ସ୍ୱାସ୍ଥ୍ୟ

ଅଜଣା ରୋଗରେ ୨୫ ମୃତ୍ୟୁ

ମାଲକାନାଗିରି: ଅଜଣା ରୋଗରେ ପୁଣି ଗଲା ଜୀବନ। ଆଜି ସକାଳେ ଜଣେ ନାବାଳକର ଅଜଣା ରୋଗରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ନାବାଳକ ଜଣକ ସନ୍ତୋଷ ପଡ଼ିଆମୀ। ଗତକାଲି ସନ୍ତୋଷ ସ୍କୁଲରୁ ଫେରିବା ପରେ ଜ୍ୱରରେ ପଡି ଗୁରୁତର ହୋଇଲା। ଆଜି ସକାଳେ ତାର ମୃତ୍ୟୁ ହୋଇଛି। ଅନ୍ୟପଟେ ଗୁରୁତର ୯ ଜଣକୁ ସଦର ମହକୁମା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସ୍ଥିତି ଉପରେ  ଡାକ୍ତରୀ ଟିମ ନଜର ରଖିଥିବା ସତ୍ତ୍ୱେ ପୁଣି ଏକ ଜୀବନ ଯିବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ସେପଟେ ମୃତଦେହ ରଖି ରାସ୍ତା ଅବରୋଧ କଲେ ସମର୍କୀୟ ଏବଂ ଗ୍ରାମବାସୀ। ଡାକ୍ତରୀ ଚିକିତ୍ସା ବିଫଳ ଏବଂ ପ୍ରଶାସନ ଅଣଦେଖାକୁ ବିରୋଧ କରି ଶତାଧିକ ଗ୍ରାମବାସୀ ମହୁପଦର ସାଲମୀ ମୁଖ୍ୟରାସ୍ତାକୁ ଅବରୋଧ କରିଛନ୍ତି। ୨୫ ଜଣରୁ ଉର୍ଦ୍ଧ ଲୋକ ପ୍ରାଣ ହରାଇଥିବା ବେଳେ ସରକାରୀ ଭାବରେ ମୃତ୍ୟ ସଂଖ୍ୟା ୮ ରହିଥିବା କୁହାଯାଉଛି। ଡାକ୍ତରୀ ଟିମ ଏହି ଅଜଣା ରୋଗକୁ ମଦ ଜନିତ ମୃତ୍ୟୁ କହୁଛି। ଡକ୍ଟର ରିପୋର୍ଟ ଠିକ୍ ଭାବରେ ଆସୁପାରୁ ନାହିଁ ଏବଂ ବିଭାଗ ପକ୍ଷରୁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ଏନେଇ ଶବ ରଖି ଏହି ରାସ୍ତା ରୋକ କରାଯାଇଥିବା ଗ୍ରାମବାସୀ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button