କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ଏସି କଲ୍ୟାଣ ମଣ୍ଡପ ପରିସରରେ ସ୍ୱାୟତ୍ତ ଶାସନ ଦିବସ ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ଧୁମଧାମରେ ପାଳିତ ହୋଇଯାଇଛି। ପ୍ରଥମେ ସକାଳ ୭.୩୦ ମିନିଟ ସମୟରେ ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ୱୟଂସହାୟକ ମହିଳା ଓ କେସିଙ୍ଗା ଏନଏସି ଅଧ୍ୟକ୍ଷ, ଉପାଧ୍ୟକ୍ଷା ଓ ପାରିଷଦ କର୍ମଚାରୀଙ୍କୁ ନେଇ କେସିଙ୍ଗା ସହରରେ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା ଓ କାର୍ଯ୍ୟକ୍ରମ ସ୍ଥଳକୁ ପହଞ୍ଚି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ଏଥିରେ ମୁଖ୍ୟଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ ଯୋଗଦେଇ ଥିବା ବେଳେ ବିଶିଷ୍ଠ ଅତିଥି ଭାବେ ପଦ୍ମଶ୍ରୀ ବିଜେତା ପଟ୍ଟାୟତ ସାହୁ, ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଚନ୍ଦନ ସେନାପତି, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକରିଣୀ ସୁଶ୍ରୀ କିରଣ ବେହେରା, ଏନ୍ଏସି ଉପାଧ୍ୟକ୍ଷା ସରସ୍ୱତୀ ସାହା ମଞ୍ଚାସୀନ ଥିଲେ। କେସିଙ୍ଗା ସହର ଭାଇଚାରାର ସହର କେସିଙ୍ଗା ସହରର ଉନ୍ନତି ପାଇଁ ଦଳ ନିର୍ବିଶେଷରେ ସମସ୍ତ ପାରିଷଦ ଏକ ହୋଇ କାର୍ଯ୍ୟ କରିବାକୁ ମୁଖ୍ୟ ଅତିଥି ପରାମର୍ଶ ଦେଇଥିଲେ। ଯେଉଁଭଳି ଭାବେ କେସିଙ୍ଗା ସହରର ବୃଦ୍ଧି ହେଉଛି ଏବଂ ନିର୍ମାଣ ହେଉଥିବା ବାଇପାସ୍ ରାସ୍ତାକୁ କେସିଙ୍ଗାର ବିକାଶରେ ବାଧକ ବୋଲି କହି ଆଗାମୀ ଦିନରେ ଏହାକୁ ଜୋଲକୋ ପର୍ଯ୍ୟନ୍ତ ସଂପ୍ରସାରଣ ପାଇଁ ଦାବି କରାଯିବ ବୋଲି ମୁଖ୍ୟ ଅତିଥି କହିଥିଲେ।
କେସିଙ୍ଗା ସହରର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିବା ପାଇଁ ନଗରପାଳ ଲୋକଙ୍କ ସହଯୋଗ କାମନା କରିଥିଲେ। ନିର୍ବାହୀ ଅଧିକାରିଣୀ କିରଣ ବେହେରା ଏନ୍ଏସିର ବାର୍ଷିକ ବିବରଣୀ ପଠନ କରିଥିଲେ ବେଳେ ଉପାଧ୍ୟକ୍ଷା ସରସ୍ୱତୀ ସାହା ମଧ୍ୟ ଏନ୍ଏସିର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ କେସିଙ୍ଗା ଏନ୍ଏସି ତରଫରୁ ନବନିର୍ମିତ ଆହାର କେନ୍ଦ୍ରର ରୋଷେଇ ଘର ଓ କେସିଙ୍ଗା ମିନିଷ୍ଟାଡ଼ିଅମରେ ଜିମ୍ କୋଠରୀ ଉଦ୍ଘାଟନ କରାଯାଇଥିଲା। ପରିଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରୁସ୍କୃତ କରାଯାଇଥିଲା ଓ ବିଭିନ୍ନ ସ୍କୁଲ୍ର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ଅଧ୍ୟାପକ ବି.ଚନ୍ଦ୍ରଶେଖର ଆଚାରି ମଞ୍ଚ ପରିଚାଳନା କରିଥିଲେ।
Back to top button