ମନୋରଞ୍ଜନ

ଶୀଘ୍ର ବଲିଉଡ୍‌ରେ ପ୍ରବେଶ କରାନ୍ତୁ: ହ୍ରିତିକଙ୍କ ବଡ଼ପୁଅଙ୍କୁ ଦେଖିବା ପରେ ଏପରି କହିଲେ ପ୍ରଶଂସକ – Utkal Mail


ମୁମ୍ବାଇ: ବଲିଉଡ୍‌ର ବଛା ବଛା ସୁନ୍ଦର ଅଭିନେତାଙ୍କ ମଧ୍ୟରୁ ହ୍ରିତିକ୍‌ ରୋଶନ ଅନ୍ୟତମ। ଆପଣ ଜାଣି ଖୁସି ହେବେ ଯେ ହ୍ରିତିକଙ୍କ ପୁଅ ଏବେ ବେଶ୍‌ ବଡ଼ ହୋଇଗଲେଣି। ସେ ବାପାଙ୍କ ପରି ବେଶ୍‌ ସୁନ୍ଦର ହୋଇଛନ୍ତି। ହ୍ରିତିକଙ୍କୁ ସୋମବାର ଏକ ରେଷ୍ଟୁରାଣ୍ଟ୍‌ ବାହାରେ ତାଙ୍କ ପୁଅ ରିଦାନ ଏବଂ ରିହାନଙ୍କ ସହ ଦେଖିବାକୁ ମିଳିଛି।

ଅଭି‌ନେତାଙ୍କ ଦୁଇ ଜଣ ଯାକ ପୁଅଙ୍କୁ ଦେଖି ପ୍ରଶଂସକ ଖୁବ୍ ଆନନ୍ଦିତ ହୋଇ ଯାଇଛନ୍ତି। ହ୍ରିତିକଙ୍କ ଦୁଇ ପୁଅ ଏତେ ଜଲ୍‌ଦି ଏତେ ବଡ଼ ହୋଇଗଲେଣି ବୋଲି କେହି ବିଶ୍ବାସ ବି କରି ପାରୁନାହାନ୍ତି।

ରେହାନ ନିଜ ‌‌‌ସୌନ୍ଦର୍ଯ୍ୟରେ ଲୋକଙ୍କ ଧ୍ୟାନ ତାଙ୍କ ଆଡ଼କୁ ଟାଣିଛନ୍ତି। କଳା ଟି-ସାର୍ଟ ଓ ଜିନ୍‌ସରେ ସେ ଖୁବ୍‌ ହ୍ୟାଣ୍ଡ୍‌ସମ୍‌ ଦିଶୁଛନ୍ତି। ତାଙ୍କ ବ୍ୟକ୍ତିତ୍ବକୁ ଦେଖି ଲୋକ ତାଙ୍କର ଖୁବ୍‌ ପ୍ରଶଂସା କରୁଛନ୍ତି। ଯଦି ବଲିଉଡ୍‌ରେ ସେ ନିଜ କ୍ୟାରିୟର୍‌ ଗଢ଼ିବେ ତ ବାପାଙ୍କ ପରି ସେ ମଧ୍ୟ ସୁପର୍‌ଷ୍ଟାର୍‌ ବନିବେ।

ଜଣେ ପ୍ରଶଂସକ କମେଣ୍ଟ୍‌ରେ ଲେଖିଛନ୍ତି, ‘‘ଇଏ ତ ଏକ୍‌ଦମ୍‌ ନିଜ ବାପାଙ୍କ ଉପରେ ଯାଇଛନ୍ତି।’’ ଅନ୍ୟ ଜ‌ଣେ ବ୍ୟବହାରକାରୀ ଲେଖିଛନ୍ତି, ‘‘ଏତେ ସୁନ୍ଦର ପିଲା କେବଳ ଅଭିନେତାଙ୍କର ହିଁ ହୋଇପାରେ।’’

ତୃତୀୟ ବ୍ୟବହାରକାରୀ ଲେଖିଛନ୍ତି, ‘‘ଏବେଠାରୁ ଇଏ ଅଭିନେତା ଲାଗୁଛନ୍ତି।’’ ୟାଙ୍କର ବି ଖୁବ୍ ଶୀଘ୍ର ବଲିଉଡ୍‌ରେ ପ୍ରବେଶ ହୋଇଯିବା ଉଚିତ ବୋଲି ଚତୁର୍ଥ ବ୍ୟବହରକାରୀ ଜଣଙ୍କ ଲେଖିଛନ୍ତି।

ଆପଣ ଜାଣନ୍ତି ଯେ ହ୍ରିତିକ ଓ ସୁଜୈନ ୨୦୦୦ ମସିହାରେ ପରସ୍ପରଙ୍କୁ ବିବାହ କରିଥିଲେ। ୨୦୧୪ ମସିହାରେ ଦୁହେଁ ଦୁହିଁଙ୍କୁ ଛାଡ଼ପତ୍ର ଦେଇଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button