ପାଠପଢା ସହ ଟ୍ୟୁସନ କରି +2 ପରୀକ୍ଷାରେ କଲେଜ ଟପ୍ପର ହେଲେ, ଏହି ଛାତ୍ରୀଙ୍କ ସଫଳତାର କାହାଣୀ ଆଖିରେ ଲୁହ ଆଣିଦେବ, ଦେଖନ୍ତୁ video

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ପାଠପଢା ସହ ଟ୍ଯୁସନ କରି ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତମ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି ରାଧାରାଣୀ ମହାଳିକା । ରାଧାରାଣୀ ତିଇଳି ବ୍ଲକ ପାଳିଆ ବିନ୍ଧାସ୍ଥିତ ଦୋରିଙ୍ଗ ନାରାୟଣ ମାଧବାର୍ଜୁନ କଲେଜରେ 509 ମାର୍କ ରଖି ଟପ୍ପର ହେଇଛନ୍ତି ଓ ସେ ଏହାର ଶେୟ ତାଙ୍କ ପରିବାର ଲୋକ ଓ କଲେଜ ଅଧ୍ୟକ୍ଷମାନଙ୍କୁ ପ୍ରଦାନ କରିଛନ୍ତି ।

ତେବେ ରାଧାରାଣୀଙ୍କ ବାପାଙ୍କର ଦୁଇ ବର୍ଷରେ ତଳେ ପରଲୋକ ହୋଇଥିବାବେଳେ ଘରର ପରିସ୍ଥିତି ବହୁତ ଖରାପ ହୋଇଯାଇଥିଲା । ପାଠପାଢିବା ରାଧାରାଣୀ ପକ୍ଷେ ବହୁତ କଷ୍ଟକର ବିଷୟ ହୋଇଯାଇଥିଲା । ମାତ୍ର ଜୀବନରେ ଆସୁଥିବା ଦୁଃଖକଷ୍ଟକୁ ସାହସର ସହ ସାମନା କରିଥିଲେ ରାଧାରାଣୀ । ସେ ଅର୍ଜନ କରିଥିବା ବିଦ୍ୟା ସହକାରେ ପାଠ ପଢିବାର ଉତ୍ତମ ନିଷ୍ପତି ଟିଏ ନେଇଥିଲେ। ରାଧାରାଣୀ ତାଙ୍କ ଗାଁ ଥିବା ସାନ ସାନ ପିଲାମାନଙ୍କୁ ଟ୍ୟୁସନ କରୁଥିଲେ ଏବଂ ସେଥିରୁ ଆସୁଥିବା ଆୟରୁ ପାଠ ପଢା ଓ ଘରକୁ ହାତ ବଢାଉଥିଲେ ।
ଟ୍ଯୁସନ କରି ମଧ୍ୟ ନିଜେ ପାଠପଢିବା ପାଇଁ ସମୟ ବାହାରକରୁଥିଲେ ଏବଂ ଘରକାମରେ ମଧ୍ୟ ନିଜର ହାତ ବଢାଉଥିଲେ । ରାଧାରାଣୀ ଜେଜେମା, ଜେଜେବାପା, ମା ‘ଓ ସାନ ଭାଇ ସହ ଗାଁର ଚାଳଘରେ ରୁହନ୍ତି । ସେ ତାଙ୍କ ସାନ ଭାଇକୁ ପାଠପଢନ୍ତି । ତେବେ ରାଧାରାଣୀକୁ ପାଠପଢିବା ବହୁତ ପସନ୍ଦୀୟ ବିଷୟ ବା କାମ ଅଟେ ଯାହାକୁ ସେ ସବୁବେଳେ କରିବାକୁ ଇଛା କରିଥାନ୍ତି ।

ରାଧାରାଣୀଙ୍କ ପାଇଁ ପାଠ ହିଁ ଜୀବନ ପାଠ ବିନା ତାଙ୍କ ଜୀବନ ଅଦୁରା ଲାଗେ । ଘରଲୋକେ ତାଙ୍କୁ ଖାଇବାକୁ ଦେଲେ ସେ ତାହା ମଧ୍ୟ ଲକ୍ଷ୍ୟ ନ କରି ପାଠପଢନ୍ତି । ପଡୋଶୀ ଲୋକମାନଙ୍କ କହିବା ମୁତାବକ ରାଧାରାଣୀ ଅନେକ ରାତି ଅନିଦ୍ରାରେ ପାଠପଢି ସଫଳତାର ସିଡି ଛଡିଛନ୍ତି । ମାତ୍ର ଆଗକୁ ପଢିବା ପାଇଁ ଆର୍ଥିକ ସହାୟତାର ଅଭାବ ପରିଲକ୍ଷିତ ହେଉଛି ।
ତେଣୁ ଯଦି ତାଙ୍କୁ ସରକାରୀ ଓ ବେସରକାରୀ ସ୍ତରରେ ତାଙ୍କୁ ସହାୟତା ମିଳେ ତେବେ ସେ ଜୀବନର ଚରମ ଲକ୍ଷ୍ୟସ୍ଥଳକୁ ପହଞ୍ଚିପାରିବେ । କାରଣ ପାଠପଢିବା ଏକ ବରଦାନଠାରୁ କମ୍ ନୁହେଁ । ତେଣୁ ତାଙ୍କୁ ସହଯୋଗରେ ହସ୍ତବିସ୍ତାର କରିବା ପାଇଁ ନିବେଦନ କରିଛନ୍ତି ।



