ଓଡିଶା

ଭୁବନେଶ୍ବରରୁ ୧୦ ବାଂଲାଦେଶୀ ଗିରଫ, ବାଂଲାଦେଶ ନୋଟ ସହ ନକଲି ଆଧାର କାର୍ଡ ଜବତ

ଭୁବନେଶ୍ବର : ଭୁବନେଶ୍ବରରୁ ୧୦ ବାଂଲାଦେଶୀ ଗିରଫ । ବେଆଇନ ଅନୁପ୍ରବେଶ ନେଇ ଭୁବନେଶ୍ବର ରେଳଷ୍ଟେସନରୁ ଗିରଫ କରି କୋର୍ଟ ଚାଲାଣ କରିଛି ଏସଟିଏଫ । ଗିରଫଙ୍କ ମଧ୍ୟରେ ଜଣେ ନାବାଳାକ ଓ ଏଜେଣ୍ଟ ରହିଛନ୍ତି । ଏଜେଣ୍ଟର ନାଁ ମହମ୍ମଦ ହାସିମ ଓ ସେ ଏମାନଙ୍କୁ ବାଂଲାଦେଶରୁ ବେଆଇନ ଭାବେ ଭାରତ ଆଣିଥିଲା  । ମାର୍ଚ୍ଚ ୫ତାରିଖରେ ଏମାନଙ୍କୁ ଭାରତରେ ପ୍ରବେଶ କରାଇବା ପରେ ଆସାମରେ ରଖିଥିଲା ।

ମାର୍ଚ୍ଚ ୬ ତାରିଖରେ ଦିବ୍ରୁଗଡ଼- ଚେନ୍ନାଇ ଏକ୍ସପ୍ରେସରେ ବେଙ୍ଗାଳୁରୁ ଯାଉଥିବା ବେଳେ ଧରିଲା ଏସଟିଏଫ ।  ଏମାନେ ବିନା ଭିସା ଓ ପାସପୋର୍ଟରେ ଭାରତରେ ପ୍ରବେଶ କରିଥିଲେ । ହାସିମ ଗତ ପାଞ୍ଚ ଛଅବର୍ଷ ଧରି ବେଆଇନ ଭାବେ ବାଂଲାଦେଶୀଙ୍କୁ ଭାରତରେ ପ୍ରବେଶ କରାଉଥିଲା । ଜଣ ପିଛା ଏଥିପାଇଁ ୪ହଜାରରୁ ୧୦ହଜାର ଟଙ୍କା ନେଇଥାଏ। ଗୁଇନ୍ଦା ସୂଚନା ଆଧାରରେ ଭୁବନେଶ୍ୱର ରେଳ ଷ୍ଟେସନରୁ ଗିରଫ କଲା ଏସଟିଏଫ ଟିମ । ସେମାନଙ୍କ ଠାରୁ ବାଂଲାଦେଶ ନୋଟ ସହ ନକଲି ଆଧାର କାର୍ଡ ଜବତ କରାଯାଇଥିବା ଜଣାପଡ଼ିଛି

Related Articles

Leave a Reply

Your email address will not be published. Required fields are marked *

Back to top button