ସ୍ୱାସ୍ଥ୍ୟ

ବିଜେଡି ପକ୍ଷରୁ ରକ୍ତଦାନ ଶିବିର ୩୨ ୟୁନିଟ ରକ୍ତ ସଂଗ୍ରହ

ଟାଙ୍ଗୀ ଚୌଦ୍ୱାର,୧୧/୯ : ଟାଙ୍ଗୀ ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ଜରିପଡା ପଞ୍ଚାୟତ ରାଜୀବଗାନ୍ଧୀ ସଭାଗୃହରେ ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୩୨ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ପଞ୍ଚାୟତ ଯୁବ ସଭାପତି ଭୁବନ ମୋହନ ଜେନା ଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ଯୋଗ ଦେଇ ସମସ୍ତ ରକ୍ତଦାତା ମାନଙ୍କୁ କୃତଜ୍ଞତା ଜଣାଇବା ସହ ପଞ୍ଚାୟତ ର କିପରି ବିକାଶ ହେବ ସେ ନେଇ ଆଲୋଚନା କରିଥିଲେ ।
ତାହା ସହ ଆଗାମୀ ଦିନରେ ସଂଗଠନ କିପରି ମଝୁବୁତ ହେବ ସହ ବିକାଶ ଧାରା ଘରେ ଘରେ ପହଞ୍ଚିବ ସେ ନେଇ ଗୁରୁ ମନ୍ତ୍ର ଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ତଥା ଯୁବ ସଂଗଠକ ଜନ୍ମେଜୟ ଖିଲାର, ଜିଲ୍ଲା ବିଜେଡ଼ି ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଦାସ, ଛାତ୍ର ସଭାପତି ଦିନେଶ କୁମାର ସାହୁ, ପ୍ରସନ୍ନ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ସମସ୍ତ ବିଜେଡି କ୍ରର୍ମୀ ସହ ଯୋଗ କରିଥିଲ ।
ଇଗ୍ଧଗ୍ଧବମଷଜ୍ଞରଦ୍ଭଗ୍ଧଗ୍ଦ ବକ୍ସରବ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button