ଦେଶ ବିଦେଶ

କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବିରୋଧରେ ମାମଲା – Utkal Mail


ନୂଆଦିଲ୍ଲୀ: କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଦମୋହ ଜିଲ୍ଲାର ଏକ ଜୈନ ମନ୍ଦିରକୁ ନେଇ ଦିଗ୍‌ବିଜୟ ତାଙ୍କ ସୋ‌ସିଆଲ ମିଡିଆ ଆକାଉଣ୍ଟ୍‌ରେ ଏକ ବିଭ୍ରାନ୍ତକାରୀ ସୂଚନା ଦେଇଥିବାରୁ ମଧ୍ୟପ୍ରଦେଶ ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ରାଜ୍ୟସଭା ସାଂସଦ ଶ୍ରୀ ସିଂହ ସୋସିଆଲ ମିଡିଆରେ ପୋଷ୍ଟ୍‌ କରି କହିଥିଲେ ଯେ ବଜରଙ୍ଗ ଦଳର କିଛି ଅସାମାଜିକ ବ୍ୟକ୍ତି ଅଗଷ୍ଟ ୨୭ ତାରିଖ ରାତିରେ କୁଣ୍ଡଳପୁରର ଜୈନ ମନ୍ଦିର ପରିସର ଭଙ୍ଗାରୁଜା କରିଥିଲେ ଏବଂ ଏହି ସ୍ଥାନରେ ଏକ ‘ଶିବ ପିଣ୍ଡି’ ରଖିଥିଲେ। ଉକ୍ତ ପୋଷ୍ଟ୍‌ରେ ସେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ଡିଜିପିଙ୍କୁ ଟ୍ୟାଗ୍‌ କରିଥିଲେ। ଦମୋହ ଏସ୍‌ପି ସୁନିଲ ତିୱାରୀ କହିଛନ୍ତି, ଏନେଇ ଦିଗବିଜୟ ସିଂହଙ୍କ ବିରୋଧରେ ଅଭିଯୋଗ ହେବାପରେ କୋଟୱାଲି ପୁଲିସ ସିଂହଙ୍କ ବିରୋଧରେ ଆଇପିସିର ଧାରା ୧୫୩-ଏ ଅଧୀନରେ ମାମଲା ରୁଜୁ କରିଛି। ବଜରଙ୍ଗ ଦଳ ସହର ସଂଯୋଜକ ଶମ୍ଭୁ ବିଶ୍ବକର୍ମା କହିଛନ୍ତି, ଅନୁଷ୍ଠାନର ସଦସ୍ୟମାନେ ଦିଗବିଜୟଙ୍କ ବିରୋଧରେ ଔପଚାରିକ ଭାବେ ଏକ ଅଭିଯୋଗ କରିଛନ୍ତି। ସିଂହ ସାମ୍ପ୍ରଦାୟିକ ସଦ୍‌ଭାବନା ନଷ୍ଟ କରିବାକୁ ଚେଷ୍ଟା କରୁଥିବାରୁ ସେ ତୁରନ୍ତ ଗିରଫ ହେବା ଉଚିତ ବୋଲି କହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button