ଭଦ୍ରକ୧୧/୯– ଭଣ୍ଡାରିପୋଖରୀ ବ୍ଲକର ମାଳଦା ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ସମିତି ସଭ୍ୟ ନୃସିଂହ ଚରଣ ଖିଲାରଙ୍କ ସଭାପତିତ୍ୱରେ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବିତରଣ କରାଯାଇଥିଲା । ପ୍ରଧାନ ଶିକ୍ଷକ ବିକାଶ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ୧୬୪ ପିଲାଙ୍କୁ ପୋଷାକ ବଣ୍ଟନ ହୋଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ପ୍ରତିନିଧି ଶରତ କୁମାର ଜେନା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୃପାସିନ୍ଧୁ ପୁଷ୍ଟି,ସାଧନ କେନ୍ଦ୍ର ସଂଯୋଜକ ପୁଷ୍ପକ ଚନ୍ଦ୍ର ଭାରତୀ ପ୍ରମୁଖ ଯୋଗ ଦେଇ ବିଦ୍ୟାର୍ଥୀମାନଙ୍କୁ ପୋଷାକ ବିତରଣ କରିଥିଲେ । କାର୍ଯ୍ୟକ୍ରମକୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ । ସେହିପରି ରାଜେନ୍ଦ୍ରପୁର ପଞ୍ଚାୟତ ଦେଓପଦା ବିଦ୍ୟାଳୟଠାରେ ପୋଷାକ ବିତରଣ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ ଓ ନାଆମୀ ସମବାୟ ସମିତି ପରିଚାଳନା କମିଟି ସଭ୍ୟ ବିନୋଦ ବିହାରୀ ରାଉତ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ ପ୍ରଦାନ କରିଥିଲେ । ଅନୁରୂପ ଭାବେ ଗଣେଶ ପୂଜା ପୂର୍ବରୁ ବ୍ଲକ ଅଞ୍ଚଳର ଅନେକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।