ଦେଶ ବିଦେଶ

ପୂର୍ବ ଲଦାଖରୁ ଉଭୟ ପକ୍ଷ ହଟାଇଲେ ସୈନିକ

ନୂଆଦିଲ୍ଲୀ: ଭାରତ ଓ ଚୀନା ସେନା ମଙ୍ଗଳବାର ପୂର୍ବ ଲଦ୍ଦାଖ ସେକ୍ଟରରେ ପାଟ୍ରୋଲିଂ ପଏଣ୍ଟ-୧୫ ନିକଟ ଗୋଗରା ହାଇଟ୍ସ-ହାଣ୍ଟ ସ୍ପ୍ରିଙ୍ଗ ଅଞ୍ଚଳରେ ଡିସଏନଗେଜମେଣ୍ଟ ପ୍ରକ୍ରିୟା ପୂରା କରଛି। ସରକାରୀ ସୂତ୍ର ଅନୁଯାୟୀ, ସେଠାରୁ ସୈନିକ ଫେରସ୍ତ ପରେ ପରସ୍ପରର ସ୍ଥିତି ଯାଞ୍ଚ କରିଛନ୍ତି। ଏହା ପରେ ଆଗକୁ ସେହି ଅଞ୍ଚଳକୁ ବୋଫର୍ସ ଏରିୟା ଘୋଷଣା କରାଯିବ।

ଭାରତୀୟ  ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନେତୃତ୍ବରେ ଉଭୟ ପକ୍ଷ ଦ୍ବାରା ନିୟମିତ ରୂପେ ଆୟୋଜିତ ସୈନ୍ୟ ଆଲୋଚନା ସହ ଦୀର୍ଘ ସମୟରୁ ଚାଲିଥିବା ଦ୍ବିପାକ୍ଷିକ ଆଲୋଚନା ପରେ ପିପି-୧୫ କ୍ଷେତ୍ରରୁ ଚୀନ ସୈନ୍ୟ ହଟାଇଛି। ଏହା ପରେ ସେହି ସ୍ଥାନ ଉପରେ କୌଣସି ଦେଶ ଦାବି କରିବ ନାହିଁ କି ସେଠାରେ କୌଣସି ପ୍ରକାରର ଗତିବିଧି ହେବ ନାହିଁ।

୫ ମେ ୨୦୨୦ରେ ଚୀନ ସେନାର ଅନୁପ୍ରବେଶକୁ ନେଇ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ। ଏଥିରେ ଭାରତର ୨୦ ସୈନିକଙ୍କ ମୃତ୍ୟୁ ହୋଇଥିଲା। ଚୀନର ଆକ୍ରମଣ ପରେ ୨୦୨୦ ମେ ଠାରୁ ଭାରତ ଏଲଏସିରେ ସୈନ୍ୟ ମୁତୟନ କରିଛି। ପୂର୍ବ ଲଦାଖ ସେକ୍ଟରରେ ୫୦ ହଜାରରୁ ଅଧିକ ସୈନିକ ନିୟୋଜିତ ରହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button