ଧର୍ମ

ଘରକୁ ଏହି ୫ଟି ଜିନିଷର ଆଗମନରେ ଶୁଭ ହୋଇଥାଏ,ଧନ ଲାଭର ସଙ୍କେତ ମଧ୍ୟ ଦେଇଥାଏ।

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଜୀବଙ୍କ ଭିତରେ ଭଗବାନ ଅଛନ୍ତି ବୋଲି ବିଶ୍ୱାସ କରାଯାଏ। ଘରକୁ କାହାର ଆସିବାକୁ ଶୁଭ ବୋଲି ମାନାଯାଏ ତ ଏବଂ କାହାର ଆସିବା ଅଶୁଭ, ଶାସ୍ତ୍ରରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି। ଶାସ୍ତ୍ର ଅନୁସାରେ,ଯଦି ଏହି ପାଞ୍ଚଟି ଜିନିଷ ଘରକୁ ଆସନ୍ତି ତାହେଲେ ଏହା ଧନ ଲାଭର ସଙ୍କେତ ଦେଇଥାଏ ବୋଲି ମାନାଯାଏ। କେବଳ ବାସ୍ତୁ ଅନୁସାରେ ନୁହେଁ, ବରଂ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ସେମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଘରେ ଏହି ଜିନିଷ ଗୁଡ଼ିକର ଆଗମନ ଭବିଷ୍ୟତର ଲାଭ ବିଷୟରେ ସୂଚାଇବା ସହିତ ସୁଖ ଏବଂ ସମୃଦ୍ଧିର ବୃଦ୍ଧି ବିଷୟରେ ସୂଚିତ କରିଥାଏ। ଆସନ୍ତୁ ଜାଣିବା କେଉଁ ପାଞ୍ଚଟି ଜିନିଷ ଘରକୁ ଆସିଲେ ଧନ ଲାଭ ସଂକେତ ଦେଇଥାଏ।

ଘରକୁ ପାରା ଆସିଲେ:-
ଘରକୁ ପାରା ଆସିଲେ ଶୁଭ ମାନାଯାଏ। କାରଣ ଏହାର ସମ୍ବନ୍ଧ ଭଗବାନ କୁବେରଙ୍କ ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ। ଏହା ସହିତ ପାରା ପ୍ରଭୁ କାମଦେବଙ୍କ ବାହାନ ମଧ୍ୟ,ଏହି କାରଣରୁ ପାରାକୁ ଶୁଭର ପ୍ରତୀକ ବୋଲି ମାନାଯାଏ। ଜ୍ୟୋତିଷ ଶାସ୍ତ୍ରରେ ପାରାର ସମ୍ବନ୍ଧ ବୁଧ ଗ୍ରହ ସହିତ ଅଛି ବୋଲି ମାନାଯାଏ ଏବଂ ବୁଧ ବୈଭବର ପ୍ରତୀକ ଅଟେ। ଘରକୁ ପାରା ଆସିଲେ ଏହା ଅର୍ଥ ଲାଭ ଏବଂ ବ୍ୟବସାୟ ବହୁତ ଭଲ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଆହୁରି ମଧ୍ୟ, ଅଟକି ରହିଥିବା ଟଙ୍କା ମଧ୍ୟ ମିଳିଥାଏ।

Google
କଇଁଛ ଘରକୁ ଆସିବା:-
ଘରକୁକଇଁଛ ଆସିବା ଶୁଭ ବୋଲି ମାନାଯାଏ। ବାସୁଶାସ୍ତ୍ର ଅନୁସାରେ ଜଳରେ ରହୁଥିବା ଜଳଜୀବ ଯେମିତି କି କଇଁଛ ଏବଂ ମାଛ ପରି ଜଳଜନ୍ତୁ ପ୍ରାଣୀମାନଙ୍କର ବିଶେଷ ସ୍ଥାନ ଅଛି । କୁହାଯାଏ ଯେଉଁଠି କି କଇଁଛ ଆସେ, ସେହି ଘରେ ସକାରାତ୍ମକ ଶକ୍ତିର ସଂଚାର ହୋଇଥାଏ ବୋଲି ମାନାଯାଏ। ଏହା ଭଗବାନ ବିଷ୍ଣୁଙ୍କ କଚ୍ଛପ ଅବତାର ସହିତ ଜଡିତ,ସେଥିପାଇଁ ଏହା ଆହୁରି ପବିତ୍ର ହୋଇଯାଏ । ଘରେ ଏହାର ପ୍ରବେଶ ମା ଲକ୍ଷ୍ମୀଙ୍କ ଆସିବାର ସଙ୍କେତ ଦେଇଥାଏ ବୋଲି ବିବେଚନା କରାଯାଏ | କଇଁଛ ସମୃଦ୍ଧି ସହିତ ଘରେ ଶାନ୍ତି ଆଣିଥାଏ |

Google
ଦୁଇଟି ମୁହଁ ଥିବା ସାପ:-
ଯଦି ଘରକୁ ଦୁଇଟି ମୁହଁ ଥିବା ସାପ ଆସିଛି ତ ଏହାର ଅର୍ଥ ହେଉଛି ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆଗମନ କରିଛନ୍ତି। କାରଣ ଦୁଇ ମୁଖର ସାପ ଲକ୍ଷ୍ମୀଙ୍କ ବାହକ ବୋଲି ବିଶ୍ୱାସ କରାଯାଏ। ଏହା ବହୁତ ଦୁର୍ଲଭ ବୋଲି ବିବେଚନା କରାଯାଏ, ସାଧାରଣତଃ ଏହାର ଦର୍ଶନ ମିଳେ ନାହିଁ। କିନ୍ତୁ ଯଦି ଏହି ଦୁଇ ମୁହଁ ଥିବା ସାପ ଘରକୁ ଆସେ ତାହେଲେ ଏହା ବହୁତ ଶୁଭ ଅଟେ। ଅତୀତରେ ଯେତେବେଳେ ଦ୍ୱିମୁଖୀ ସାପ ଘର ଭିତରକୁ ଆସୁଥାଏ, ସେତେବେଳେ ସେହି ସାପକୁ ଧାନ ଏବଂ କ୍ଷୀର ଦିଆଯାଉଥିଲା ଯାହା ଫଳରେ ଏହା ଘରେ ରହିବ। ଏହି ସାପ କାହାକୁ କାମୁଡ଼େ ନାହିଁ। ଯେଉଁ ଘରେ ଏହି ସାପ ଆସେ ସେହି ଘରେ କେବେବି ଟଙ୍କାର ଅଭାବ ହୁଏ ନାହିଁ।

Google
ବେଙ୍ଗ ଘରକୁ ଆସିବା:-
ସାରାବିଶ୍ୱରେ ବେଙ୍ଗମାନଙ୍କୁ ଶୁଭତାର ପ୍ରତୀକ ଭାବରେ ବିବେଚନା କରାଯାଏ। ଚାଇନାରେ ଏହା ସମୃଦ୍ଧତା ଏବଂ ଧନର ପ୍ରତୀକ ଭାବରେ ସ୍ୱୀକୃତିପ୍ରାପ୍ତ। ବେଙ୍ଗ ଘରକୁ ଆସିଲେ ସୁଖ ଏବଂ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ବାସ୍ତୁ ଶାସ୍ତ୍ରରେ ବେଙ୍ଗକୁ ମଧ୍ୟ ଧନ ଦାୟକ ମାନାଯାଏ। ବେଙ୍ଗମାନଙ୍କୁ କେବଳ ହିନ୍ଦୁ ଧର୍ମରେ ନୁହେଁ ବରଂ ସମସ୍ତ ସଂସ୍କୃତିରେ ଘରେ ପାଳନ୍ତି ।

Google
କଳା ପମ୍ପିଡି ଘରକୁ ଆସିବା:-
ଘରକୁ କଳା ପିମ୍ପୁଡ଼ି ଆସିବା ମଧ୍ୟ ଶୁଭ ବୋଲି ମାନାଯାଏ। କଳା ପିମ୍ପୁଡ଼ି ସମ୍ବଦ୍ଧ ନ୍ୟାୟର ଦେବତା ଶନି ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ। ଯେଉଁ ଘରେ ପିମ୍ପୁଡ଼ି ଦଳରେ ଆସନ୍ତି, ସେହି ଘରେ ସୁଖ ଏବଂ ସମୃଦ୍ଧତା ଥାଏ । ଏଥି ସହିତ, ଯଦି ସେହି ପିମ୍ପିଡି ମାନେ ପାଟିରେ ଅଣ୍ଡା ଆଣନ୍ତି, ତାହେଲେ ଏହା ମଧ୍ୟ ଶୁଭ ବୋଲି ଧରାଯାଏ ଏବଂ ଏମିତି ମାନାଯାଏ ଯେ ଶୀଘ୍ର ଘରକୁ ଧନ ଲାଭ ହେବ। ଏହା ଆର୍ଥିକ ଅବସ୍ଥା ଭଲ ହେବାର ସଂକେତ ଦେଇଥାଏ।

Google
ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖନ୍ତୁ । ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ହେଲେ ଆପଣଙ୍କ ଜୀବନରେ ଚାଲି ଥିବା ସମସ୍ତ ସମସ୍ୟା ଦୂର ହୋଇ ଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button