ଓଡିଶା

ବିସିଇ କ୍ଲବର ଶୁଭାରମ୍ଭ

କଟକ,12/09/: ଓଡିଶାରେ ଦ୍ୱିତୀୟ ତଥା କଟକରେ ପ୍ରଥମ ଥର ପାଇଁ ବ୍ୟବସାୟୀ ତଥା ଉଦ୍ୟୋଗୀମାନଙ୍କ ନେଇ ଏକ ବିସିଇ କଟକ କ୍ଲବ ଖୋଲିଛି । ଏହି ଅବସରରେ ବାଦାମବାଡିସ୍ଥିତ ଗ୍ରାଣ୍ଡ ରେସିଡେନ୍ସିରେ କ୍ଲବ ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଶାସନିକ ଅଧିକାରୀ ତଥା ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ସଚିବ ଡ. ପାର୍ଥସାରଥୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ କ୍ଲବର ପ୍ରତିଷ୍ଠାତା ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରୋନି ସନ୍ତୋଷ ଦାଶ ଯୋଗ ଦେଇଥିଲେ । ବିସିଇ ଭାରତର ପ୍ରଥମ ଉଦ୍ୟୋଗୀ କ୍ଲବ ଭାବେ ଉଭୟ ଶିଳ୍ପ ଓ ଉଦ୍ୟୋଗୀ କ୍ଷେତ୍ରରେ କାରିଗରୀ କଳା କୈାଶଳ, ଦକ୍ଷତା ଏବଂ ବ୍ୟବସାୟିକ ନେଟୱାର୍କ ଏବଂ ବ୍ୟବସାୟ ସହାୟତା ଯୋଗାଇ ଦେଇଥାଏ । ଏହି କର୍ମଶାଳାରେ ବିସିଇ କ୍ଲବ ଭୁବନେଶ୍ୱରର କର୍ମକର୍ତ୍ତାଙ୍କ ସମେତ କଟକ ଅନୁଷ୍ଠାନର ପ୍ରତିଷ୍ଠାତା ଡ. ସଂଜୟ ଚୈାଧୁରୀ , ସହ ପ୍ରତିଷ୍ଠାତା ବିପିନ ବିହାରୀ ସାହୁ, ସେକ ଅବଦୁଲ ସମିମ୍‌, ବଦ୍ରିନାରାୟଣ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button