ଓଡିଶା
ଦାଦାବଟି କୁ ନା ହ୍ୱାଟସଆପ୍ ନମ୍ବରରେ ଅଭିଯୋଗ ପାଇଁ ଡିସିପିଙ୍କ ପରାମର୍ଶ
କଟକ, ୧୩/୯ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କଟକ ଡିସିପି ପିନାକ ମିଶ୍ର ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି । ପୂଜା ବଜାରରେ ଦାଦାବଟି ଓ ଚୋରା ନିଶା କାରବାରକୁ ରୋକିବା ଲାଗି ପୋଲିସକୁ ତୁରନ୍ତ ଜଣାଇବା ପାଇଁ ଜନସାଧାରଣଙ୍କ ନିମନ୍ତେ ଏକ ହ୍ୱାଟସଆପ ନମ୍ବର ଜାରି କରିଛନ୍ତି । ୬୩୭୦୭୦୧୫୫୦ ଓ ୮୭୬୩୦୬୮୪୬୮ ନମ୍ବରରେ କୈାଣସି ସୂଚନା ଫଟୋ ଓ ମେସେଜ୍ ମାଧ୍ୟମରେ ଜଣାଇଲେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଡିସିପି ଶ୍ରୀ ମିଶ୍ର କହିଛନ୍ତି । ଏଥିସହିତ କୈାଣସିଠାରେ ରାସ୍ତା ଜାମ୍ ଓ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅସାମାଜିକଙ୍କ ଖବର ପାଇଲେ ତୁରନ୍ତ ଉପରୋକ୍ତ ଦୁଇଟି ନମ୍ବରରେ ଜଣାଇବାକୁ ସେ ଅନୁରୋଧ କରିଛନ୍ତି ।