗୋଟିଏ ପରିଚୟ, ଗୋଟିଏ କାର୍ଡ ର ବ୍ୟବସ୍ତା କରୁଛନ୍ତି ସତ କିନ୍ତୁ କେଉଁଠି ଗୋଟେ ଗଳାବାଟ ରହୁଛି ତାହା ଦ୍ୱାରା କିଛି ୍ୱ୍ୟକ୍ତି ଦୁର୍ନୀତି କରିବାରେ ସଫଳ ହେଉଛନ୍ତି କ୍ଷ ଏଣୁ ଏ ସମ୍ପର୍କ ବିଭାଗୀୟ ଅଧିକାରୀମାନେ ସତର୍କତା ଅବଲମ୍ବନ କରିବା ଦ୍ୱାରା ଅଧିକ ତଦନ୍ତ କରାଗଲେ ଅନେକ ବେନାମୀ ଓ ଅସାଧୁ ଉପରେ ଖାଉଟି ସାମଗ୍ରୀ ହରିଲୁଟ କରୁଥିବା ୍ୱ୍ୟକ୍ତି ର ପର୍ଦାଫାଶ ହୁଅନ୍ତା ବୋଲି ଜନସାଧାରଣଙ୍କ ଆଲୋଚନାର ବିଷୟ ହୋଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button