କ୍ରାଇମ

ଲିଫ୍ଟରେ ପ୍ରସବ ପରେ ମା’ ଅଳିଆଗଦାରେ ଫିଙ୍ଗି ଦେଇଥିବା ନବଜାତ ଉଦ୍ଧାର‌ – Utkal Mail


ବେଜିଂ: ସୋସିଆଲ ମିଡିଆରେ ଏକ ହୃଦୟବିଦାରକ ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଏହି ଘଟଣାଟି ଚାଇନାରେ ଘଟିଥିବା କୁହାଯାଉଛି।

ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜ ଅନୁଯାୟୀ, ଅଗଷ୍ଟ ୨୧ରେ ମହିଳା ଜଣକ ଏକ ଘରୋଇ ସୋସାଇଟିର ଲିଫ୍ଟରେ କିଛି ଲଗେଜ ନେଇ ପ୍ରବେଶ କରିଥିଲେ। ଏହାପରେ ଅତି ଶାନ୍ତ ଭାବେ ‌ଲିଫ୍ଟରେ ସେ ସନ୍ତାନକୁ ଜନ୍ମ ଦେଇଥିଲେ।

କେବଳ ଏତିକି ନୁହେଁ, ସନ୍ତାନକୁ ଜନ୍ମ ଦେଇ ସାରିବା ପରେ ମହିଳାଜଣକ ନବଜାତ ଶରୀରରେ ଓ ଚଟାଣରେ ପଡ଼ିଥିବା ରକ୍ତକୁ  ଟିସୁ ବାହାର କରି ପୋଛିଥିଲେ। ଏହି ସମୟରେ ଅନ୍ୟମାନେ ବି ଉକ୍ତ ଲିଫ୍ଟରେ ପ୍ରବେଶ କରିଥିଲେ। ଏହା ସତ୍ତ୍ବେ ବି ମହିଳାଜଣକ ଆଦୌ ବିଚଳିତ ନ‌ହୋଇ ନବଜାତ ଶିଶୁକୁ ଲିଫ୍ଟର ଏକ କୋଣରେ ଲୁଚାଇ ରଖି ଦେଇଥିଲେ। କିଛିସମୟ ପରେ  ମହିଳା ନିଜର ଲଗେଜ ଏବଂ ନବଜାତ ଶିଶୁକୁ ଧରି ଲିଫ୍ଟରୁ ବାହାରି ଯାଇଥିଲେ। ତା’ପରେ ସେ ନିକଟରେ ଥିବା ଅଳିଆଗଦାରେ ଶିଶୁକୁ ପକାଇ ଦେଇଥିଲେ।

ସୌଭାଗ୍ୟବଶତଃ ସ୍ଥାନୀୟ ଲୋକମାନେ ଏହି ଶିଶୁକୁ ଅଳିଆଗଦାରୁ ପାଇ ଚୋଙ୍ଗକିଙ୍ଗର ଏକ ଡାକ୍ତରଖାନାକୁ ପଠାଇ ଦେଇଥିଲେ। ଶିଶୁର ଲିଙ୍ଗ ପ୍ରକାଶ କରାଯାଇ ନାହିଁ। ଡାକ୍ତରଖାନାରେ ଶିଶୁର ଚିକିତ୍ସା କରାଯାଇଥିଲା। ଚିକିତ୍ସା ପରେ ଶିଶୁ ସୁସ୍ଥ ଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ମା’ ବିରୋଧରେ ମାମଲା ରୁଜୁ କରାଯାଇଛି। ତେବେ ଉକ୍ତ ମା’ ବିରୋଧରେ କ’ଣ ଦଣ୍ଡର ଶୁଣାଣି ହେବ ସେନେଇ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button