ଦେଶ ବିଦେଶ

ଜ୍ଞାନବାପୀର ବାବରି ସ୍ଥିତି: ଓବେସୀ

ଜ୍ଞାନବାପୀର ବାବରି ସ୍ଥିତି: ଓବେସୀ

ନୂଆଦିଲ୍ଲୀ:  ଜ୍ଞାନବାପୀ ମସଜିଦ ବିବାଦରେ ମୁସଲିମ ପକ୍ଷର ଯାଚିକା ଖାରିଜ କରିବା ସହ ହିନ୍ଦୁ ପକ୍ଷ ଯାଚିକା ଉପରେ ଶୁଣାଣି ଆବଶ୍ୟକତା ଥିବା ବାରାଣାସୀ କୋର୍ଟ କହିବା ପରେ ବିଭିନ୍ନ ପକ୍ଷରୁ ଆସୁଛି ବୟାନ। ଜ୍ଞାନବାପୀ ମସଜିଦର ବାବରି ମସଜିଦ ସ୍ଥିତି ହେବ ବୋଲି ଏଆଇଏମଆଇଏମ ମୁଖ୍ୟ ଅସବୁଦ୍ଦିନ ଓବେସୀ କହିଛନ୍ତି।

ବାରାଣସି କୋର୍ଟଙ୍କ ଆଦେଶ ଉପରେ ଚିନ୍ତା ବ୍ୟକ୍ତ କରି  ଓବେସୀ କହିଛନ୍ତି କି, ଏପରି ନିଷ୍ପତ୍ତିରୁ ୧୯୯୧ର ୱର୍ସିପ ଆକ୍ଟର ଅର୍ଥହିଁ ପରିବର୍ତ୍ତନ ହୋଇଯାଉଛି। ଜ୍ଞାନବାପୀ ମସଜିଦ ମାମଲା ବାବରୀ ମସଜିଦ ରାସ୍ତାରେ ଯାଉଥିବା ଦେଖାଯାଉଛି ଓ ଏପରି ହେଲେ ଦେଶ ୮୯-୯୦ ଦଶକକୁ ଫେରିଯିବ। ତେବେ ମାମଲାରେ ମୁସଲିମ ପକ୍ଷ ହାଇକୋର୍ଟକୁ ଯିବା ଦରକାର ବୋଲି ସେ କହିଛନ୍ତି।

ସେପଟେ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଟ୍ବିଟ କରି ଲେଖିଛନ୍ତିଳ ମଥୁରା, କାଶୀ କଡ ଲେଉଟାଉଛି। ଉଲ୍ଲେଖ ଯୋଗ୍ୟ, ମୌର୍ଯ୍ୟ ସର୍ବଦା ନିଜ ବୟାନରେ ଅଯୋଧ୍ୟା, ମଥୁରା ଓ କାଶୀରେ ମନ୍ଦିରର

ଉଲ୍ଲେଖ ଯୋଗ୍ୟ କି, ଜ୍ଞାନବାପୀ ଶୃଙ୍ଗାର ଗୌରୀ କେଶରେ ବାରାଣସି ଜିଲ୍ଲା କୋର୍ଟ ସୋମବାର ନିଜ ନିଷ୍ପତ୍ତି ଶୁଣାଇଛନ୍ତି। ବିଚାରପତି ଏକେ ବିଶ୍ବେଶ  ରାୟ ହିନ୍ଦୁ ପକ୍ଷରେ ଦେଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button