କ୍ରାଇମ
ସୋନପୁରରୁ ୪୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ: ୩ ଗିରଫ – Utkal Mail
ଭୁବନେଶ୍ବର: ଏସଟିଏଫ ଜାଲରେ ଜାଲ ନୋଟ୍ ରାକେଟ୍। ସୋନପୁରରୁ ୪୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ କରିଛି ଏସଟିଏଫ । ଏସଟିଏଫ ଟିମ୍ ଜାଲ ନୋଟ୍ ପ୍ରସ୍ତୁତ ସରଞ୍ଜାମ ସହ ୩ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ରାଜ୍ୟ ବାହାରକୁ ଏହି ରାକେଟର ଚେର ଲମ୍ବିଥିବା ଅନୁମାନ କରାଯାଉଛି। ଯାହାକୁ ନେଇ ଏସଟିଏଫ ଅଧିକ ଖୋଳତାଡ଼ କରୁଛି। ଗିରଫ ବ୍ୟକ୍ତିକୁ ପଚରାଉଚରା କରି ଏସଟିଏଫ ଅଧିକ ତଥ୍ୟ ଆଦାୟ କରୁଥିବା ଜଣାଯାଇଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।



