ଦେଶ ବିଦେଶ

ଜ୍ଞାନବାପୀ: ମୁସଲମାନ ପକ୍ଷ ଯାଚିକା ଖାରଜ

ନୂଆଦିଲ୍ଲୀ: ଜ୍ଞାନବାପୀ ବିବାଦରେ ମୁସଲିମ ପକ୍ଷକୁ ଝଟକା। ମୁସଲିମ ପକ୍ଷର ଯାଚିକାକୁ ଖାରଜ କଲେ କୋର୍ଟ। ୫ ହିନ୍ଦୁ ମହିଳାଙ୍କ ଯାଚିକା ଉପରେ ଶୁଣାଣି ଜରୁରୀ ଥିବା କହିଛନ୍ତି କୋର୍ଟ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୨ରେ କରିବାକୁ ଧାର୍ଯ୍ୟ କରିଛନ୍ତି ବାରାଣସୀ କୋର୍ଟ।

ଜ୍ଞାନବାପୀ ମସ୍‌ଜିଦ ମାମଲାରେ ବାରାଣସୀ କୋର୍ଟ ହିନ୍ଦୁ ପକ୍ଷରେ ଆଦେଶ ଦେଇଛନ୍ତି। ଅଞ୍ଜୁମନ ଇନ୍ତେଜାମିୟା କମିଟିର ଯାଚିକାକୁ ଖାରଜ କରିଛନ୍ତି କୋର୍ଟ। ହିନ୍ଦୁ ପକ୍ଷର ଯାଚିକା ଶୁଣାଣି ଯୋଗ୍ୟ ଥିବା କୋର୍ଟ ଅନୁଭବ କରିଛନ୍ତି। ୫ ହିନ୍ଦୁ ମହିଳାଙ୍କ ଦ୍ବାରା ଜ୍ଞାନବାପୀ ଶୃଙ୍ଗାର ଗୌରୀ ବିବାଦରେ ଜିଲ୍ଲା ଜଜ ଏକେ ବିଶ୍ବେଶର ଏକାକୀ ପୀଠ ଶୁଣିଣି କରିବେ।

ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି କି, କୋର୍ଟ ମୁସଲମାନ ପକ୍ଷର ଯାଚିକା ଖାରିଜ କରି ଦେଇଛନ୍ତି। ଏହାର ଆଗାମୀ ଶୁଣାଣି ସେପ୍ଟେମ୍ବର ୨୨ରେ ହେବ। ଅନ୍ୟପଟେ ମୁସଲିମ ପକ୍ଷର ଯାଚିକା ଖାରଜକୁ ନେଇ ପକ୍ଷ ହାଇକୋର୍ଟ ଯାଉଥିବା କହିଛି।

କୋର୍ଟଙ୍କ ରାୟ ପରେ ହିନ୍ଦୁ ପକ୍ଷଙ୍କ ମଧ୍ୟରେ ଖେଳିଯାଇଛି ଆନନ୍ଦର ଲହରି। ବହୁ ସମୟରୁ ଏହି ସମୟର ଅପେକ୍ଷା ଥିବା ହିନ୍ଦୁ ପକ୍ଷ କହିଥିବା ବେଳେ ଏହାକୁ ଐତିହାସିକ କୁହାଯାଇଛି। ମସଜିଦ ଓ କୋର୍ଟ ନିକଟରେ ଦେଖିବାକୁ ମିଳୁଛି ଉତ୍ସବର ମାହୋଲ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button