ମନୋରଞ୍ଜନ

ବିଜୟଙ୍କୁ ଭୁଲିବା ପାଇଁ ଦେଢ ବର୍ଷ ଲାଗିଲା, ଏତେ ସହଜ ନୁହେଁ, ବିଜୟଙ୍କୁ ଭୁଲିବା, ସେ ସ୍ମୃତି ସବୁବେଳେ ରହିବ, ହୁଏତ ଧୀରେ ଧୀରେ…

ନମସ୍କାର ବନ୍ଧୁଗଣ, ଆମ ଓଡିଆ ସିନେ ଜଗତର ବରିଷ୍ଠ ଅଭିନେତାଙ୍କ ବିୟୋଗକୁ ଦେଢ ବର୍ଷ ବିତି ସାରିଲାଣି । ଏହା ଭିତରେ କିଭଳି ଅଛନ୍ତି ତାଙ୍କ ସ୍ତ୍ରୀ ତନ୍ଦ୍ରା ରାୟ ଏହା ସମ୍ପର୍କରେ ଜାଣିବାର ଆଶା ଇଛା ନିହାତି ଭାବରେ ଆପଣଙ୍କ ମନରେ ଥିବ । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ତନ୍ଦ୍ରା ରାୟ ନିଜେ କହିଛନ୍ତି ତାଙ୍କୁ ବିଜୟଙ୍କୁ ଭୁଲିବା ପାଇଁ ଦେଢ ବର୍ଷ ଲାଗିଲା । ତେବେ ସେ ବାସ ଦେଢ ବର୍ଷରେ ତାଙ୍କ ସ୍ଵାମୀଙ୍କ ସ୍ମୃତିକୁ ଭୁଲିଗଲେ କଣ ପାଇଁ ଏହା ପଛର କଷ୍ଟକୁ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ତନ୍ଦ୍ରା ରାୟ କହିଛନ୍ତି ବିଜୟଙ୍କୁ ଭୁଲିବା ଏତେ ସହଜ ନୁହେଁ । ସବୁ କଥାରେ ସବୁ ଜିନିଷରେ ତନ୍ଦ୍ରାଙ୍କର ବିଜୟ କଥା ବହୁତ ମନେପଡେ । ସେ ତାଙ୍କ ପାଇଁ ସବୁବେଳେ କାନ୍ଦନ୍ତି । ଯଦି ଘରେ କିଛି ଭଲ ରୋଷେଇ ହୁଏ ତାହାଲେ ସେ ଏଇଟା ଭଲ ପାଆନ୍ତି ଭବାବି କାନ୍ଦିବାକୁ ଲାଗନ୍ତି । ଏହାର ପ୍ରଭାବ ତାଙ୍କ ଝିଅ ଜ୍ଵାଇଁ ଏବଂ ନଣନ୍ଦ ମାନଙ୍କ ଉପରେ ପଡିଲା ।

ଯାହାଫଳରେ ସେମାନେ ମାମା କାନ୍ଦିବେ କି ଭାଉଜ କାନ୍ଦିବେ ଭାବିକି ଭଲ ରୋଷେଇ କରିବା ଧୀରେ ଧୀରେ ବନ୍ଦ କରିଦେଲେ । ଏହାକୁ ଦେଖିବା ପରେ ତନ୍ଦ୍ରାଙ୍କୁ ଲାଗିଲା ତାଙ୍କ ପାଇଁ ଅନ୍ୟମାନେ ମଧ୍ୟ ବହୁତ କଷ୍ଟ ପାଉଛନ୍ତି ତେଣୁ ସେ ଧୀରେ ଧୀରେ ଚେଷ୍ଟା କଲେ ନିଜ ମନର କଷ୍ଟକୁ ନିୟନ୍ତ୍ରଣ କରିବା ପାଇଁ । ତନ୍ଦ୍ରା କହିଛନ୍ତି ବିଜୟଙ୍କୁ ହରାଇବା ତାଙ୍କ ପାଇଁ ଏକ ବଡ ଧରଣର ଧକ୍କା ଅଟେ ।

ଜଣେ ଲୋକ ଚାଲିଯିବା ପରେ ତାଙ୍କ କଥା ପ୍ରତ୍ୟକ ମୂହୁର୍ତ୍ତରେ ପ୍ରତ୍ୟକ କଥାରେ ମନେ ପଡେ । ତାଙ୍କର କିଛି ରହିଯାଇଥିବା ଜିନିଷକୁ ଦେଖିଲେ ମଧ୍ୟ ତାଙ୍କ ସ୍ମୃତି ତାଜା ହୋଇଯାଏ । ସେହିଭଳି ବିଜୟଙ୍କର ଘରେ ଥିବା କିଛି ଜିନିଷ ଏବଂ ପୋଷାକ ମଧ୍ୟ ଦେଖିଲେ ତନ୍ଦ୍ରାଙ୍କ ଆଖି ଭରିଯାଏ ।

ତାଙ୍କ କଥା ସବୁବେଳେ ତାଙ୍କ ମନରେ ଏବଂ ମୁଣ୍ଡରେ ଥାଏ ତାଥାପି ତାହାକୁ କାବୁରେ ରଖି ଚାଲିଛନ୍ତି ଆଜି ଯାଏ ତନ୍ଦ୍ରା । ତନ୍ଦ୍ରା ନିଜ ସ୍ଵାମୀଙ୍କୁ ହରାଇ ବହୁତ ଦୁଃଖରେ ତ ଅଛନ୍ତି କିନ୍ତୁ ନିଜ ପିଲା ମାନଙ୍କ ମୁହଁକୁ ଚାହିଁ ଏବଂ ତାଙ୍କ ଖୁସି ପାଇଁ ନିଜ ମନର କଷ୍ଟକୁ ଏବେ ସେ ଦୂର କରିବାର ପ୍ରୟାସରେ ଅଛନ୍ତି । ଏହା ସମ୍ପର୍କରେ ଆପଣ ମାନଙ୍କ ମତ କଣ ରହିବ ତାହା କମେଣ୍ଟ ଦ୍ଵାରା ନିହାତି ଜଣାନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button