ବ୍ୟବସାୟ

ସରକାର ବଦଳାଇଲେ ନିୟମ; ଏଣିକି ସିମ୍ ହଜିଗଲେ ଏହି ପ୍ରକ୍ରିୟା ଆପଣାଇବାକୁ ପଡ଼ିବ – Utkal Mail


ନୂଆଦିଲ୍ଲୀ: ସାଇବର ଅପରାଧ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ଅପରାଧୀମାନେ ଲୋକଙ୍କୁ ଠକିବା ପାଇଁ ନକଲି ସିମକାର୍ଡର ବ୍ୟବହାର କରୁଛନ୍ତି। କେବଳ ଏତିକି ନୁହେଁ, ଅନେକ ଘଟଣାରେ ଅପରାଧୀ କିଛିଲୋକଙ୍କ ସିମ ସ୍ବାପ ବି କରି ନେଉଛନ୍ତି।

ଏହାପରେ ଅପରାଧୀ ଲୋକଙ୍କ ନମ୍ବରର ଆକସେସ ପାଇ ବ୍ୟାଙ୍କର ସମସ୍ତ ବିବରଣୀ ପାଇ ଯାଉଛନ୍ତି। ଆଉ ଖୁବ ସହଜରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ‌ନେବାରେ ସଫଳ ହେଉଛନ୍ତି। ଏସବୁ ଅପରାଧକୁ ଦୃଷ୍ଟିକୁ ରଖି ସରକାର ସିମ ସ୍ବାପ ନିୟମରେ କିଛିଟା ପରିବର୍ତ୍ତନ କରିଛନ୍ତି।

ସରକାର ପ୍ରଥମ ସିମ ସ୍ବାପ ପାଇଁ ଥିବା ନିୟମକୁ ନିଷ୍କ୍ରିୟ କରି ଦେଇଛନ୍ତି। ଏଣିକି ବ୍ୟବହାରକାରୀଙ୍କୁ ସିମ ସ୍ବାପ କରିବା ପାଇଁ ଇ-କେୱାଇସି କିମ୍ବା ଡିଜିଟାଲ କେୱାଇସି ନିୟମ ଅବଲମ୍ବନ କରିବାକୁ ହେବ।

କେବଳ ଏତିକି ନୁହେଁ, ଆପଣଙ୍କ ସିମକାର୍ଡ ଡେମୋଗ୍ରାଫିକ ଡିଟେଲ୍ସ ଅର୍ଥାତ ଫଟୋଗ୍ରାଫ ସହିତ ମେଳା ଖାଇଲେ ଯାଇ ସିମ ସକ୍ରିୟ ହେବ। ନହେଲେ ସିମ ଚାଲୁ ହେବ ନାହିଁ। ନୂଆ ସିମ ସକ୍ରିୟ ହେଲେ ନମ୍ବରରେ ଏସଏମଏସ ସୁବିଧ‌ାର ଉପଲବ୍ଧ କରାଯିବ। ଏତଦ ଦ୍ବାରା ସାଇବର ଅପରାଧକୁ ବହୁମାତ୍ରାରେ ରୋକାଯାଇ ପାରିବ ବୋଲି ସରକାର ଆଶା ରଖିଛନ୍ତି। ଏହି ନୂଆ ନିୟମ ଅକ୍ଟୋବର ୧ରୁ ଲାଗୁ କରାଯିବ।




Related Articles

Leave a Reply

Your email address will not be published. Required fields are marked *

Back to top button