ଓଡିଶା

ବାସୁଦେବପୁର ବ୍ଲକରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

ବାସୁଦେବପୁର ବ୍ଲକରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

ଭଦ୍ରକ, ତା.୧୨/.୦୯- ଜିଲ୍ଲା କାର୍ଯ୍ୟାଳୟ ଦ୍ୱାରା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ବାସୁଦେବପୁର ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଏସ୍‌.ପି. ଚରଣ ସିଂ ମୀନା ଏହି ଶିବିରରେ ଯୋଗ ଦେଇ ସମୁଦାୟ ୬୯ ଟି ଅଭିଯୋଗର ଶୁଣାଣି କରିଥିଲେ । ତନ୍ମଧ୍ୟରେ ୫୮ ଟି ବ୍ୟକ୍ତିଗତ ସମସ୍ୟାଭିତ୍ତିକ ଥିବା ବେଳେ ୧୧ ଟି ଥିଲା ସାମୂହିକ ସମସ୍ୟା ସମ୍ବନ୍ଧୀୟ । ବିଧାୟକ ବାସୁଦେବପୁର ବିଷ୍ଣୁବ୍ରତ ରାଉତରାୟ, ସଭାପତି ଜିଲ୍ଲାପରିଷଦ ପ୍ରଫୁଲ୍ଲ କୁମାର ଜେନା, ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସନ୍ତୋଷ କୁମାର ପାତ୍ର ପ୍ରମୁଖ ଏହି ଶିବିରରେ ଯୋଗ ଦେଇ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ବି.ଡ଼ି.ଓ.ବାସୁଦେବପୁର ସତ୍ୟଜିତ୍ ରାଉତ ଏହି ଶିବିର ଆୟୋଜନ ଓ ପରିଚାଳନା ନେଇ ଆନୁସଙ୍ଗିକ ସମସ୍ତ ଦାୟିତ୍ୱ ନିର୍ବାହ କରିଥିଲେ । ସହାୟକ ଜିଲ୍ଲାପାଳ ବସନ୍ତ କୁମାର ଲେଙ୍କା ଅଭିଯୋଗ ଉପସ୍ଥାନା କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଏହି ଶିବିରରେ ଉପସ୍ଥିତ ରହି ଅଭିଯୋଗ ସମାଧାନ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା ଶୁଣାଣି ବେଳେ ଆବଶ୍ୟକମତେ ଉତ୍ତର ରଖିଥିଲେ । ସମାଧାନ ସମ୍ଭବ ଅଭିଯୋଗ ଗୁଡ଼ିକର ଯଥାଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ବିଶେଷ କରି ଜମିଜମା, ରେସନ୍ କାର୍ଡ଼, ସ୍କୁଲରେ ଶିକ୍ଷକ, ପ୍ରଧାନଶିକ୍ଷକ ନଥିବା, ପାନୀୟ ଜଳଯୋଗାଣ, ସାମାଜିକ ସୁରକ୍ଷାରେ ବିଭିନ୍ନ ଭତ୍ତା, ବିଦ୍ୟୁତ୍‌, ଗ୍ରାମାଞ୍ଚଳ ଉନ୍ନୟନ ଆଦି ସମ୍ବନ୍ଧୀୟ ଅଭିଯୋଗ ଆଗତ ହୋଇଥିଲା । ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ତିନିଚକିଆ ସାଇକେଲ ୮ଟି , ହ୍ୱିଲ ଚେୟାର ୧ଟି , କ୍ରାଚ – ୨ଟି ଦିବ୍ୟାଙ୍ଗ ହିତାଧିକାରୀମାନଙ୍କୁ ବଣ୍ଟନ କରାଯାଇଥିଲା । ବିଧାୟକ, ସଭାପତି, ଜିଲ୍ଲାପରିଷଦ, ଜିଲ୍ଲାପାଳ, ଏସ୍‌.ପି., ବ୍ଲକ ଚେୟାରମ୍ୟାନ, ବି.ଡ଼ି.ଓ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସହାୟକ ଜିଲ୍ଲାପାଳ ପ୍ରମୁଖ ଏହି ଉପକରଣ ବଣ୍ଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button