ମନୋରଞ୍ଜନ

ଅରିନ୍ଦମଙ୍କ ‘ରାମ୍’ରେ ବଲିଉଡ ଅଭିନେତା ରାହୁଲ ଦେବ, ଦଶହରାରେ ଦେଖିବେ ଦର୍ଶକ – Utkal Mail


ଭୁବ‌ନେଶ୍ବର: କିଛି ଦିନର ବ୍ୟବଧାନରେ ଓଲିଉଡ୍ ମେଗା ଆକ୍ସନ୍ ଷ୍ଟାର ଅରିନ୍ଦମ୍ କମ୍‌ବ୍ୟାକ୍ କରୁଛନ୍ତି। ଏଇ ଦଶହରାରେ ତାଙ୍କୁ ଦେଖିବାକୁ ମିଳିବ ‘ରାମ୍‌’ ଅବତାରରେ । ‘ବାବୁ ଭାଇଜାନ୍’ ପରେ ନୂଆଲୁକ୍, ନୂଆ କାହାଣୀ ସହ ଦଶହରାରେ ଓଲିଉଡ଼ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି ନୂଆ ଫିଲ୍ମ। ରତ୍ନା ଫିଲ୍ମସ ବ୍ୟାନରର ଚତୁର୍ଥ ଅବଦାନ ତଥା ନିଜ ପ୍ରଯୋଜନାରେ ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ନୂଆ ଚଳଚ୍ଚିତ୍ର ସୁଟିଂ ସମୟରୁ ହିଁ ଇତିହାସ ସୃଷ୍ଟି କରିଛି। ଏକା ସାଙ୍ଗରେ ଦୁଇଟି ୟୁନିଟରେ ସୁଟିଂ ଚାଲିଥିବା ବେଳେ ୬ଟି କ୍ୟାମେରାରେ ସୁଟିଂ ହେଉଛି, ଯାହା ଓଲିଉଡ଼ ପାଇଁ ନିଶ୍ଚିତ ଭାବେ ନୂଆ କଥା। ଗୋଟିଏ ୟୁନିଟରେ ଫାଇଟ୍ ଦୃଶ୍ୟ ଏବଂ ଦ୍ଵିତୀୟ ୟୁନିଟରେ ବଲିଉଡ ଅଭିନେତା ରାହୁଲ ଦେବଙ୍କ ଦୃଶ୍ୟ ସୁଟିଂ ହେଉଛି। କିଛିଦିନ ତଳେ ଚଳଚ୍ଚିତ୍ରର ନାଁ ‘R. A. M (ରାମ) ରଖାଯାଇଥିବା ଖବର ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ଥିଲା ଏବଂ ଏହି ‘ରାମ’ ଚଳଚ୍ଚିତ୍ର ନାମ ଘୋଷଣା ଏକ ବର୍ଣ୍ଣାଢ଼୍ୟ ପରିବେଶରେ ହୋଇଥିଲା। ଏଥର ବଲିଉଡ୍ ଅଭିନେତା ରାହୁଲ୍ ଦେବଙ୍କ ଧମାକାଦାର ଏଣ୍ଟ୍ରି ଓଡିଆ ଚଳଚ୍ଚିତ୍ରପ୍ରେମୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ।

ଚଳଚ୍ଚିତ୍ରର ନିର୍ଦ୍ଦେଶନାରେ ଅଶୋକ ପତି ଏବଂ ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ୱରେ ଅଛନ୍ତି ଭାରଦ୍ୱାଜ ପଣ୍ଡା । ଫିଲ୍ମଟି ଦଶହରାରେ ମୁକ୍ତିଲାଭ କରିବା ପାଇଁ ସ୍ଥିର ହୋଇଥିବା ଯୋଗୁଁ କଟକ, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସୁଟିଙ୍ଗ ଚାଲିଛି। ଗୀତ ଗୁଡିକର ରେକର୍ଡିଂ ମଧ୍ୟ ଶେଷ ହୋଇଯାଇଛି। ଅସାଦ ନିଜାମ ଓ ଲିଙ୍କନଙ୍କ ଦମଦାର ମ୍ୟୁଜିକ୍ ଦଶହରା ମାହୋଲକୁ ସରଗରମ କରିବ ବୋଲି ଆଶା କରାଯାଉଛି । ଅରିନ୍ଦମଙ୍କ କମବ୍ୟାକକୁ ନେଇ ସମସ୍ତେ ଶୁଭେଚ୍ଛା ଜଣାଇବା ସହିତ  ‘ରାମ୍’ ଚଳଚ୍ଚିତ୍ର ଦର୍ଶକ ସମର୍ଥନ ଲାଭ କରିବ ବୋଲି କାମନା କରିଛନ୍ତି।

ସମ୍ବନ୍ଧିତ ଖବର




Related Articles

Leave a Reply

Your email address will not be published. Required fields are marked *

Back to top button