ବ୍ୟବସାୟ

ଏବେ କେବଳ ଫିଟ୍‌ନେସ୍‌କୁ ଜଗିବନି, ୪ ସେକେଣ୍ଡ୍‌ ଭିତରେ ପେମେଣ୍ଟ୍‌ କରିଦବ ‘ସ୍ମାର୍ଟ ରିଙ୍ଗ୍‌’ – Utkal Mail


ନୂଆଦିଲ୍ଳୀ: ଅନ୍‌ଲାଇନ୍‌ ପେମେଣ୍ଟ୍‌ର ଚାହିଦା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଏବେ ମୋବାଇଲ୍‌ରେ ଅନ୍‌ଲାଇନ୍‌ ପେମେଣ୍ଟ୍‌ ଖୁବ୍ ଜୋର୍‌ରେ ଚାଲୁଛି। ହେଲେ ଆଗାମୀ ଦିନରେ ମୁଦିରେ ପେମେଣ୍ଟ୍‌ ଖୁବ୍ ଅଧିକ ପ୍ରଚଳନ ହେବାକୁ ଯାଉଛି। ନଏଜ୍‌ ଏବଂ ବୋଟ୍‌ ପରେ ଏବେ ଆଇଆଇଟି ମାଦ୍ର‌ାସରେ ଆରମ୍ଭ ହୋଇଥିବା ଏକ ଷ୍ଟାର୍ଟଅପ୍‌‌ରେ ଏକ ସ୍ମାର୍ଟ ମୁଦି ବିକାଶ ହୋଇଛି। ହେଲେ ଏହି ମୁଦି ଅଲଗା ସ୍ମାର୍ଟ ମୁଦିଠାରୁ ଖୁବ୍ ଭିନ୍ନ।

ପୂର୍ବରୁ ବି ସ୍ମାର୍ଟ ମୁଦି ବାହାରିଛି, ଯେଉଁଥିରେ ଆପଣ ସ୍ବାସ୍ଥ୍ୟ, ନିଦ୍ରା ଏବଂ ଭିନ୍ନ ଫିଟ୍‌ନେସ୍‌ ବିଷୟରେ ଜାଣି ପାରୁଥିଲେ। ମାତ୍ର ଏବେ ବିକଶିତ ହୋଇଥିବା ମୁଦି ଜରିଆରେ ଆପଣ ପେମେଣ୍ଟ୍‌ ବି କରିପାରିବେ।

ନୂଆ କରି ବାହାରିଥିବା ଏହି ମୁଦିର ନାମ ‘ରିଙ୍ଗ୍‌ ୱାନ୍‌’ ଏଥିରେ ଆପଣ ଫିଟ୍‌ନେସ୍‌ ସାଥେ ସାଥେ ପେମେଣ୍ଟ୍‌ ବି କରିପାରିବେ।  ଏହି ମୁଦିକୁ ‘ମୁସେ’ ତିଆରି କରିଛି। କମ୍ପାନି କହିଛି ଯେ ଏହି ମୁଦିକୁ ସେପ୍ଟେମ୍ବର ୨୭ ତାରିଖରେ ବିଶ୍ବ ସ୍ତରରେ ଲଞ୍ଚ୍‌ କରାଯିବ। ହେଲେ ଭାରତରେ ଏହି ମୁଦିଟି ଅକ୍ଟୋବର ୨୫ ତାରିଖରେ ଲଞ୍ଚ୍‌ ହେବ। କମ୍ପାନି ପକ୍ଷରୁ ଅହୁରି ବି କୁହାଯାଇଛି ଯେ ଅଗ୍ରିମ ବୁକିଂ କରିଥିବା ଗ୍ରାହକଙ୍କୁ  ୩୦ ପ୍ରତିଶତ ରିହାତିରେ ଏହି ମୁଦି ମିଳିବ।

‘ମୁସେ’ ସର୍ବପ୍ରଥମେ ପେମେଣ୍ଟ୍‌ କରି ପାରୁଥିବା ସ୍ମାର୍ଟ ୱାଚ୍‌ ବାହାର କରିଥିବା ବେଳେ ପ୍ରଥମ କରି ମୁଦି ବି ବାହାର କରୁଛି। ‘ରିଙ୍ଗ୍‌ ୱାନ୍‌’ ସାହଯ୍ୟରେ ମାତ୍ର ୪ ସେକେଣ୍ଡ୍‌ରେ ହିଁ ପେମେଣ୍ଟ୍‌ ହୋଇଯିବ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button