ଦେଶ ବିଦେଶ

ଠିକ ସମୟରେ ହେବ ୫ ରାଜ୍ୟର ନିର୍ବାଚନ, ଆଗୁଆ ନିର୍ବାଚନ ଯୋଜନା ନାହିଁ : ନିର୍ବାଚନ କମିସନ – Utkal Mail


ନୂଆଦିଲ୍ଲୀ: ଆସନ୍ତା ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି ଏବଂ ଠିକ୍ ସମୟରେ ନିର୍ବାଚନ ହେବ ବୋଲି ନିର୍ବାଚନ କମିସନ (ଇସି) ସୂତ୍ରରୁ ଗୁରୁବାର କୁହାଯାଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ଲୋକସଭା ନିର୍ବାଚନ କରାଇବା ପ୍ରସଙ୍ଗ ଏବେ କମିଶନଙ୍କ ଆଗରେ ବିଚାରାଧୀନ ନାହିଁ ବୋଲି କମିସନ କହିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ମିଜୋରାମ ଓ ରାଜସ୍ଥାନରେ ଅକ୍ଟୋବର ଓ ନଭେମ୍ବରରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ଗତ ସପ୍ତାହରେ ନିର୍ବାଚନ ଆୟୋଗ ଛତିଶଗଡ଼ ଗସ୍ତ କରି ସେଠାରେ ନିର୍ବାଚନ ପ୍ରସ୍ତୁତି ର ସମୀକ୍ଷା କରିଥିଲେ। ସେପ୍ଟେମ୍ବର ୫ରୁ କମିଶନଙ୍କ ଏକ ଟିମ୍ ମିଜୋରାମ ଗସ୍ତ ରେ ଯିବେ। ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବା ପୂର୍ବରୁ ନିର୍ବାଚନ ଆୟୋଗ ନିର୍ବାଚନ ହେବାକୁ ଥିବା ରାଜ୍ୟ ଗସ୍ତ କରିବା ସ୍ୱାଭାବିକ।

ମିଜୋରାମ ବିଧାନସଭାର କାର୍ଯ୍ୟକାଳ ଚଳିତ ବର୍ଷ ଡିସେମ୍ବର ୧୭ରେ ଶେଷ ହେଉଛି। ଉତ୍ତର-ପୂର୍ବ ରାଜ୍ୟରେ ମିଜୋ ନ୍ୟାସନାଲ ଫ୍ରଣ୍ଟ କ୍ଷମତାରେ ରହିଛି। ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ବର୍ଷ ଜାନୁଆରିରେ ଭିନ୍ନ ଭିନ୍ନ ତାରିଖରେ ଶେଷ ହେଉଛି। ତେଲେଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (ବିଆରସ୍) କ୍ଷମତାରେ ଥିବା ବେଳେ ମଧ୍ୟପ୍ରଦେଶରେ ବିଜେପି କ୍ଷମତାରେ ରହିଛି। ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ସରକାର ରହିଛି ।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button