ରାଜନୀତି

କଂଗ୍ରେସ ମହାଅଧିବେଶନରେ କେନ୍ଦ୍ର ଉପରେ ବର୍ଷିଲେ ସୋନିଆ, କହିଲେ ଘୃଣାର ନିଆଁ ଜାଳୁଛି ମୋଦୀ ସରକାର

ନୟା ରାୟପୁର: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଶନିବାର ମୋଦୀ ସରକାର ଉପରେ ପ୍ରବଳ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ସରକାର ଦେଶର ସବୁ ସଂସ୍ଥାକୁ କବଜା କରିନେଇଛନ୍ତି । ବିରୋଧୀଙ୍କ ସ୍ୱର ଦବାଇବା ସହ ମୋଦୀ ସରକାର ଘୃଣାର ନିଆଁ ଲଗାଉଛନ୍ତି ବୋଲି ସୋନିଆ ଅଭିଯୋଗ କରିଛନ୍ତି ।

ସୋନିଆ ଏଠାରେ ଦଳର ୮୫ ତମ ମହାଅଧିବେଶନକୁ ସମ୍ବୋଧନ କରି କହିଛନ୍ତି ଯେ ବିଜେପି ଘୃଣାର ନିଆଁ ଜାଳୁଛି ଏବଂ ସଂଖ୍ୟାଲଘୁ, ଦଳିତ, ଆଦିବାସୀ ଓ ମହିଳାଙ୍କୁ ଟାର୍ଗେଟ କରୁଛି।

ସୋନିଆ ଗାନ୍ଧୀ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ‘ବିଜେପି-ଆରଏସ୍ଏସ୍’ର ସରକାର ସବୁ ସଂସ୍ଥାକୁ ନିୟନ୍ତ୍ରଣ କରୁଛନ୍ତି ଏବଂ ବିରୋଧୀଙ୍କ ସ୍ୱରକୁ ଚାପି ଦିଆଯାଉଛି।

ସଭାପତି ଭାବେ ତାଙ୍କ କାର୍ଯ୍ୟକାଳ ବିଷୟରେ ସୋନିଆ କହିଛନ୍ତି, “୧୯୯୮ ମସିହାରେ କଂଗ୍ରେସ ସଭାପତି ଭାବରେ ଦାୟିତ୍ବ ଗ୍ରହଣ କରିବା ମୋ ପାଇଁ ସମ୍ମାନର ବିଷୟ ଥିଲା। ଏହି ୨୫ ବର୍ଷରେ ଦଳ ଅନେକ ବଡ଼ ସଫଳତା ହାସଲ କରିଛି ​​ଏବଂ ନିରାଶା ମଧ୍ୟ ଦେଖିଛି |

ସେ କହିଛନ୍ତି ଯେ ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ସଭାପତି ଭାବେ ତାଙ୍କର ଇନିଂସ ‘ଭାରତ ଯୋଡୋ ଯାତ୍ରା’ ସହିତ ଶେଷ ହୋଇଛି ।

ସୋନିଆ କହିଛନ୍ତି, ଏହି ଯାତ୍ରା କଂଗ୍ରେସ ଏବଂ ଲୋକଙ୍କ ମଧ୍ୟରେ ଭାବ ବିନିମୟର ପରମ୍ପରାକୁ ସମୃଦ୍ଧ କରିଛି। ଏହି ଯାତ୍ରା ପାଇଁ ସେ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button