ଧର୍ମ

କାର୍ତ୍ତିକ ପୂର୍ଣ୍ଣିମା ଦିନ ନିଶ୍ଚିତ ଭାବରେ କରନ୍ତୁ ଏହି କାମ , ମିଳିବ ମହାଲକ୍ଷ୍ମୀଙ୍କର ଆଶୀର୍ବାଦ

କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ଲାଗିବା ଦ୍ୱାରା ଏହାର ଗୁରୁତ୍ୱ ଆହୁରି ବଢିଯାଇଛି। ପୂର୍ଣ୍ଣିମାର ଅଧିଷ୍ଠାତ୍ରୀ ଦେବୀ ମହାଲକ୍ଷ୍ମୀ ଅଟନ୍ତି ଏବଂ ଏହିଦିନ ଦାନ ପୁଣ୍ୟର ଫଳ ଅନେକ ଜନ୍ମ ପର୍ଯ୍ୟନ୍ତ ପ୍ରାପ୍ତ ହୋଇଥାଏ। ଏହି ସମଗ୍ର ମାସରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ପୂଜା କରିବାର ବିଧାନ ରହିଛି। କାରଣ ଏହିଦିନ ଭଗବାନ ବିଷ୍ଣୁ ମୀନ ଅବତାର ନେଇଥିଲେ। ଚନ୍ଦ୍ରଗ୍ରହଣ ବୃଷ ରାଶିରେ ଲାଗିବାକୁ ଯାଉଛି , ଯାହା ଶୁକ୍ରଙ୍କର ରାଶି ଅଟେ ଏବଂ ଶୁକ୍ର ଭୌତିକ ସୁଖ ସୁବିଧାର କାରକ ଅଟନ୍ତି। ଏଭଳି ପରିସ୍ଥିତିରେ କାର୍ତ୍ତିକ ପୂର୍ଣ୍ଣିମା ଦିନ କରାଯାଇଥିବା ଛୋଟ ଛୋଟ ଉପାୟ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧତା ନେଇ ଆସିଥାଏ।

Google
କାର୍ତ୍ତିକ ପୂର୍ଣ୍ଣିମା ଦିନ ସକାଳେ ଘର ସାରା ସଫା କରନ୍ତୁ ଏବଂ ମୁଖ୍ୟ ଦ୍ୱାରର ଚଉକଠାରେ ହଳଦୀ ପାଣି ଢାଳନ୍ତୁ। ଏହାପରେ ମୁଖ୍ୟ ଦ୍ୱାରର ଦୁଇ ପାର୍ଶ୍ଵରେ ସ୍ୱାସ୍ତିକ ତିଆରି କରି ପୂଜା କରନ୍ତୁ ଏବଂ ରଙ୍ଗୋଲି ପ୍ରସ୍ତୁତ କରନ୍ତୁ। ଏହାସହ ଆମ୍ବପତ୍ରର ତୋରଣ ମଧ୍ୟ ଲଗାନ୍ତୁ। ଏଭଳି କରିବା ଦ୍ୱାରା ମହାଲକ୍ଷ୍ମୀ ଘରେ ପ୍ରବେଶ କରିଥାନ୍ତି ଏବଂ ନିଜ କୃପା ଘର ପରିବାର ଉପରେ ବଜାୟ ରଖିଥାନ୍ତି।

କାର୍ତ୍ତିକ ପୂର୍ଣ୍ଣିମା ଦିନ ଦୀପଦାନ କରିବାର ପ୍ରଥା ରହିଛି , ଏଥିପାଇଁ ପ୍ରବାହିତ ହେଉଥିବା ପାଣିରେ ଦୀପ ଦାନ କରନ୍ତୁ। ଯଦି ଏଭଳି ସମ୍ଭବ ନୁହେଁ , ତେବେ ଭଗବାନ ଶିବଙ୍କର ମନ୍ଦିରରେ ଶିବଲିଙ୍ଗ ଉପରେ ମହୁ , ଗଙ୍ଗାଜଳ , କଞ୍ଚା କ୍ଷୀର ଏବଂ ପାଣି ଅର୍ପଣ କରନ୍ତୁ। ତାପରେ ଦେଶୀ ଘିଅର ୫ଟି ଦୀପ ଜାଳନ୍ତୁ ଏବଂ ଏହି ଦୀପ ଶିବ ପରିବାରର ନାମରେ ଜାଳନ୍ତୁ। ଏହାସହ ଅଶ୍ୱତ୍ଥ ଗଛ ମୂଳରେ ସକାଳେ ସନ୍ଧ୍ୟାରେ ଦୀପ ଜାଳିବାକୁ ଭୁଲନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ଗ୍ରହ ଦୋଷ ଦୂର ହୋଇଥାଏ ଏବଂ ଘର ପରିବାରରେ ସୁଖଶାନ୍ତି ବଜାୟ ରହିଥାଏ।

କାର୍ତ୍ତିକ ପୂର୍ଣ୍ଣିମା ଦିନ ଉପଛାୟା ଚନ୍ଦ୍ରଗ୍ରହଣ ଲାଗୁଅଛି। ଯଦି ଆପଣଙ୍କ କୁଣ୍ଡଳୀରେ ଚନ୍ଦ୍ର ପ୍ରତିକୂଳ ପରିସ୍ଥିତିରେ ଅଛନ୍ତି , ତେବେ ଚାଉଳ , କ୍ଷୀର , ଦହି ଆଦି ଧଳା ରଙ୍ଗର ଜିନିଷ ଦାନ କରନ୍ତୁ। କାରଣ ଏହି ସମସ୍ତ ଜିନିଷ ଚନ୍ଦ୍ରଙ୍କର ପ୍ରତିନିଧିତ୍ୱ କରିଥାନ୍ତି। ଏଭଳି କରିବା ଦ୍ୱାରା ଚନ୍ଦ୍ର ଶୁଭ ପ୍ରଭାବ ଦେଇଥାନ୍ତି ଏବଂ ସ୍ୱାସ୍ଥ୍ୟ ଓ ଆଖି ଭଲ ରହିଥାଏ। ଏଥିସହିତ ସନ୍ଧ୍ୟା ସମୟରେ ଚନ୍ଦ୍ରଙ୍କୁ ଗଙ୍ଗାଜଳ ଅର୍ପଣ କରି କ୍ଷୀର , ମିଶ୍ରି ଏବଂ ଫିଣେଇ ଭୋଗ ଲଗାନ୍ତୁ।

Google
କାର୍ତ୍ତିକ ପୂର୍ଣ୍ଣିମା ଦିନ ତୁଳସୀ ବୈକୁଣ୍ଠ ଧାମ ଯାଇଥିଲେ ଏବଂ ତୁଳସୀଙ୍କୁ ମାତା ଲକ୍ଷ୍ମୀଙ୍କର ସ୍ୱରୂପ ଭାବରେ ବିବେଚନା କରାଯାଏ। ଏଥିପାଇଁ ସକାଳେ ସନ୍ଧ୍ୟା ତୁଳସୀଙ୍କ ସମ୍ମୁଖରେ ଦୀପ ଦାନ କରନ୍ତୁ ଏବଂ ତାଙ୍କ ଆରତୀ କରନ୍ତୁ। ପ୍ରତ୍ୟେକ ଦିନ ସକାଳେ ତାଙ୍କ ଆରତୀ କରିବା ପରେ , ଚେରର ମାଟିକୁ ନିଜ ମଥାରେ ଲଗାନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ମିଳିବ ଏବଂ ପ୍ରତ୍ୟେକ ସମସ୍ୟାରୁ ମୁକ୍ତି ମିଳିବ।

କାର୍ତ୍ତିକ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ପୂଜା କରିବାର ନିୟମ ରହିଛି। ଏଥିପାଇଁ ଏହିଦିନ ସତ୍ୟନାରାୟଣ କଥା , ବିଷ୍ଣୁ ପୁରାଣ , ବିଷ୍ଣୁ ସହସ୍ରନାମ କିମ୍ବା କନକଧାରା ସ୍ତୋତ୍ର ପାଠ କରିବା ଉଚିତ। ଏହାସହିତ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ହାଲୱା , କ୍ଷୀର , ଫିଣେଇ , ସିଂଘଡା ଆଦି ଭୋଗ ଲଗାନ୍ତୁ। ଏଭଳି କରିବା ଦ୍ୱାରା ସେମାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ଧନ ସମ୍ବନ୍ଧୀୟ ସମସ୍ୟା ଗୁଡିକ ଶେଷ ହୋଇଥାଏ। ଏହାସହ ଧନର ମାର୍ଗ ପ୍ରଶସ୍ତ ହୋଇଥାଏ।

କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ଲାଗୁଅଛି , ଏଥିପାଇଁ ଆଧ୍ୟାତ୍ମିକ ଦୃଷ୍ଟିରୁ ଏହିଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହିଦିନ ଜପ , ତପ , ଦାନ ଏବଂ ଧର୍ମକର୍ମର କାମ କରିବା ଦ୍ୱାରା ମଣିଷକୁ ତାର ଜନ୍ମଜନ୍ମାନ୍ତର ପର୍ଯ୍ୟନ୍ତ ଏହାର ଫଳ ମିଳିଥାଏ ଏବଂ ମୃତ୍ୟୁ ପରେ ବୈକୁଣ୍ଠ ଧାମ ପ୍ରାପ୍ତ ହୋଇଥାଏ। ଗ୍ରହଣ ଯୋଗରେ କରାଯାଇଥିବା ଦାନ ଏବଂ ଧାର୍ମିକ କାର୍ଯ୍ୟ ଅନ୍ୟ ଦିନ ଅପେକ୍ଷା ଅଧିକ ଫଳଦାୟକ ହୋଇଥାଏ। ଏଥିପାଇଁ ଏହିଦିନ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ ଏବଂ ସମ୍ପୂର୍ଣ୍ଣ ରାତିରେ ଭୋଜନ କୀର୍ତ୍ତନ କରିବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button