ଦେଶ ବିଦେଶ

ଭାରତ ଆମେରିକାର ଭଲ ବନ୍ଧୁ: ଟ୍ରମ୍ପ

ନୂଆଦିଲ୍ଲୀ: ଭାରତ ଆମେରିକାର ସବୁଠାର ଭଲ ବନ୍ଧୁ। ଏପରି  କହିଛନ୍ତି ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଟ୍ରମ୍ପ ହିନ୍ଦୀରେ କହୁଥିବାର ଶୁଣିବାକୁ ମିଳିଛି। ସେ କହିଛନ୍ତି “ଭାରତ ଆଣ୍ଡ ଆମେରିକା ସବ୍‌ସେ ଆଚ୍ଛା ଦୋସ୍ତ।”ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ଆଗକୁ ନିର୍ବାଚନ ଥିବାରୁ ଟ୍ରମ୍ପ ପୁଣିଥରେ ଭାରତ- ଆମେରିକା ସମ୍ପର୍କକୁ ମଜଭୁତ କରିବାକୁ ଚାହୁଁଛନ୍ତି। ଏହା ପୂର୍ବରୁ ଟ୍ରମ୍ପ ଅନେକ ଥର ଭାରତ ସହ ଥିବା ତାଙ୍କ ସମ୍ପର୍କକୁ ବୟାନ କରିସାରିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆମେରିକାରେ ରହୁଥିବା ଭାରତୀୟଙ୍କ ସମର୍ଥନ ପାଇବାକୁ ଟ୍ରମ୍ପ ହାଉଡ଼ି ମୋଦୀ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତ ପ୍ରତି ନିଜର ଭଲପାଇବା ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସେଠାକୁ ଯାଇ ଟ୍ରମ୍ପଙ୍କ ସମର୍ଥନରେ ପ୍ରଚାର କରିଥିଲେ।ତେଣୁ ଏବେ ଭାରତ ସମର୍ଥନରେ ଟ୍ରମ୍ପ ଦେଇଥିବା ବୟାନରେ ସେ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା କୁହାଯାଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button