କେନ୍ଦ୍ରିକଳା ପଞ୍ଚାୟତ ରେ ଶ୍ମଶାନ ଗୃହ ନିର୍ମାଣ ପାଇଁ ଦାବି
ବଣାଇଁ:୧୧/୯/୨୨: ଜଙ୍ଗଲ ଧ୍ୱଂସ ଯୋଗୁଁ, ବର୍ତ୍ତମାନ ସମସ୍ତ ଅଞ୍ଚଳରେ ଜାଳେଣି କାଠ ର ଘୋର ଅଭାବ ଦେଖାଦେବା ଫଳରେ ଗ୍ରାମାଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବଣାଇଁ ରେ ଜଙ୍ଗଲ ବିଭାଗ ପକ୍ଷରୁ ଗୋଟିଏ ମାତ୍ର କାଠ ଡିପୋ ଥିବା ବେଳେ ସବୁ ସମୟରେ କାଠ ମହଜୁଦ ରହୁନାହିଁ । ଶବଦାହ ପାଇଁ ଆବଶ୍ୟକ କାଠର ଘୋର ଅଭାବ ଦେଖାଦେବା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାର ଗ୍ରାମାଞ୍ଚଳରେ ଶବଦାହ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଶ୍ମଶାନ ଗୃହ ନିର୍ମାଣ ଓ ଏହାର ଉନ୍ନତିକରଣ କରଣ କରୁଥିବା ବେଳେ କେନ୍ଦ୍ରିକଳା ଗ୍ରାମପଞ୍ଚାୟତ ରେ ଆଜି ପର୍ଯ୍ୟନ୍ତ ଶ୍ମଶାନ ଗୃହ ଖଣ୍ଡେ ନିର୍ମାଣ ହୋଇ ପାରିନାହିଁ । ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଶ୍ମଶାନ ଜମି ରହିଥିଲେ ମଧ୍ୟ, ସରକାର ଙ୍କ ଅବହେଳା ଯୋଗୁଁ ବର୍ତ୍ତମାନ ଏହା ଅନେକ ଜବରଦଖଲକାରୀଙ୍କ କବଜା କୁ ଚାଲିଗଲାଣି । ବର୍ତ୍ତମାନ ଦିନକୁ ଦିନ ଶ୍ମଶାନ ଜମି ଜବରଦଖଲ ଚାଲିଥିବାରୁ ସମୟ ଆସିବ ମୃତ ଦେହ ପୋଡ଼ି ବାକୁ ଜମି ରହିବ ନାହିଁ ।କେନ୍ଦ୍ରିକଳା ଗ୍ରାମ ପଞ୍ଚାୟତ ର ଉପରପଡା,ବଣ୍ଡଡିହି,ଝାର୍ୱେଡା, ବାବୁ ନୁଆ ଗାଁ,ଅଲେଖପୁର,ଦରେଇକଳା ଇତ୍ୟାଦି କୈାଣସି ଗୋଟିଏ ହେଲେ ଗ୍ରାମ ରେ ଶବଦାହ ନିମନ୍ତେ ଶ୍ମଶାନ ଗୃହ ନଥିବାରୁ, ମୃତ ଦେହ କୁ ଶବଦାହ ପାଇଁ ଶ୍ମଶାନ ଘାଟ କୁ ନେବାପାଇଁ ହେଲେ ୍ୱଣାଇଁ ଦେଓଗାଁ ର ବ୍ରାହ୍ମଣୀ ନଦୀ କୂଳରେ ଥିବା ତୀର୍ଥ ଘାଟ ଉପରେ ନିର୍ଭର କରିବାକୁ ପଡିଥାଏ । ଯଦ୍ୱାରା କି ଗୋଟିଏ ମୃତ ଦେହ କୁ ଅନ୍ୟୁନ ୩/୪ କିଲୋମିଟର ଦୂର ବୋହି କି ନେବାକୁ ମୃତକଙ୍କ ପରିବାର ଓ ବନ୍ଧୁମାନେ ଅନେକ କଷ୍ଟ ଭୋଗିବା କୁ ପଡ଼ିଥାଏ । ଶବଦାହ ଗୃହ ନଥିବାରୁ ଗାଁ ଗହଳିରେ ଶବଦାହ କରିବା ସମୟରେ ଶ୍ମଶାନ ଗୃହ ଠାରୁ ଅଧିକ କାଠର ଆବଶ୍ୟକ ହେବା ସହିତ,ଖରା , ବର୍ଷା, କାକର ରେ ଖୋଲା ଆକାଶ ତଳେ ଶବଦାହ କରିବା ରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁ ଗୁଡ଼ିକରେ ଶବଦାହ ଗୃହ ନିର୍ମାଣ କରାଗଲେ, ମୃତକଙ୍କ ସମ୍ପର୍କୀୟ ଅନ୍ତତଃ ଖରା, ବର୍ଷାରେ ଛାତ ତଳେ ଟିକିଏ ବିଶ୍ରାମ ନେବାର ସୁବିଧା ପାଇ ପାରିବେ ।ଅନ୍ୟ ପକ୍ଷରେ ଆଗାମୀ ଦିନରେ କାଠର ଅଭାବକୁ ଲକ୍ଷ୍ୟ ରଖି ପଞ୍ଚାୟତ ର ବର୍ଡାବାହାଲ ଉସ୍ତାଲି ନାଳ ନିକଟରେ ସରକାରୀ ଶ୍ମଶାନ ଜମିରେ ଶବଦାହ ଗୃହ ସହିତ ଏକ ବୈଦୁତିକ ଶବଦାହ କେନ୍ଦ୍ର କରାଗଲେ ଅଞ୍ଚଳ ବାସୀ ଅନେକ ମାତ୍ରାରେ ଉପକୃତ ହୋଇପାରନ୍ତେ ।