ଶିକ୍ଷା

କଠୋର ପରିଶ୍ରମ ଓ ଅଧ୍ୟବସାୟ କେବେ ବ୍ୟର୍ଥ ଯାଏନି

ଭଦ୍ରକ୧୧/୯-ଚଳିତବର୍ଷ ନିଟ୍ ୨୦୨୨ର ପରୀକ୍ଷାଫଳ ପ୍ରକାଶ ପାଇଛି । ଏଥିରେ ଭଦ୍ରକ ଚାରିଘରିଆ ନିବାସୀ ବିଜ୍ଞାନ ଶିକ୍ଷକ ସୁରେନ୍ଦ୍ର କୁମାର ପଣ୍ଡା ଓ ହିନ୍ଦୀ ଶିକ୍ଷୟିତ୍ରୀ ଜୟନ୍ତି କରଶର୍ମାଙ୍କ କନିଷ୍ଠ ପୁତ୍ର ଚନ୍ଦ୍ର ପ୍ରସାଦ ପଣ୍ଡା ନିଟ୍ ୨୦୨୨ ପରୀକ୍ଷାରେ ୬୪୦ ନମ୍ବର ରଖି ଭଦ୍ରକ ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି । ତାଙ୍କର ଏହି ସଫଳତାକୁ ସେ ଭଗବାନ ତାଙ୍କ ଗୁରୁମାନଙ୍କୁ ତଥା ତାଙ୍କ ପିତା, ମାତା ଓ ତାଙ୍କ ଜ୍ୟେଷ୍ଠ ଭ୍ରାତା ସୁର୍ଯ୍ୟ ପ୍ରସାଦ ପଣ୍ଡାଙ୍କୁ ଶ୍ରେୟ ଦେଇଛନ୍ତି । ସେ ତାଙ୍କ ଜୀବନରେ ଭଲ ମେଡିସିନ ସ୍ପେଶାଲିସ୍ଟ ହେବାକୁ ଲକ୍ଷ୍ୟ ରଖିଛନ୍ତି । ଆମର ସାମ୍ବାଦିକ ମାନେ ତାଙ୍କ ସହ ଆଲୋଚନା ସମୟରେ ସେ କହିଥିଲେ ନିରୀହ ଜୀବଯନ୍ତୁ ଓ ଅସହାୟ ଲୋକଙ୍କ ସେବାରେ ତାଙ୍କର ଦୈନନ୍ଦିନ ଜୀବନ ବିତାଇବା ତାଙ୍କୁ ଆତ୍ମସନ୍ତୋଷ ଦେଇଥାଏ । ସେ ଦୈନନ୍ଦିନ କରିଥିବା କଠିନ ପରିଶ୍ରମର ଝାଳକୁ ଆଜି ତାଙ୍କ ସଫଳତାରେ ରୂପାନ୍ତରିତ କରିଛି । ଜୀବନ ଅଳ୍ପ ସମୟ ପାଇଁ ଯଦି ସେ ସମୟରେ ଆମର ଦୈନନ୍ଦିନ ଜୀବନକୁ ଆମେ ଭଲ କାର୍ଯ୍ୟରେ ଲଗାଇବା ତାହା ସମାଜ ପାଇଁ ସୁଫଳ ହେବ ବୋଲି ସେ କହଛନ୍ତି । ବାପା , ମା ଓ ଭାଇ ସରକାରୀ କାର୍ଯ୍ୟରେ ସଦା କର୍ମରତ ଶିକ୍ଷା ସହିତ ଜୀବନର ଦୈନିକ ମୂଲ୍ୟବୋଧକୁ ପ୍ରତିପାଦିତ କରିଛନ୍ତି । ସେ ଘରେ ନିଜ ଆତ୍ମ ଚେଷ୍ଟାରେ ଏହି ସଫଳତାର ପାଇିଛନ୍ତି । ଏହା ପୂର୍ବରୁ ସେ ମଧ୍ୟ ଓଜେଇଇ, ଆଇସିଆର ,ଓୟୁଏଟି,ଭଳି ଜାତୀୟ ସ୍ତର ରେ ସଫଳତା ପାଇ ମଧ୍ୟ ଏମବିବିଏସ ପାଇଁ ସେ ପରିଶ୍ରମ କରିଚାଲିଥିଲେ । ଆଜି ସେହି ନିଷ୍ପତ୍ତି ତାଙ୍କୁ ଏହି ଫଳ ଦେଇଛି । ପୂର୍ବବର୍ଷ ସହି ସର୍ବଭାରତୀୟ ପରୀକ୍ଷାରେ ଦାନ୍ତ ବିଭାଗରେ ଏସ.ସିବି ମେଡିକାଲରେ ଆଡମିଶନ ହୋଇଥିଲେ କିନ୍ତୁ ତାଙ୍କର ମୂଳଲକ୍ଷ୍ୟ ମେଡିସିନ ବିଭାଗର ଡାକ୍ତର ହେବା ପାଇଁ ଥିବାରୁ ସେ ଊବର୍ତ୍ତ ପରିଶ୍ରମ ନରି ଚାଲିଥିଲେ । କଠିନ ପରିଶ୍ରମ ପାଇଁ ସେ ସହି କାର୍ଯ୍ୟ ହାସଲ କରିପାରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button