ଦେଶ ବିଦେଶ

ଆମନ୍ତ୍ରିତ ନହୋଇ ଆସିଲ କାହିଁକି ?  ଇଣ୍ଡିଆ ମେଣ୍ଟ ବୈଠକରେ କପିଲ ସିବ୍ବଲଙ୍କ ଉପସ୍ଥିତିକୁ ନେଇ ବିବାଦ – Utkal Mail


ମୁମ୍ବାଇ: ପୂର୍ବତନ କଂଗ୍ରେସ ନେତା କପିଲ ସିବଲ ମୁମ୍ବାଇରେ ବିରୋଧୀ ଦଳ ବୈଠକ ‘ଦ ଇଣ୍ଡିଆ କନକ୍ଲେଭ୍’ରେ ଅପ୍ରତ୍ୟାଶିତ ପ୍ରବେଶ କରିବା କଂଗ୍ରେସ ନେତାଙ୍କୁ କ୍ଷୁବ୍ଧ କରିଛି। ସେ ଗତବର୍ଷ କଂଗ୍ରେସ ଛାଡ଼ିଥିବାବେଳେ ପୁଣି ମେଣ୍ଟ ବୈଠକକୁ ବିନା ନିମନ୍ତ୍ରଣରେ ଆସିବାକୁ ନେଇ ବିବାଦ ଦେଖାଦେଇଛି । ତାଙ୍କ ଉପସ୍ଥିତି ତାଙ୍କ ପୂର୍ବତନ ସହକର୍ମୀଙ୍କୁ କ୍ରୋଧିତ କରିଛି। ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା କେସି ବେଣୁଗୋପାଳ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏହି ବୈଠକର ଆୟୋଜକ ଉଦ୍ଧବ ଠାକରେଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଏହାକୁ ନେଇ ବିବାଦ ବଢିବା ପରେ ବୈଠକରେ ଯୋଗ ଦେଇଥିବା ଅନ୍ୟ ବରିଷ୍ଠ ନେତା ଯେପରିକି ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା ଏବଂ ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ ଏଥିରେ ହସ୍ତକ୍ଷେପ କରିଥିଲେ ଓ ସ୍ଥିତିକୁ ଶାନ୍ତ କରିବାକୁ ଉଦ୍ୟମ କରିଥିଲେ। ପରେ ସିବ୍ବଲଙ୍କ ଉପସ୍ଥିତିକୁ ନେଇ କୌଣସି ଆପତ୍ତି ନଥିବା ରାହୁଲ ଗାନ୍ଧି କହିବା ପରେ ସ୍ଥିତି ଶାନ୍ତ ହୋଇଥିଲା । ଏହା ପରେ ସିବ୍ବଲଙ୍କୁ ମେଣ୍ଟର ଫଟୋସେସନରେ ସାମିଲ କରାଯାଇଥିଲା ।

ଅନ୍ୟପକ୍ଷରେ ଏନସିପି ଦ୍ବାରା ସେୟାର କରାଯାଇଥିବା ଏକ ଭିଡିଓରେ ସୁପ୍ରିୟା ସୁଲେ ବୈଠକକୁ ସିବ୍ବଲଙ୍କୁ ସ୍ବାଗତ କରୁଥିବା ଦେଖାଯାଇଥିଲା ।  ଆଉ ଏକ ଫଟୋରେ ସିବ୍ବଲ ପଂଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବାନ୍ତ ମାନଙ୍କ ସହ ଆଲୋଚନା କରୁଥିବାଦେଖାଯାଇଥିଲା ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button