କ୍ରୀଡା

ଟିମ ଇଣ୍ଡିଆକୁ ସଂକଟରୁ ଉଦ୍ଧାର କଲେ ଇଶାନ୍-ହାର୍ଦ୍ଦିକ – Utkal Mail


କାଣ୍ଡି : ଏସିଆ କପର ସବୁଠାରୁ ହାଇପ୍ରୋଫାଇଲ ମ୍ୟାଚ ଅର୍ଥାତ ଭାରତ-ପାକିସ୍ତାନ ମୁକାବିଲାରେ ଭାରତର ଟପ୍ ଅର୍ଡର ବିଫଳ ହେବା ପରେ ଏକ ଲଢୁଆ ଇନିଂସ ଖେଳି ଦଳର ସଂକଟମୋଚକ ସାଜିଛନ୍ତି ଇଶାନ କିଷନ । ଦିନିକିଆରେ ଇଶାନ କିଶନ କ୍ରମାଗତ ଚତୁର୍ଥ ଅର୍ଦ୍ଧଶତକ ପୂରଣ କରିବା ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ସ୍କୋରକୁ ଆଗକୁ ବଢ଼ାଉଛନ୍ତି। ଇଶାନଙ୍କ ଦିନିକିଆ କ୍ୟାରିୟରର ଏହା ସପ୍ତମ ଅର୍ଦ୍ଧଶତକ। ଇଶାନ ବ୍ୟାଟିଂ କରିବାକୁ ଓହ୍ଲାଇବା ବେଳକୁ ଟିମ୍ ଇଣ୍ଡିଆ ୪୮ ରନ୍ ରେ ୩ ୱିକେଟ୍ ହରାଇଥିଲା। ପରେ ଦଳୀୟ ସ୍କୋର ୬୬ ହୋଇଥିବା ବେଳେ ଶୁଭମନ ଗିଲ ବି ମାତ୍ର ୧୦ ରନ କରି ଆଉଟ ହୋଇଥିଲେ ।

ଇଶାନ କିଶନ ଏଠାରୁ ଗୋଟିଏ ପ୍ରାନ୍ତରୁ ଦ୍ରୁତ ଗତିରେ ରନ୍ ର ଗତି ବଜାୟ ରଖିଥିଲେ ଏବଂ ପାକିସ୍ତାନୀ ବୋଲରମାନଙ୍କୁ ତାଙ୍କ ଉପରେ ଚାପ ପକାଇବାକୁ ଦେଇନଥିଲେ। କିଶନ ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ସ୍କୋରକୁ ୨୦୦ ନିକଟବର୍ତ୍ତୀ କରିଛନ୍ତି । ଏବେ ସର୍ବଶେଷ ସୂଚନା ଅନୁସାରେ ଭାରତର ସ୍କୋର ୩୬ ଓଭରରେ ୪ ଓ୍ବିକେଟ ହରାଇ ୧୮୭ ରନ ରହିଛି । ଇଶାନ  ୭୫ ରନ ଓ ପାଣ୍ଡ୍ୟା ୫୬ ରନ କରି ଖେଳୁଛନ୍ତି ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button