ଦେଶ ବିଦେଶ

ପ୍ରଥମଥର ପାଇଁ ଉଦ୍ଧାର ହେଲା ଏହି ବିଶାଳ କୁମ୍ଭୀର; ଲୋକେ ଦେଖି ହେଉଛନ୍ତି ଭୟଭୀତ – Utkal Mail


ନୂଆଦିଲ୍ଲୀ: କୁମ୍ଭୀର ନାମ ଶୁଣିଲେ ମନରେ ଏକ ପ୍ରକାର ଭୟ ଜାତ ହୋଇଥ‌ାଏ। କାରଣ କୁମ୍ଭୀର ନାମ ସାମ୍ନାକୁ ଆସିଲାମାନେ ମନରେ ଚିନ୍ତାଧାରା ଆସିଥାଏ କି କାହାକୁ ନା କାହାକୁ କୁମ୍ଭୀର ବୋଧ ହୁଏ ଆକ୍ରମଣ କରିଛି।

ଅନେକ ସମୟରେ  ଖବର ଆସିଥାଏ କି ଛୋଟପିଲାକୁ କୁମ୍ଭୀର ଆକ୍ରମଣ କରିଛି ତ ଆଉ କେତେବେଳେ ଶୁଣିବାକୁ ମିଳିଥାଏ ନଦୀରେ ଗା‌ଧେଇବା ସମୟ‌ରେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଲାଣି ତ ଆଉ କେତେବେଳେ କାହାକୁ ଗିଳି ପକାଇଲାଣି।

ଏହି କ୍ରମରେ ଦେଖିବାକୁ ଗଲେ ନିକଟରେ ଏକ ବିଶାଳ କୁମ୍ଭୀର ଉଦ୍ଧାର ହୋଇଛି। ଯାହାର ଫଟୋ ଏକ୍ସ(ଟୁଇଟର)ରେ ଭାଇରାଲ ହୋଇଛି। ଏହି ଭାଇରାଲ ଫଟୋରେ ଉଦ୍ଧାର ହୋଇଥିବା କୁମ୍ଭୀରକୁ ଦେଖି ଭୟଲାଗୁଛି।

ତେବେ ଏହି ବିଶାଳ କୁମ୍ଭୀରକୁ ମିସିସିପିର କୁମ୍ଭୀର ଶିକାରମାନେ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା କୁମ୍ଭୀର ୧୪ଫୁଟ ଅର୍ଥାତ ୪.୩ମିଟରରୁ ଅଧିକ  ଓ ଓଜନ ୩୪୫କିଲୋ ରହିଥିବା କୁହାଯାଉଛି। ଏହି ବିଶାଳ କୁମ୍ଭୀର ଉଦ୍ଧାର ହେବାପରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଏହି କୁମ୍ଭୀରକୁ ଦେଖିବା ପାଇଁ ଘଟଣାସ୍ଥଳରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି।

 

ଜୀବ ବୈଜ୍ଞାନିକଙ୍କ କହିବାନୁସା‌ରେ, ସାଧାରଣତଃ ପୁରୁଷ କୁମ୍ଭୀରଙ୍କ ଲମ୍ବ ୧୧.୨ ଫୁଟ ରହିଥ‌ାଏ। ୨୦୧୪ରେ ଏକ କୁମ୍ଭୀରକୁ ଉଦ୍ଧାର କରାଯାଇଥିଲା। ଯାହାର ଲମ୍ବର ୧୫ଫୁଟ ଓ ଚଉଡ଼ା ୯ଇଞ୍ଚର ଥିଲା। ଗତମାସରେ ଦୁଇଭାଇ ଜିମ ଓ ରିଚି ମିସିସିପିରୁ ଏକ କୁମ୍ଭୀରକୁ ଉଦ୍ଧାର କରିଥିଲେ। ଏହି ଉଦ୍ଧାର ହୋଇଥିବା କୁମ୍ଭୀର ୧୦୦ବର୍ଷର ଥିବା ବେଳେ ଏହାର ଲମ୍ବ ୧୦ଫୁଟ ଓ ଚଉଡ଼ା ୨ଫୁଟ ରହିଥିଲା। ଯାହାକୁ ପର୍ଲ ନଦୀରୁ ଉଦ୍ଧାର କରାଯାଇଥିଲା ବୋଲି କୁହାଯାଉଥିଲା।

 




Related Articles

Leave a Reply

Your email address will not be published. Required fields are marked *

Back to top button